Astrology: ଶନି-ଶୁକ୍ରଙ୍କ କୃପାରୁ ୫ ରାଶିଙ୍କ ଭାଗ୍ୟ ଫିଟିବ

Reporterspen

Astrology: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ନବଗ୍ରହଙ୍କ ମଧ୍ୟରୁ ଶନିଗ୍ରହଙ୍କୁ ସବୁଠାରୁ ନିଷ୍ଠୁର ଗ୍ରହ ବୋଲି ବିବେଚନା କରାଯାଏ। ବର୍ତ୍ତମାନ ଶନି କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ  ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଓ ଆନନ୍ଦର କାରକ ଶୁକ୍ର ଡିସେମ୍ବର ୨୫, ତାରିଖ ସକାଳ ୬ଟା ୫୦ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ଶନି-ଶୁକ୍ରଙ୍କ ମିଳନ ଦୁର୍ଲଭ ଯୋଗ ବା  ଶନି-ଶୁକ୍ର-ୟୁତି ଯୋଗ ସୃଷ୍ଟି କରୁଛି। ଜାତକରେ ଶନି ଓ ଶୁକ୍ରଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ସମସ୍ତ ସୁଖ-ସମୃଦ୍ଧି ପ୍ରାପ୍ତ କରିବା ସହିତ ଅମାପ ଧନ -ସମ୍ପତ୍ତିର ମାଲିକ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ନୂଆ ବର୍ଷ ପୂର୍ବରୁ କେଉଁ ସବୁ ରାଶିଙ୍କ ଭାଗ୍ୟ ଫିଟିବାକୁ ଯାଉଛି…

ବୃଷ: ଶନି-ଶୁକ୍ରଙ୍କ ସଂଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରରେ ଅଗ୍ରଗତି କରିବେ। ଆୟରେ ବୃଦ୍ଧି ଘଟିବା ସହ ବ୍ୟାଙ୍କ୍ ବାଲାନ୍ସ ବଢିବ। କଠିନ ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନୀତ ହେବା ସହ ପ୍ରଂଶସା ମଧ୍ୟ ପାଇବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ।  ପ୍ରତ୍ୟକ କାର୍ଯ୍ୟରେ ଜୀବନସାଥୀଙ୍କ ସମର୍ଥନ ପାଇବେ। ଘରେ-ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ଧାର୍ମିକ ଯାତ୍ରାରେ ଯିବେ। ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀମାନେ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍-ରେ ଯିବେ।

କର୍କଟ: ଶନି-ଶୁକ୍ରଙ୍କ ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ବଦଳିବ। ଧାର-କରଜ ଆଣିଥିବା ଋଣ ଟଙ୍କାକୁ ସୁଝିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହିତ ଦରମା ବୃଦ୍ଧି ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ ସମୟ ଭଲ ରହିବ। ଚାକିରି ନେଇ କୌଣସି ସଂସ୍ଥାରୁ  ଫୋନ୍ କଲ ବା ଅଫର ଲେଟର ପାଇବେ। ବ୍ୟବସାୟୀମାନେ ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ କରିବା ସହିତ ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବାରେ ସଫଳ ହେବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ନିଜ ପରିବାର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଦୂରଯାତ୍ରା କରିବେ। ଅବିବାହିତଙ୍କ ପାଇଁ ବିବାହର ଯୋଗ ଫିଟିବ। ସ୍ବାସ୍ଥ୍ୟ ଭଲ ରହିବ।

ତୁଳା:  ନୂଆ ବର୍ଷ ପୂର୍ବରୁ  ତୁଳା ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଦୟ କରିବେ ଶନି-ଶୁକ୍ର। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ବାଣିଜ୍ୟ ବ୍ୟବସାୟ ଭଲ ଚାଲିବ।  ଦିର୍ଘ ଦିନର ଆଶା ପୂରଣ ହେବ।  ନୂଆ ଘର କିମ୍ବା ଗାଡି କିଣିବାର ସ୍ବପ୍ନ ସାକାର ହେବ। ଅଧା ରହିଥିବା ଗୃହ କାମ ଶେଷ କରି, ଗୃହ ପ୍ରବେଶ କରିବା ପାଇଁ ସମୟ ଭଲ ରହିବ। ସରକାରୀ ଚାକିରି କରୁଥିବା ଲୋକେ ପଦୋନ୍ନତି ପାଇବା ସହ ବଦଳି ହେବେ।  ବାକି ଟଙ୍କା ମିଳିବ। ସେୟାର ମାର୍କେଟ୍ ବା ପୁରୁଣା ବିନିଯୋଗରୁ ଲାଭ ପାଇବେ। ପିତା-ମାତାଙ୍କ ସ୍ବାସ୍ଥ୍ୟ ଭଲ ରହିବା ସହିତ ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।

ମକର: ଶନି-ଶୁକ୍ରଙ୍କ କୃପାରୁ ଚମକିବ ଏହି ରାଶିର ଭାଗ୍ୟ। ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। ବ୍ୟବସାୟରେ ଅଗ୍ରଗତି କରିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ପ୍ରତ୍ୟକ କାର୍ଯ୍ୟରେ ସହକର୍ମୀମାନେ ସହଯୋଗ କରିବେ। ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ ପ୍ରଂଶସିତ ହେବେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ଦଳ ପରିବର୍ତ୍ତନ କଲେ ଭଲ ପଦ ବା ପଦବୀ ପାଇବେ। ରିୟଲି-ଇ-ଷ୍ଟେଟ୍-ରେ କାର୍ଯ୍ୟରତ ଲୋକେ ବଡ଼ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଅର୍ଥ ଉପାର୍ଜନ କରିବାରେ ସଫଳ ହେବେ। ଅବିବାହିତ ଲୋକଙ୍କ ପାଇଁ ଘରକୁ ଭଲ ବିବାହ-ପ୍ରସ୍ତାବ ଆସିବ। ଜୀବନସାଥୀଙ୍କ ସହ ଚାଲିଥିବା ମତଭେଦ ଦୂର ହେବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ।

କୁମ୍ଭ:  ଶନି-ଶୁକ୍ରଙ୍କ କୃପାରୁ ଉଦୟ ହେବ ଏହି ରାଶିଙ୍କ ଭାଗ୍ୟ । ଜୀବନରେ ଥିବା ସମସ୍ୟାର ଅନ୍ତ ଘଟିବ। ବ୍ୟବସାୟୀ ଓ ଚାକିରିଆମାନେ କ୍ୟାରିୟରରେ ଅଗ୍ରଗତି କରିବେ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଚେଷ୍ଟା ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। ବିଦେଶରେ ବାଣିଜ୍ୟ -ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ଦୈନିକ ଆୟରେ ବୃଦ୍ଧି ଘଟିବ।  କ୍ଷତି ସହୁଥିବା ବ୍ୟବସାୟୀମାନଙ୍କର ଅବସ୍ଥା ସୁଧୁରିବ। ପୁଞ୍ଜି ନିବେଶ ପାଇଁ ସମୟ ଭଲ ରହିବ। ଏହି ସମୟରେ ନିବେଶ କଲେ ଭଲ ରିଟର୍ଣ୍ଣ ପାଇବେ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ ମାମଲାରେ ବିଜୟୀ ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)


Reporterspen