Bird Flu: ବାର୍ଡ ଫ୍ଲୁ ଭୟ ଟଳିଲା, ଚିକେନ ଖାଇହେବ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

Reporterspen

Bird Flu : ରାଜ୍ୟରେ ଆଉ ବାର୍ଡ ଫ୍ଲୁ ଭୟ ନାହିଁ। ଚିକେନ୍ ଓ ଅଣ୍ତା ଖାଇ ହେବ। । ବ୍ରଏଲର ଚିକେନ୍ ଏବେ ବାର୍ଡ଼ ଫ୍ଲୁ ମୁକ୍ତ ହେଲାଣୀ।  ଚିକେନ୍ କି ଅଣ୍ତା ଯାହା ବି ଖାଇଲେ କିଛି ବିପଦ ନାହିଁ। ଚଳିତ ବର୍ଷ  ଯେଉଁ ଅଞ୍ଚଳରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିଲା।  ସେଠାରେ କୁକୁଡାଙ୍କୁ ମାରି ପୋତି ଦିଆଯାଇଛି।  ତେଣୁ ଲୋକେ ଅଚିନ୍ତାରେ  ପୂର୍ବ ପରି ଚିକେନ୍  ଅଣ୍ତା ଖାଇପାରବେ ବୋଲି  ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ରାଜ୍ୟରେ ଉତ୍ପାଦନ ହେଉଥିବା ବ୍ରଏଲର  ଚିକେନ କି ଅଣ୍ତାରେ ଆଉ କୌଣସି ପ୍ରକାର ସଂକ୍ରମଣ ନାହିଁ।  ଏ ବର୍ଷ ପୁରୀ-କେନ୍ଦ୍ରାପଡା ଜିଲ୍ଲାରେ ବାର୍ଡ ଫ୍ଲୁ  ସଂକ୍ରମଣ ଦେଖାଦେଇଥିଲାଷ  ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସମ୍ପଦ ବିଭାଗର ସହାୟତାରେ କୁକୁଡାଙ୍କୁ ମାରି ପୋତି ଦିଆଯାଇଥିଲା।

ପ୍ରତିବର୍ଷ ପରି,  ଏହି ସିଜିନରେ  ବାର୍ଡ଼ ଫ୍ଲୁ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକ ଉତ୍ତାପରେ ଚିକେନକୁ ଭଲ ଭାବରେ କରି ଖାଇଲେ କିଛି ଅସୁବିଧା ନାହିଁ। ରାଜ୍ୟରେ ବ୍ରଏଲର ଚିକେନ୍  କି ଅଣ୍ତାରେ  କୌଣସି ସଂକ୍ରମଣ ନାହିଁ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ମିଶ୍ର ସ୍ପଷ୍ଟ କରିଛନ୍ତି। ସୂଚନା ଯୋଗ୍ୟ ବାର୍ଡ଼ ଫ୍ଲୁ ଭୟ ଯୋଗୁଁ  ମାସେ ହେବ ଚିକେନ ବେପାର ମାନ୍ଦା ଥିଲା।  ଚିକେନ୍ ରେଟ୍ ଖସି ଯାଇଥିଲା। କେଜି ପିଛା ୨୦୦ ରୁ ଖସି ୧୨୦ କିମ୍ବା ୧୬୦ ଟଙ୍କାରେ ବିକ୍ରି ହେଉଥିଲା। ବାର୍ଡ଼ ଫ୍ଲୁ ଭୟ ଦୂର ପରେ ଗତ ରହିବାର ଠାରୁ ଧିରେ ଧିରେ ଗ୍ରାହକ ଚିକେନ କିଣୁଥିବା ଆମିଷ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।


Reporterspen
!-- afp header code starts here -->