ଭୁବନେଶ୍ୱର, (ରିପୋଟର୍ସ ପେନ୍), ୯ ଅଗଷ୍ଟ: ଆଜି ବିଜୁଜନତା ଦଳର ମୁଖ୍ୟାଳୟ ଶଙ୍ଖଭବନରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ ଓଡ଼ିଶାର ସମସ୍ତ ଜନଜାତି ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଜନଜାତିସମ୍ପ୍ରଦାୟର ବିକାଶ ବିନା ଓଡ଼ିଶାର ବିକାଶ ସମ୍ଭବ ନୁହେଁ ବୋଲି କହିଥିଲେ ।
ଆଜି ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସ । ଏହି ଅବସରରେ, ସହିଦମାନଙ୍କୁ ମୋର ଶ୍ରଦ୍ଧାଞ୍ଜଳି । ଓଡ଼ିଶା ପାଇଁ ଆଜି ଦିନର ବିଶେଷ ଗୁରୁତ୍ୱ ରହିଛି । ଆମ ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ହେଲେ ଆଦିବାସୀ ସମ୍ପ୍ରଦାୟର । ଜନଜାତି ଭାଇଭଉଣୀମାନଙ୍କ କଲ୍ୟାଣ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ଅନେକ ପଦକ୍ଷେପ ନେଇଥିଲା । ନବୀନ କହିଥିଲେ ଯେ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝି ମେଡିକାଲ କଲେଜ, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ରାଉରକେଲାରେ ଭଗବାନ ବିର୍ଶା ମୁଣ୍ଡା ହକିଷ୍ଟାଡିୟମ ବିଜେଡି ସରକାର କରିଛି । ସେମାନଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବିଜେଡି ସରକାର ସ୍ପେସିଆଲ ଡେଭେଲପମେଣ୍ଟ କାଉନସିଲ ଗଠନ କରିଥିଲା । ଏହା ଥିଲା ସାରା ଦେଶରେ ଏକ ନୂଆ ପଦକ୍ଷେପ । ଜଙ୍ଗଲ ଜମି ଅଧିକାର ହେଉ ବା ଶିକ୍ଷାର ପ୍ରସାର ବାଜୀବୀକାର ସୁରକ୍ଷା ବା ସାନ୍ତାଳି ଭାଷାକୁ ସମ୍ୱିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଏସବୁକାମ ବିଜେଡିସର କାର ସମୟରେ ହି ହୋଇଛି ।
ସେ ଆହୁରି କହିଥିଲେ, ବିଜେଡି ସରକାର ୧୬୯ କମ୍ୟୁନିଟିକୁ ଜନଜାତି ସମ୍ପ୍ରଦାୟର ମାନ୍ୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଲଗାତାର ଦାବି କରି ଆସୁଛି । ସେହିପରି କିଛି ଜନଜାତି ଭାଷା ଯଥା ହୋ, ମୁଣ୍ଡାରୀ, ଭୂମିଜ, ସଉରା ଓ କୁଇ ଇତ୍ୟାଦିକୁ ସମ୍ୱିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ ବିଜେଡି ଦାବି କରି ଆସୁଛି । ଉଭୟ ଦାବିକୁ କେନ୍ଦ୍ର ସରକାର ତୁରନ୍ତ ମାନି ନେବା ଉଚିତ । ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ଆମେ ଗର୍ବିତ । ସେମାନଙ୍କ ବିକାଶ ଓ ସ୍ୱତନ୍ତ୍ର ପରିଚୟର ସୁରକ୍ଷା ପାଇଁ ବିଜେଡିତାର ଉଦ୍ୟମ ଜାରି ରଖିବ ବୋଲି ନବୀନ କହିଥିଲେ ।
ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ କୋରାପୁଟର ବିଜେଡ଼ି ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ । ବିଜୁଜନତା ଦଳର ମିଡ଼ିଆ ସଂଯୋଜକ ଡ଼ଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଦେଇଥିଲେ । ପ୍ରାରମ୍ଭରେ ଭିନ୍ନ ଭିନ ଗ୍ରୁପ ଆଦିବାସୀ ନୃତ୍ୟର ତାଳେ ତାଳେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଜନଜାତି ସମ୍ପ୍ରଦାୟର ଲୋକମାନେ ଅଂଶ ଗ୍ରହଣ କରିଥିଲେ ।
ଏହିବିଶ୍ୱ ଆଦିବାସୀ ଦିବସରେ ଦେବୀ ପ୍ରସାଦ ମିଶ୍ର (ଚେୟାରମ୍ୟାନ କୋର୍ଡ଼ିନେସନ କମିଟି, ବିଜେଡ଼ି), ସନ୍ତୃପ୍ତ ମିଶ୍ର (ପଲିଟିକାଲ ସେକ୍ରେଟାରୀ, ସଭାପତି, ବିଜୁଜନତା ଦଳ), ସୁଦାମ ମାରାଣ୍ଡି (ପୂର୍ବତନ ମନ୍ତ୍ରୀ), ଜଗନ୍ନାଥ ସାରକା (ପୂର୍ବତନ ମନ୍ତ୍ରୀ), ସୁଶାନ୍ତ ରାଉତ (ବିଧାୟକ, ଭୁବନେଶ୍ୱର ଉତ୍ତର), ଅନନ୍ତ ନାରାୟଣ ଜେନା (ବିଧାୟକ, ଭୁବନେଶ୍ୱର ମଧ୍ୟ), ଅଶୋକ ପଣ୍ଡା (ପୂର୍ବତନ ମନ୍ତ୍ରୀ), ସୁଲୋଚନା ଦାସ (ମେୟର, ଭୁବନେଶ୍ୱର), ମଞ୍ଜୁଲତା କହଁର (ଡେପୁଟି ମେୟର, ଭୁବନେଶ୍ୱର), ସାନନ୍ଦ ମାରାଣ୍ଡି (ପୂର୍ବତନ ଉପବାଚସ୍ପତି), ଦେବାଶିଷ ମାରାଣ୍ଡି (ବିଜେଡ଼ି ବିଧାୟକ ପ୍ରାର୍ଥୀ, ସାରସକଣା), ବାସନ୍ତୀ ହେମ୍ବ୍ରମ (ପୂର୍ବତନ ମନ୍ତ୍ରୀ), ମାଧବ ସର୍ଦ୍ଦାର (ପୂର୍ବତନ ସାଂସଦ), ଜିନ ହିକକା (ପୂର୍ବତନ ସାଂସଦ), କୌଶଲ୍ୟାହିକକା (ବିଜେଡ଼ି ସାଂସଦ ପ୍ରାର୍ଥୀ, କୋରାପୁଟ),
ଚକ୍ରମଣି କହଁର (ବିଧାୟକ, ବାଲିଗୁଡ଼ା), ଲେନିନ୍ ମହାନ୍ତି (ମିଡ଼ିଆ ସଂଯୋଜକ, ବିଜୁଜନତା ଦଳ), ଡକ୍ଟର ପ୍ରିୟବ୍ରତ ମାଝୀ (ମିଡ଼ିଆ ସଂଯୋଜକ, ବିଜୁଜନତା ଦଳ), ଲେଖାଶ୍ରୀ ସାମନ୍ତସିଂହାର (ବିଜେଡ଼ି ସାଂସଦ ପ୍ରାର୍ଥୀ, ବାଲେଶ୍ୱର), ତୁମ୍ବନାଥ ପଣ୍ଡା (ମୁଖପାତ୍ର, ବିଜୁଜନତା ଦଳ), ମିହିରରାୟ (ମୁଖପାତ୍ର, ବିଜୁଜନତା ଦଳ), କାଶୀନାଥ ହେମ୍ବ୍ରମ (ସଭାପତି, ମୟୂରଭଞ୍ଜ ସଦର), ମନୋଜ ସାହୁ, ମିହିର ରାଉତ, ଅବଦତ୍ତ ସ୍ୱାଇଁ, ସବ୍ୟସାଚୀ ସାହୁ, ଶେଖ୍ ନୁର୍ହସନ, ପୂଜା ବେହେରା, ପ୍ରେମାନନ୍ଦ ଜେନା, ଅଚ୍ୟୁତାନନ୍ଦ ସ୍ୱାଇଁ, ମିନୁଶ୍ରୀ ଖୁଣ୍ଟିଆ, ବାସନ୍ତୀସିଂ, ସାଲଖାନ ମୁର୍ମୁ, ଖୋଲାନ ମାଝୀ, ହେମନ୍ତ ପରିଡ଼ା, ଦେବରାଜ ଭୋଇ, ସୁବାସ ପାତ୍ର, କାରୁ ମୁର୍ମୁ, ବିଦୁରାଜ ସୋରେନ, କରୁଣାକର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।