ସାବଧାନ! ଆପଣଙ୍କ ଯୋତାରେ ଥାଇପାରେ ସାପ!

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଏବେ ବର୍ଷା ଋତୁ ଚାଲୁଛି । ବର୍ଷା ସମୟରେ ବିଷାକ୍ତ ସାପ ଓ କୀଟପତଙ୍ଗର ବାସସ୍ଥାନରେ ପାଣି ପଶିବା ଯୋଗୁଁ ସେମାନେ ନିରାପଦ ଜାଗା ଖୋଜିଥାନ୍ତି । ଏହି କ୍ରମରେ ଘର ବାହାରେ କିମ୍ବା କୌଣସି ସ୍ଥାନରେ ରହୁଥିବା ଯୋତା ଭିତରେ ସେମାନେ ରହିପାରନ୍ତି । ଏଣୁ ଜୋତା ପିନ୍ଧିବା ସମୟରେ ସାବଧାନତା ଅବଲମ୍ବନ କରିବା ନେଇ ଓଡ଼ିଶା ପୋଲିସ ସତର୍କ କରିଛି ।

ଓଡ଼ିଶା ପୋଲିସ ନିଜର ଏକ୍ସ ଆଇଡିରେ କହିଛି, ଜୋତା ପିନ୍ଧିବା ପୂର୍ବରୁ ଭଲଭାବେ ଯାଞ୍ଚ କରନ୍ତୁ । ବିଶେଷ କରି ବର୍ଷା ଦିନରେ ସାପ ଏବଂ ଛୋଟ ଛୋଟ ବିଷାକ୍ତ କୀଟପତଙ୍ଗ ଜୋତା ଭଳି ଅନ୍ଧାର, ଶୁଖିଲା ସ୍ଥାନରେ ଆଶ୍ରୟ ନେଇପାରନ୍ତି । ତେଣୁ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । ଓଡ଼ିଶା ପୋଲିସର ଏଭଳି ସଚେତନ ମୂଳକ ବାର୍ତ୍ତାକୁ ବୁଦ୍ଧିଜୀବୀ ମହଲରେ ବେଶ ପ୍ରଂଶସା କରାଯାଉଛି ।

ଉଲ୍ଲେଖଥାଉ କି, ଗତ କିଛିଦିନ ଭିତରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାପ କାମୁଡା ମୃତ୍ୟୁ ଖବର ଆସିବାରେ ଲାଗିଛି । ବଲାଙ୍ଗୀର ଜିଲ୍ଲା ସଇଁନ୍ତଳାରେ ଶୋଇଥିବା ବେଳେ ଭାଇ-ଭଉଣୀଙ୍କୁ ସାପ କାମୁଡିବାରୁ ସେମାନଙ୍କ ଜୀବନ ଯାଇଥିଲା । ସେହିପରି ନୀଳଗିରି ଓ ମୟୁରଭଞ୍ଜରୁ ମଧ୍ୟ ସାପ କାମୁଡା ଯୋଗୁଁ ଜୀବନ ଯାଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ଲୋକଙ୍କୁ ସଚେତନ କରିଛି ।


Reporterspen

Leave a Reply