୨୦୨୭ ସୁଦ୍ଧା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଆଜି ବଜେଟରେ ମେଟ୍ରୋ ପ୍ରକଳ୍ପ ପାଇଁ ୬୨୫୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିସହ ଆଜିର ବଜେଟରେ ମେଟ୍ରୋ ପାଇଁ ୧ ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି ରାଜ୍ୟ ସରକାର । କେବଳ ସେତିକି ନୁହେଁ ରାଜଧାନୀରେ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଏବଂ ନୂଆ ଷ୍ଟାଡିୟମ ପାଇଁ ମଧ୍ୟ ୯୫୨ କୋଟି ବଜେଟ୍ ଘୋଷଣା ହୋଇଛି ।

ସୂଚନାଯୋଗ୍ୟ, କୃଷିକ୍ଷେତ୍ରରେ ୨୦୨୪-୨୫ ବର୍ଷ ପାଇଁ ୩୩୯୧୯ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି । ଏଥିସହ କୃଷିକ୍ଷେତ୍ରରେ ବ୍ୟାପକ ସୁବିଧା କୃଷକଙ୍କୁ ଯୋଗାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଠାଜଳସେଚନ ପ୍ରକଳ୍ପ ପାଇଁ ମୋଟ ୩,୩୫୨ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି । ବନ୍ୟା ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ରାଜ୍ୟ ସରକାର ୭ଶହ ୧୦ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରିଛନ୍ତି ।  ଜଳ ସଂରକ୍ଷଣ ଜଳ ସେଚନ ଡ୍ୟାମ୍ ଓ ବ୍ୟାରେଜ୍ ନିର୍ମାଣ ପାଇଁ ୮ଶହ ୧୪ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି । ପାର୍ବତୀଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଖରିଫ ଋତୁରେ ଜଳସେଚନ ପାଇଁ ଏଥର ୧ ହଜାର ୧ ଶହ ୨୫ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଇଛି ।

ଉଠାଜଳସେଚନ ପାଇଁ ଏଥର ବଜେଟ ରହିଛି ୧ ହଜାର ୨ଶହ ୯୪ କୋଟି ଟଙ୍କା । ଭୂତଳ ଜଳସ୍ତର ବୃଦ୍ଧି ତଥା ବର୍ଷାଜଳ ସଂରକ୍ଷଣ ପାଇଁ ୬୫ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି । ସେଚାଞ୍ଚଳ ଉନ୍ନତିକରଣ ଓ ଜଳ ପରିଚାଳନା ଯୋଜନା, ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ପାଇଁ ୭ଶହ ୭୩ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଛି ।

ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧି ଲୁଣି ବନ୍ଧ ପ୍ରକଳ୍ପ ପାଇଁ ୭ଶହ ୫୭ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଜଳ ନିଷ୍କାସନ ପାଇଁ ‘ଡ୍ରେନ୍ ଉନ୍ନତିକରଣ ଯୋଜନା 2.0’ କରାଯିବା ସହ ଏଥିପାଇଁ ୩ଶହ ୩୦ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି । ଏଥର ବଜେଟରେ ପ୍ରାଣୀ ସମ୍ପଦ ବିକାଶ ପାଇଁ ମୋଟ ୬ଶହ ୯୭ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି । ମତ୍ସ୍ୟ ସମ୍ପଦ କ୍ଷେତ୍ର ପାଇଁ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବି କଲ୍ୟାଣ ଯୋଜନା’ରେ ୩ଶହ ୪୪ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି ।


Reporterspen

Leave a Reply