ଆଜିଠୁ ଏହିସବୁ ରାଶିଙ୍କ ଭାଗ୍ୟ ବଦଳିବ

Reporterspen

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଗତକାଲି ସକଳ ଶକ୍ତିର ଆଧାର ସୂର୍ଯ୍ୟ କର୍କଟ ରାଶିକୁ ଚଳନ କରିଛନ୍ତି। ଯେଉଁ ରାଶିରେ କି ପୂର୍ବରୁ ଗ୍ରହ ମାନଙ୍କ ରାଜକୁମାର ବୁଧ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ସୂର୍ଯ୍ୟ- ବୁଧଙ୍କ ଅପୂର୍ବ ମିଳନ ସୂର୍ଯ୍ୟ-ବୁଧ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି ହୋଇଛି। ସୂର୍ଯ୍ୟଙ୍କୁ  ଶକ୍ତିର ମୁଖ୍ୟ କୁହାଯାଉଥିବା ବେଳେ ବୁଧଙ୍କୁ ଅର୍ଥ, ବ୍ୟବସାୟ ଓ ବକ୍ତବ୍ୟର କାରକ ବୋଲି ବିବେଚନା କରାଯାଏ। ଯଦି ଜାତକରେ ବୁଧ ଓ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ରୁହେ। ତେବେ, ବ୍ୟକ୍ତି ଜଣଙ୍କ ନିଜ ଜୀବନରେ କର୍ମକ୍ଷେତ୍ରରେ ଅଗ୍ରଗତି କରିବା ସହ ସମସ୍ତ ଧନ ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଆନ୍ତି। ତେବେ,ଆସନ୍ତୁ ଜାଣିବା ସୂର୍ଯ୍ୟ-ବୁଧଙ୍କ ମିଳନ କେଉଁସବୁ ରାଶିକୁ ଧନବାନ୍ କରିବ।…

କନ୍ୟା: ସୂର୍ଯ୍ୟ-ବୁଧ ୟୁତି ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ଅବଧି ମଧ୍ୟରେ, କର୍ମକ୍ଷେତ୍ରରେ କିଛି ବଡ଼ ଦାୟିତ୍ବ ମିଳିପାରେ। ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ଯେଇଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବ। ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଘରେ ସୁଖ ବୃଦ୍ଧି ପାଇବା ସହ ଲାଗି ରହିଥିବା କଳହର ଅନ୍ତ ଘଟିବ। ଘରେ କୌଣସି ପ୍ରକାର ଶୁଭକାର୍ଯ୍ୟ ହୋଇପାରେ। ବ୍ୟବସାୟରେ ଅଗ୍ରଗତି କରିବେ। ବ୍ୟବସାୟୀମାନେ ଅଳ୍ପ ବିନିଯୋଗରୁ ଅଧିକ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ।

ତୁଳା: ସୂର୍ଯ୍ୟ ଓ ବୁଧଙ୍କ କୃପାରୁ ଏହି ରାଶିରେ ଆଜିଠୁ ବଡ଼ ପରିବରର୍ତ୍ତନ ଆସିବ। ଏହି ଅବଧି ମଧ୍ୟରେ କ୍ଷୁଦ୍ର-ମଧ୍ୟମ ଧରଣର ବ୍ୟବସାୟୀମାନେ ବିଶେଷ କରି ଅଧିକ ଉପକୃତ ହେବେ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଅଧିକ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। କାର୍ଯ୍ୟଭାର ମଧ୍ୟ ଅଧିକ ବଢିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ନବ ବିବାହିତ ମାନେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ସାଥୀଙ୍କ ଠାରୁ ବିବାହ ପ୍ରସ୍ତାବ ପାଇ ପାରନ୍ତି।  ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରିବା ଜରୁରୀ।

ଧନୁ: ଏହି ଦୁର୍ଲଭ ସଂଯୋଗ ଏହି ରାଶିକୁ ଧନବାନ୍ କରାଇବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ମିଳିବ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହୋଇପାରେ। କୌଣସି ସ୍ଥାନରୁ ଭଲ ଚାକିରି ଅଫର ମିଳିପାରେ। ଅବିବାହିତଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ।  ଧାର-କରଜ କରିଥିବା ଋଣକୁ ପରିଶୋଧ କରିବାରେ ସମର୍ଥ ହେବେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଘରକୁ ଆସିପାରେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବା କାରଣରୁ ଅଯଥା ଖର୍ଚ୍ଚ ବଢିବ।

Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି।


Reporterspen