ଲୋକଙ୍କ ହିତ ପାଇଁ “ନେମ୍ ଚେଞ୍ଜର” ବି “ଗେମ୍ ଚେଞ୍ଜର” ବି ହେବ ବିଜେପି : ଟଙ୍କଧର ତ୍ରିପାଠୀ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୋଟ ପାଇଁ ଘୋଷଣା ସର୍ବସ୍ୱ ସାଜିଥିଲା ପୂର୍ବତନ ନବୀନ ସରକାର । ନିର୍ବାଚନ ବୈତରଣୀ ପାର ହେବା ଲାଗି ରାଜ୍ୟ ରାଜକୋଷକୁ ଖୋଳ କରିଥିଲା ବିଜେଡି । ନିର୍ବାଚନ ଜିତିବା ପାଇଁ ନବୀନ ପଟ୍ଟନାୟକଙ୍କ ଟିମ୍ ହୀନ ଷଡଯନ୍ତ୍ର ରଚି ବର୍ଷକରେ ୧୪୦ଟି ଯୋଜନା ଆଣି ଓଡ଼ିଶାର ଲୋକଙ୍କୁ ଭକୁଆ ବନାଇବାକୁ ଅପଚେଷ୍ଟା କରିଥିଲେ । ଯୋଜନା ନାମରେ ବ୍ୟାପକ ମାତ୍ରାରେ ହରିଲୁଟ୍ କରି ବିଜେଡିର ଦଳୀୟ କର୍ମୀ ଓ ନେତାଙ୍କୁ ପୋଷା ଯାଇଥିଲା । ନବୀନ ସରକାରରେ ପ୍ରତି ଯୋଜନା ପାଇଁ ମାତ୍ର ହଜାରେ ଟଙ୍କା ବ୍ୟୟବରାଦ କରାଯାଉଥିଲା । ନବୀନଙ୍କ ଏଭଳି ହୀନଚକ୍ରାନ୍ତକୁ ଭଲଭାବେ ବୁଝି ସାରିଥିବା ଓଡ଼ିଶାବାସୀ ଶେଷରେ ତାଙ୍କୁ କ୍ଷମତାଚ୍ୟୁତ କଲେ ।

ବିରୋଧୀ ଦଳର ବସିବାର ଅଭ୍ୟାସ ନାହିଁ, ସେଥିପାଇଁ ଭେଳିକି ଯୋଜନା ଗୁଡିକ ତାସ୍ ଘର ଭଳି ଭୂଷୁଡିଯିବା ପରେ ନବୀନ ବାବୁ ବିରୋଧୀ ଆସନରେ ବସି ଧର୍ଯ୍ୟ ହରାଇବା ସହ ବାଉଳା ଚାଉଳା ହେଉଛନ୍ତି । ଆଦିବାସୀ ଯୁବକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅସହିଷ୍ଣୁନ ହୋଇପଡିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ । ବ୍ୟକ୍ତି କୈନ୍ଦ୍ରିକ ନୁହେଁ ବରଂ ରାଜ୍ୟର ସମସ୍ତ ବରପୁତ୍ର ଓ ମହାପୁରୁଷଙ୍କୁ ସମ୍ମାନ ଦେଇଜାଣିଛି ବିଜେପି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ସମେତ ଉତ୍କଳମଣି ଗୋପବନ୍ଧୁ ଦାସ, ଡ.ହରେକୃଷ୍ଣ ମହତାବ, ବୀର ସୁରେନ୍ଦ୍ର ସାଏ, ରେଣ୍ଡୋ ମାଝୀ, ଲକ୍ଷ୍ମଣ ନାୟକ, ଗଙ୍ଗାଧର ମେହେର ସମେତ ଅନ୍ୟାନ୍ୟ ବରପୁତ୍ରମାନଙ୍କୁ ସମ୍ମାନ ଜଣାଇଛି । ଏଇଟା ବିରୋଧୀ ଦଳ ନେତାଙ୍କୁ କଷ୍ଟ ଦେଇଛି । ବିଜେପି ସରକାର ଲୋକଙ୍କ ସରକାର । ଲୋକଙ୍କ ହିତ ପାଇଁ “ନେମ୍ ଚେଞ୍ଜର” ବି “ଗେମ୍ ଚେଞ୍ଜର” ବି ହେବ ବିଜେପି ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ।

ଅନ୍ୟକୁ ଜୁମଲା ସରକାର କହୁଥିବା ନବୀନ ବାବୁ ନିଜେ ଜଣେ ବଡ ଜୁମଲା । ୨୫ ବର୍ଷ ଧରି ନବୀନ ବାବୁ କେନ୍ଦ୍ରୀୟ ଯୋଜନାରେ ନିଜ ନାଁ ଦେଇ ଓଡ଼ିଶାକୁ ଚଳେଇ ଆସୁଥିଲେ । ମୁଖ୍ୟମନ୍ତ୍ରୀ ଶାସନରେ ଥିବା ବେଳେ ସୋହେଲାରେ ୧୦୦ ଟଙ୍କା ଘୋଷଣା କରିଥିଲେ କିନ୍ତୁ ତାହାକୁ ଦେଲେ ନାହିଁ । ସେହିପରି ପିଠା ଯୋଜନାରେ ମା’ମାନଙ୍କୁ ଭଣ୍ଡାଇ ଥିଲେ । ବିଜୁ ଯୁବ ବାହିନୀ ଗଠନ କରି ଯୁବକମାନଙ୍କ ସହିତ ବଡ ଜୁମଲା କଲେ । ଏଭଳି ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ଖୋଦ୍ ନବୀନ ବାବୁ ଏବଂ ବର୍ତମାନ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ନବଗଠିତ ବିଜେପି ସରକାର ଉପରେ ମିଥ୍ୟା ଆରୋପ ଲଗାଉଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାରର ପ୍ରଥମ ବଜେଟ୍‌କୁ ସବୁ ବର୍ଗର ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ସ୍ୱାଗତ କରୁଥିବାବେଳେ ନବୀନ ବାବୁ ତାହାକୁ ବିରୋଧ କରୁଛନ୍ତି । ବିଜେପି ଯାହା କୁହେ ତାହା କରେ, ନବୀନ ବାବୁ ଠକିବା ଛଡା କିଛି ଜାଣନ୍ତି ନାହିଁ । ବିଜେପି ନିର୍ବାଚନୀ ବେଳେ ପ୍ରତିଶ୍ରୁତି ଦେଇଥିଲେ ଧାନ କ୍ୱଂଇଟାଲ ୩୧ଶହ ଟଙ୍କା କରିବେ ବୋଲି, ସେହି ପ୍ରତିଶ୍ରୁତି ପାଳନ କରିଛି । ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।


Reporterspen

Leave a Reply