Bhubaneswar gang rape : ଘରେ ପଶି ମହିଳାଙ୍କୁ ଗଣଦୁଷ୍କର୍ମ ଓ ଲୁଟ, ଧରାପଡିଲେ ୩ ଅପରାଧୀ

Reporterspen

Bhubaneswar gang rape : ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ରାଜଧାନୀ ଭୁବନେଶ୍ୱରର ମୈତ୍ରୀବିହାର ଥାନା ‘ନୀଳମାଧବ ନିବାସ’ରେ ଜଣେ ମହିଳାଙ୍କୁ ଘରେ ପଶି ଗଣଦୁର୍ଷ୍କମ କରିବା ସହ ଲୁଟପାଟ ଘଟଣାରେ କମିଶନରେଟ ପୋଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସାଲିଆସାହି ହାତୀଆଶୁଣୀ ବସ୍ତିରେ ରହୁଥିବା ବିକାଶ ନାୟକ (୨୬), ଧଉଳି ରେବତି ନଗରରେ ରହୁଥିବା ଜଗା ସିଂହ ଓରଫ କଟିଆ ଓ ନୀଳମାଧବ ନିବାସରେ ରହୁଥିବା ଟୁକୁନା ନାୟକ । ପୋଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଗତ ରବିବାର ରାତି ପ୍ରାୟ ସାଢ଼େ ଗୋଟାଏରୁ ୨ଟା ଭିତରେ ଅଭିଯୁକ୍ତମାନେ ମହିଳାଙ୍କ ଘରେ ପଶିଥି ଏଭଳିକାଣ୍ଡ ଭିଆଇ ଥିଲେ । ଘଟଣାଦିନ ରାତିରେ ସେଠାରେ ରହୁଥିବା ଟୁକୁନା ଘର ପାଖରେ ଏକାଠି ଠିଆ ହୋଇଥିଲେ । ଏହି ସମୟରେ ଦେଖିଲେ ମହିଳାଙ୍କା ବାଲକୋନୀ ପାଖ କବାଟ ଖୋଲା ରହିଛି । ଏହାର ସୁଯୋଗ ନେଇ ଜଗା ଓ ବିକାଶ ତାଙ୍କ ଘରେ ପଶିଥିଲେ । ବାଉଁଶ ପକାଇ ବାଲକୋନୀ ପଟେ ଦୁହେଁ ଘରେ ପଶିଥିବା ବେଳେ ବାହାରେ ଟୁକୁନା ଜଗି ରହିଥିଲା । ଚୋରି କରିବା ଉର୍ଦ୍ଦେଶ୍ୟରେ ଦୁହେଁ ଘରେ ପଶିଥିଲେ ।

ହେଲେ ଘରେ ପଶି ଦେଖିଲେ ମହିଳା ଜଣଙ୍କ ତାଙ୍କର ୨ ବର୍ଷର ଝିଅ ସହିତ ଶୋଇଥିଲେ । ଘରେ ଆଉ କେହି ନଥିଲେ । ଏହାର ସୁଯୋଗ ନେଇ ଲୁଟେରା ଦ୍ୱୟ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ସେ ପ୍ରତିରୋଧ କରିବାକୁ ଚେଷ୍ଠା କରୁଥିବା ବେଳେ ଝିଅ ବେକରେ ଛୁରି ଲଗାଇ ତାଙ୍କୁ ଭୟଭୀତ କରିଥିଲେ । ଗଣଦୁଷ୍କର୍ମ ପରେ ଲୁଟେରାମାନେ ପ୍ରଥମେ ଉକ୍ତ ମହିଳାଙ୍କ ସୁନା ଚେନ୍ ଓ ମୋବାଇଲ ଇତ୍ୟାଦି ନେଇଯାଇଥିଲେ । ମହିଳା ଜଣଙ୍କ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ମାତ୍ର ୧୦ଦିନ ହେଲା ଏହି ଆପାର୍ଟମେଂଟରେ ଏକ ଫ୍ଲାଟ ଭଡ଼ା ନେଇ ରହୁଛନ୍ତି ।

ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ସୋମବାର ସକାଳେ ମହିଳା ଜଣଙ୍କ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ପୋଲିସ ଘଟଣାକୁ ଗମ୍ଭିରତାର ସହ ନେଇ ଖୋଳତାଡ କରିଥିଲା । ସିସିଟିଭି ଫୁଟେଜ ଓ ପାରିପାଶ୍ୱିର୍କ ସ୍ଥିତିକୁ ଅନୁଧ୍ୟାନ କରି ପୋଲିସ ୩ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ତେବେ ବେଶ କିଛିଦିନ ପରେ ରାଜଧାନୀରେ ଏଭଳି ଘଟଣା ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି ।


Reporterspen