BMC Office Bhubaneswar: ବିଏମ୍‌ସି ଅର୍ଥ ହରିଲୁଟ୍ ପଛରେ କାହା ସ୍ୱାର୍ଥ?

Reporterspen

BMC Office Bhubaneswar: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ସରକାର କା ମାଲ୍ ଦରିୟା ମେଁ ଡାଲ…. ଉକ୍ତିର ଏବେ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି । ତାହା ପୁଣି ଖୋଦ ରାଜଧାନୀ ଭୁବନେଶ୍ୱରର ମହାନଗର ନିଗମ ଅଫିସରେ । ଯେଉଁଠି ବିନା ଟେଣ୍ଡରରେ ୩ହଜାର ଟଙ୍କା ଖର୍ଚ୍ଚ ହେଉଥିଲା, ଟେଣ୍ଡର ପରେ ତାହା ଏବେ ୮ହଜାର ୬ଶହ ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଟେଣ୍ଡର ନାଁରେ ସରକାରୀ ଅର୍ଥକୁ ଏଭଳି ହରିଲୁଟ କରିବା ପଛରେ କାହାର ସ୍ୱାର୍ଥ ଜଡିତ ଅଛି?

ଗତ କିଛିଦିନ ହେଲା ବିଏମ୍‌ସିରେ ସଫେଇ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା ଗାଡ଼ି ଟେଣ୍ଡରକୁ ନେଇ ବିବାଦ ଦେଖାଦେଇଛି । ଏହି ଟେଣ୍ଡର ଦ୍ୱାରା ବିଏମ୍‌ସିର ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଉଛି । ପୂର୍ବରୁ ବିନା ଟେଣ୍ଡରରେ ବିଏମ୍‌ସିରେ ଗାଡ଼ି ଲଗାଇଥିବା ଭେଣ୍ଡରମାନେ ଏଭଳି ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଅନେକଗୁଡ଼ିଏ ଭେଣ୍ଡର ଦୀଘର୍ବର୍ଷ ଧରି ବିଏମ୍‌ସିରେ ଗାଡ଼ି ଲଗାଉଥିଲେ । ସେମାନଙ୍କ ଟଙ୍କା ବିିଏମ୍‌ସିରୁ ଏପର୍ଯ୍ୟନ୍ତ ମିଳିନାହିଁ । ସେମାନଙ୍କର ଲକ୍ଷାଧିକ ଟଙ୍କା ଏବେ ବି ବକେୟା ରହିଛି ।

ତେବେ ଗତ କିଛିଦିନ ତଳେ ସେମାନଙ୍କୁ ଏକ ପ୍ରକାର ହଇରାଣ କରାଗଲା । ବିଏମସି ପକ୍ଷରୁ ଏକ ଖୋଲା ଟେଣ୍ଡର ଡକାଗଲା । ସେମାନେ ଯେପରି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ନ ପାରିବେ ସେଥିପାଇଁ ଟେଣ୍ଡରକୁ ୮କୋଟି କରି ଦିଆଗଲା । ଯାହାଫଳରେ ସେମାନେ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିଲେ ନାହିଁ । ପୂର୍ବରୁ ସରକାରୀ ଦରରେ ଗାଡ଼ି ଲଗାଯାଉଥିଲା । ଯାହାଫଳରେ ଅନେକଗୁଡ଼ିଏ ଭେଣ୍ଡର ଏଠାରେ ଗାଡ଼ି ଲଗାଉଥିଲେ । ହେଲେ ଏବେ ଟେଣ୍ଡର ଦ୍ୱାରା ମାତ୍ର ଗୋଟିଏ ସଂସ୍ଥାକୁ ଗାଡି ଲାଗାଇବାକୁ ଅନୁମତି ଦିଆଗଲା । ଏମାନଙ୍କ ବକେୟା ଟଙ୍କା ପରିଶୋଧ ନ କରି ତରବରିଆ ଭାବେ କଣ ପାଇଁ ଟେଣ୍ଡର ଦିଆଗଲା ତାହା ସନ୍ଦେହ ଘେରକୁ ଆସିଛି ।

