ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେପି ଉପରେ ମିଥ୍ୟାରୋପ କରୁଛି ବିଜେଡି: ବିଶେଶ୍ୱର ଟୁଡୁ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପୂର୍ବତନ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । କୁଡୁମୀ ସଂପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀମତୀ ମହନ୍ତଙ୍କ ଯୋଗଦାନ କାରଣରୁ ବିଜେପିର ସଂଗଠନ ଆହୁରି ସୁଦୃଢ ହେବ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ।

ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ରାଜ୍ୟରେ ଭାରତୀୟ ଜନତା ପାର୍ଟୀ ସରକାର ଗଠନ କରିଛି । ପ୍ରଧାନମନ୍ତ୍ରୀ ମୋଦିଜୀ ଏବଂ ବିଜେପି ପ୍ରତି ଓଡିଶାବାସୀଙ୍କ ଆସ୍ଥା ରହିଛି । ଗତ ନିର୍ବାଚନରେ ଓଡିଶାରୁ ୨୦ଟି ସାଂସଦ ଜୟଲାଭ କରିଛନ୍ତି । ରାଜ୍ୟରେ ଏକ ଦୁର୍ନୀତିମୁକ୍ତ, ଭ୍ରଷ୍ଟାଚାରମୁକ୍ତ ଏବଂ ସୁଶାସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଶୃତିବଦ୍ଧ ।

ଗତ ୨୪ ବର୍ଷର ବିଜେଡି ଶାସନରେ ଓଡିଶାର ବିକାଶ ବାଧାପ୍ରାପ୍ତ ହୋଇଛି । କୁଡୁମି ସଂପ୍ରଦାୟର ଭାଇଭଉଣୀଙ୍କୁ ନ୍ୟାୟ ଦେଇ ନାହିଁ ବିଜେଡି । ବରଂ କେବଳ ଭୋଟବ୍ୟାଂକ ଭାବେ ବ୍ୟବହାର କରି ନିଜ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିଛି ବିଜେଡି । କିଛି ହାତଗଣତି ନେତାଙ୍କ ଦ୍ୱାରା ପରିଚାଳିତ ବିଜେଡି ଦ୍ୱାରା କୁଡୁମି ସଂପ୍ରଦାୟର ଭାଇଭଉଣୀଙ୍କ ଆତ୍ମସମ୍ମାନ ଓ ସ୍ୱାଭୀମାନକୁ ଜଳାଞ୍ଜଳୀ ଦିଆଯାଇଛି । ବିଜେଡିର ମନ୍ଦ ଉଦ୍ଦେଶ୍ୟକୁ ବୁଝି ସାରିଥିବା କୁଡୁମି ସଂପ୍ରଦାୟ ଆଜି ଉଚିତ୍ ଜବାବ୍ ଦେଇଛି । ଶ୍ରୀମତୀ ମହନ୍ତ ନିଜ ଆଡୁ ବିଜେପିରେ ସାମିଲ ହୋଇଛନ୍ତି ।

ଅନ୍ୟ ପଟେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ବିଜେପି ଉପରେ ମିଥ୍ୟାରୋପ କରୁଛି ବିଜେଡି । ରାଜ୍ୟ ତଥା ଦେଶର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଥିବା ସମସ୍ତଙ୍କ ପାଇଁ ବିଜେପିର ଦ୍ୱାର ସବୁ ସମୟ ଖୋଲା ରହିଛି । ଶ୍ରୀମତୀ ମହନ୍ତଙ୍କ ବିଜେପିରେ ଯୋଗଦାନକୁ ସ୍ୱାଗତ କରୁଛୁ ବୋଲି ଶ୍ରୀ ଟୁଡୁ କହିଛନ୍ତି ।


Reporterspen

Leave a Reply