Astrology: ଶନିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କ ଭାଗ୍ୟ ଫିଟିବ

Reporterspen

Astrology: ନବଗ୍ରହଙ୍କ ମଧ୍ୟରୁ ଶନିଗ୍ରହଙ୍କୁ ସବୁଠୁ ନିଷ୍ଠୁର ଗ୍ରହ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଦୀପାବଳି ପରେ ଅର୍ଥାତ୍ ନଭେମ୍ବର ୩ ତାରିଖ ସକାଳ ୧୦ଟା ୧୦ ମିନିଟ୍ ସମୟରେ ସେହି ରାଶିରେ ଓଲଟା ଚଳନ କରିବେ।  ଶନିଙ୍କ ଓଲଟା ଚଳନ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ଥିବା ବେଳେ ଆଉ କିଛି ରାଶିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ଶନିଦେବ କେଉଁସବୁ ରାଶିର ଭାଗ୍ୟ ଉଦୟ କରିବାକୁ ଯାଉଛନ୍ତି….

ମେଷ: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଅନୁକୂଳ ରହିବ। ବିଶେଷକରି, କର୍ମକ୍ଷେତ୍ରରରୁ ଶୁଭଫଳ ପାଇବେ। ପଦୋନ୍ନତି ହେବା ସହ ଦରମା ବଢିବ। ଯେଉଁମାନେ ଚାକିରି  ଖୋଜୁଛନ୍ତି । ସେମାନେ ଭଲ ଚାକିରି ଅଫର ପାଇବେ। ବ୍ୟବସାୟୀରେ ଅଗ୍ରଗତି ହେବ। ଧାର-କରଜ କରିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ। ଆୟ ଠାରୁ ବ୍ୟୟ ଅଧିକ ହେବ। ବ୍ୟାଙ୍କ୍ ବାଲାନ୍ସ ବଢିବ। ସେୟାର ବଜାରରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ।

ମିଥୁନ:  ଶନିଙ୍କ ଓଲଟା ଚଳନ ଏହି ରାଶିର ଭାଗ୍ୟ ବଦଳାଇବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ଦେହ ଓ ମନ ଭଲ ରହିବ। ଯେଉଁମାନେ ଚାକିରି ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ଚେଷ୍ଟା ଜାରି ରଖନ୍ତୁ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ପାର୍ଟନର ସିପ୍ ରେ ଚାଲିଥିବା ବ୍ୟବସାୟୀରେ ଅଧିକ ଲାଭ ହେବ। ଏହି ସମୟ ମଧ୍ୟରେ ନୂଆ ଘର କିଣିବେ। ଗୃହ ପ୍ରବେଶ ମଧ୍ୟ ହୋଇପାରେ।  ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ନିଜ ସାଥୀଙ୍କ ସହ ଡେଟ୍ ରେ ଯିବେ ଏବଂ ଉପହାର ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

କନ୍ୟା: କନ୍ୟା ରାଶିଙ୍କ ପାଇଁ ଶନିଦେବ ଶୁଭ ସମୟ ଆଣୁଛନ୍ତି।  ବିଶେଷକରି, ବ୍ୟବସାୟୀମାନେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଦିର୍ଘ ଦିନ ଧରିଲ କ୍ଷତିରେ ଚାଲିଥିବା ବ୍ୟବସାୟରୁ ଲାଭ ପାଇବେ। ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୁଞ୍ଜି ବିନିଯୋଗ ପାଇଁ ସମୟ ଭଲ ରହିଛି । ଏହି ସମୟରେ ବିନିଯୋଗ କଲେ ଦ୍ବି-ଗୁଣିତ ଲାଭ ପାଇବେ। ନିଜ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥଳୀକୁ ଯାତ୍ରା କରିପାରନ୍ତି। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ତେଣୁ ସ୍ବାସ୍ଥ୍ୟ ଯତ୍ନ ନିଅନ୍ତୁ।  ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଏହି ସମୟରେ ଭଲ ରେଜଲ୍ଟ କରିବେ।

ଧନୁ:  ଶନିଙ୍କ ଓଲଟା ଚଳନ ଏ-ହି ରାଶିର ଲୋକଙ୍କ ଭାଗ୍ୟ ଉଦୟ କରିବ। ଦିର୍ଘ ଦିନ ଧରି କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ପ୍ରଂଶସା କରିବେ। ସହକର୍ମୀମାନେ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରିବେ। ଆୟରେ ବୃଦ୍ଧି ଘଟିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ନୂଆ ଗାଡି କିଣିବେ। ବ୍ୟବସାୟୀମାନେ ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ। ଆୟ ବଢିବା ସହ ସଞ୍ଚୟ ମଧ୍ୟ କରିବେ। ଦାମ୍ପତ୍ୟ ଜୀବନରେ ପ୍ରେମ ଭରିବ। ଅବିବାହିତଙ୍କ ଲାଗି ବିବାହ ଯୋଗ ଫିଟିବ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ।  ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)


Reporterspen