Astrology: ୭ ମଇରେ ଏହି ସାତଟି ରାଶି ପାଇଁ ଆରମ୍ଭ ହେବ ଭଲ ଦିନ

Reporterspen

Astrology: ଜ୍ୟୋତିଷ ଶାସ୍ତ୍ରରେ, ବୁଧଙ୍କୁ ଗ୍ରହମାନଙ୍କ ରାଜକୁମାର ଭାବେ ବିବେଚନା କରାଯାଇଛି । ୭ ମଇ, ୨୦୨୫ ରୁ ମେଷ ରାଶିରେ ବୁଧ ଚଳନ କରିବେ । ସେହି ସମୟରେ ସେଠାରେ ପୂର୍ବରୁ ଉପସ୍ଥିତ ଗ୍ରହରାଜ ସୂର୍ଯ୍ୟଙ୍କ ସହିତ ବୁଧଙ୍କ ସଂଯୋଗ ହେବ । ବୁଧ ଏବଂ ସୂର୍ଯ୍ୟଙ୍କ ଏହି ସଂଯୋଗରୁ ପ୍ରଭାବଶାଳୀ ବୁଧାଦିତ୍ୟ ଯୋଗ ଗଠନ ହେବ । ଏଥର ବୁଦ୍ଧାଦିତ୍ୟ ଯୋଗ ୭ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ ।

ମେଷ ରାଶି : ଆପଣଙ୍କ ପାଇଁ କ୍ୟାରିୟର କ୍ଷେତ୍ରରେ ବହୁତ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ଆପଣ ଉନ୍ନତି କରିବା ସହ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ । ଆପଣଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବଢିବ । ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ସମୟ ଭଲ । ପୂର୍ବରୁ କୌଣସି ନିବେଶ କରିଥିଲେ ଲାଭଜନକ ଫଳ ପାଇବେ । ନିଜ ଆତ୍ମବିଶ୍ୱାସରେ ଏକ ଅଦ୍ଭୁତ ବୃଦ୍ଧି ହେବ । ପ୍ରତିଟି ନିଷ୍ପତ୍ତି ନେବାରେ ଆପଣ ସକ୍ଷମ ହେବେ ।

କନ୍ୟା ରାଶି :  ଆପଣଙ୍କ ପାଇଁ ସମୟ ସକାରାତ୍ମକ ପରିବର୍ତ୍ତନ ଆଣିପାରେ । ଜୀବନରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ ଲାଭଦାୟକ ପ୍ରମାଣିତ ହେବ। ପାରିବାରିକ ଦୃଷ୍ଟିକୋଣରୁ ସମୟ ସନ୍ତୋଷଜନକ ହେବ । କୌଣସି ବାଦ ବିବାଦ ଥିଲେ ତାହାର ସମାଧାନ ହୋଇଯିବ ।

ଧନୁ ରାଶି : ଆପଣଙ୍କ ପାଇଁ ଏହି ଚଳନ ଶୁଭପ୍ରଦ । ବ୍ୟବସାୟକୁ ବିସ୍ତାର କରିବାରେ ସଫଳ ହେବେ । ଆର୍ଥିକ ସ୍ଥିତି ସୁଦୃଢ ହେବାକୁ ଲାଗିବ । ବିଦେଶ ଯାତ୍ରା କିମ୍ବା ଦୂର ଯାତ୍ରା କରିପାରନ୍ତି । ଦୂରଯାତ୍ରାରେ ଲାଭ ମିଳିବ । ମାନସିକ ସ୍ଥିତି ଭଲ ରହିବ । ଆଧ୍ୟାତ୍ମିକତା କାର୍ଯ୍ୟ ପ୍ରତି ଆପଣଙ୍କର ଆଗ୍ରହ ବଢିବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

ବୃଷ ରାଶି : ଆପଣଙ୍କ ପାଇଁ ବୁଧାଦିତ୍ୟ ଯୋଗ ଶୁଭପ୍ରଦ । ଆର୍ଥିକ ଦୃଷ୍ଟିରୁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ। ଋଣଭାର ଥିଲେ ସେଥିରୁ ମୁକ୍ତି ପାଇବା ସହଜ ହେବ । ପ୍ରେମ ସମ୍ପର୍କ ମଧୁରମୟ ହେବ । ବୈବାହିକ ଜୀବନରେ ଖୁସି ପାଇବେ । କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଉପଯୁକ୍ତ ମୂଲ୍ୟ ପାଇବେ । ବରିଷ୍ଠ ବ୍ୟକ୍ତିଙ୍କଠାରୁ ପ୍ରଶଂସା ମିଳିବ । ସତର୍କତାର ସହ ନିବେଶ ଆପଣଙ୍କୁ ଲାଭ ଦେବ ।

ମିଥୁନ ରାଶି : ଆପଣଙ୍କ ପାଇଁ ଏହି ଯୋଗ ଲାଭଦାୟକ ଫଳ ପ୍ରଦାନ କରିବ । ଲେଖାଲେଖି, ବକ୍ତା, ଶିକ୍ଷକ, ମାର୍କେଟିଂ, ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ସହିତ ଜଡିତ ଥିଲେ ବିଶେଷ ସଫଳତା ହାସଲ କରିବେ । ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ବହୁତ ଲାଭଦାୟକ । ନିଜ ମଧ୍ୟରେ ଏକାଗ୍ରତା ବଢିବ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ଅଧିକ । କୌଣସି ସୃଜନଶୀଳ କ୍ଷେତ୍ରରେ ଜଡିତ ଥିଲେ ପ୍ରଶଂସା ଏବଂ ସ୍ୱୀକୃତି ମିଳିପାରେ । କୌଣସି ବିତର୍କରେ ସାମିଲ ହେବାଠାରୁ ଦୂରେଇ ରୁହନ୍ତୁ ।

ତୁଳା ରାଶି : କାର୍ଯ୍ୟ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ୱୟ ବଜାୟ ରଖିବାରେ ଆପଣ ସଫଳ ହେବେ । କୌଣସି ଆଇନଗତ ମାମଲାରେ ଜଡିତ ଥିଲେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଆସିପାରେ। ନୂଆ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ। ସମ୍ପର୍କରେ ସ୍ପଷ୍ଟତା ବଜାୟ ରଖିବା ପାଇଁ ପ୍ରୟାସ କରନ୍ତୁ ।

କୁମ୍ଭ ରାଶି : ଆପଣଙ୍କ ପାଇଁ ବୁଧାଦିତ୍ୟ ଯୋଗ ଶୁଭ ସାବ୍ୟସ୍ତ ହୋଇପାରେ । କ୍ୟାରିୟର କ୍ଷେତ୍ରରେ ଭଲ ସୁଯୋଗ ମିଳିପାରେ । ଆପଣଙ୍କ ଜୀବନକୁ ବଦଳାଇପାରେ ଏହି ସମୟ । ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ସମୟ ଅନୁକୂଳ । ଚାକିରି କ୍ଷେତ୍ରରେ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି । ଅତିରିକ୍ତ ଆୟର ଉତ୍ସ ଖୋଲିପାରେ। ଅଳସୁଆମି ଛାଡି ନିଜ ଲକ୍ଷ ଦିଗରେ ଆଗେଇଲେ ଆପଣ ଅନ୍ୟମାନଙ୍କଠାରୁ ଆଗକୁ ଯାଇପାରିବେ ।


Reporterspen
!-- afp header code starts here -->