ଅନ୍ୟପକ୍ଷରେ ପୁରୁଣା ଭେଣ୍ଡରଙ୍କ କହିବା ଅନୁଯାୟୀ, ସେମାନେ ଗୋଟିଏ ହାଇୱାକୁ ୧୨ ଘଣ୍ଟା ପାଇଁ ୩୦୦୦ ଟଙ୍କାରେ ଲଗାଉଥିଲେ । ଟେଣ୍ଡର ପରେ ଏହା ବହୁ ପରିମାଣରେ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା । ହେଲେ ଟେଣ୍ଡର ପରେ ଘଣ୍ଟା ପ୍ରତି ୭୦୦ ଟଙ୍କା ଦେବାକୁ ଚିଠି କରାଯାଇଛି । ୧୨ ଘଂଟା ହିସାବ କଲେ ପ୍ରତ୍ୟେକ ଦିନ ୮ହଜାର ୬ଶହ ଟଙ୍କା ବିଏମ୍‌ସି ଦେବ । ଯାହା ପୂର୍ବ ଭଡ଼ା ଠାରୁ ୫ହଜାର ଟଙ୍କା ଅଧିକ ବୋଲି ଅଭିଯୋଗ କରାଯାଇଛି । ଏହାହାରା ବିଏମ୍‌ସି ବହୁ ପରିମାଣରେ ରାଜସ୍ୱ ହରାଇବ । ତେବେ ବିଭାଗୀୟ ଅଧିକାରୀ ଅଶୋକ କୁମାର ଲେଙ୍କା ଚଞ୍ଚକତା କରି ଏଭଳି କରିଥିବା ଅଭିଯୋଗ ହୋଇଛି ।
ତେବେ କାହା ସ୍ୱାର୍ଥରେ ଏଭଳିି ନିଷ୍ପରି ନିଆଗଲା? ଏସମ୍ପର୍କରେ କର୍ପୋରେସନ କିମ୍ବା ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇଥିଲେ ବୋଲି ପ୍ରଶ୍ନ କରାଯାଇଛି ।

ବିଏମ୍‌ସିର ବିଭାଗୀୟ ଅଧିକାରୀ ଅଶୋକ କୁମାର ଲେଙ୍କା ଏ ସଂପର୍କରେ କହିଛନ୍ତି, ବହୁତ ଗାଡ଼ି ଲାଗିଲେ ଟେଣ୍ଡର ଆବଶ୍ୟକତା ରହିଛି । ନିୟମ ଅନୁସାରେ ଯାହା ହେବା କଥା ଆମେ ଠିକ୍ ତାହା ହିଁ କରିଛୁ । ଏହା କର୍ପୋରେସନରେ ପାରିତ ହୋଇଛି । ସମସ୍ତ ବରିଷ୍ଠ ଅଧିକାରୀ ଏ ସଂପର୍କରେ ଅବଗତ ଅଛନ୍ତି । ର୍ପୂବାପେକ୍ଷା ଟେଣ୍ଡର ପ୍ରକ୍ରିୟାରେ ବିଏମ୍‌ସିକୁ ଲାଭ ହୋଇଛି । ବକେୟା ଟଙ୍କା ଦେବା ନେଇ ଖୁବ୍‌ଶୀଘ୍ର ନିଷ୍ପରି ହେବ ।

ଏଠାରେ ପ୍ରଶ୍ନ ଉଠୁଛି, ତେବେ କାହା ସ୍ୱାର୍ଥରେ ଏଭଳିି ନିଷ୍ପରି ନିଆଗଲା? ଏ ସମ୍ପର୍କରେ କର୍ପୋରେସନ କିମ୍ବା ବରିଷ୍ଠ ଅଧିକାରୀମାନଙ୍କୁ ଶ୍ରୀଲେଙ୍କା ଜଣାଇଥିଲେ କି?ଯଦି କର୍ପୋରେସନରେ ପାରିତ ହୋଇଛି, ତେବେ କେହି ଏହାକୁ ପ୍ରତିବାଦ କଲେନି କେମିତି? ମେୟର ଓ କମିଶନରଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସୁଛି,ତେବେ ଏନେଇ ତୁରନ୍ତ ସ୍ପଷ୍ଟିକରଣ ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।


Reporterspen