Bobby Das Resign: OCA ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ

Reporterspen

Bobby Das Resign: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : OCA ସଭାପତି ପଦରୁ ଇସ୍ତଫା ଦେଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ବବି ଦାସ ଇସ୍ତଫା ଦେଇଥିବା ନେଇ କହିଛନ୍ତି ସମ୍ପାଦକ ସଞ୍ଜୟ ବେହେରା। ତେବେ ଇସ୍ତଫା ଦେବାର କାରଣ ବ୍ୟକ୍ତିଗତ ବୋଲି ଦର୍ଶାଇଛନ୍ତି ବବି । ସେପଟେ ୪୫ ଦିନ ଭିତରେ ନିର୍ବାଚନ କରାଯାଇ OCA ସଭାପତି ଚୟନ କରାଯିବ। ୨୦୨୨ ଅକ୍ଟୋବର ୨୮  ତାରିଖରେ ନିର୍ବାଚିତ ହୋଇଥିଲେ ପ୍ରଣବ ପ୍ରକାଶ ଦାସ।  ପାଖାପାଖି ୨ ବର୍ଷରୁ ଅଧିକ ସମୟ ଧରି ଥିଲେ ବବି ଦାସ। ତେବେ ହଠାତ୍ ତାଙ୍କ ଇସ୍ତଫାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଜୋର ଧରିଛି।

ସୂଚନାନୁଯାୟୀ, କିଛିଦିନ ପୂର୍ବରୁ ଫାଓ ର ସମ୍ପାଦକ ପଦରୁ ଦେବାଶିଷ ସାମନ୍ତରାୟ ଯେତେବେଳେ ଇସ୍ତଫା ଦେଇଥିଲେ ସେତେବେଳେଠୁ ଚର୍ଚ୍ଚା ଜୋର ଧରିଥିଲା ଯେ, ବବି ଦାସ ବି ଓସିଏ ସଭାପତି ପଦରୁ ଇସ୍ତଫା ଦେଇପାରନ୍ତି। ଯଦି ଦେଖିବା ସରକାର ବଦଳିବା ପରେ ଅର୍ଥାତ୍ ଗତ ନିର୍ବାଚନ ରେ ବିଜେଡି ସରକାରର ପତନ ପରେ ବିଜେପି ସରକାର ରାଜ୍ୟ ରେ ଶାସନ ଭାର ସମ୍ଭାଳିଛି। ଆଉ ଏହାପରେ ଯେଉଁ ବିଜେଡି ନେତା ମାନେ କ୍ରୀଡା କ୍ଷେତ୍ରରେ ବିଭିନ୍ନ ପଦରେ ନିଜକୁ ଅବସ୍ଥାପିତ କରିଥିଲେ ସେମାନେ ବି ଧିରେ ଧିରେ ଏ ଟ୍ରାକ୍ ରୁ ହଟିବାକୁ ଲାଗିଥିଲେ। ଆଉ ସେହି କ୍ରମରେ ଫାଓର ସମ୍ପାଦକ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ ଆଜି ବବି ଦାସ ଓସିଏ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

ତେବେ ଇସ୍ତଫା ଦେବା ପରେ ସବୁଠାରୁ ବଡ଼ କଥା ହେଉଛି, ବବି ଦାସ OCA ସଭାପତି ପଦ ପାଇବା ନେଇ ଯେତିକି ଚର୍ଚ୍ଚା ହେଉଥିଲା ବର୍ତ୍ତମାନ ଇସ୍ତଫାକୁ ନେଇ ବେଶ୍ ଚର୍ଚ୍ଚା ଲାଗିରହିଛି। ପାରିପାର୍ଶ୍ୱିକ ସ୍ଥିତି ଅନୁଯାୟୀ, ଓସିଏର ଅନେକ ବୈଠକରେ ବବି ଦାସ ଅନୁପସ୍ଥିତ ରହୁଥିଲେ ଏହାସହ କିଛି ଦିନ ତଳେ ଓସିଏ ର ଅଲଗା କର୍ମକର୍ତ୍ତା ମାନେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଭେଟିଥିଲେ। ତେବେ ଇସ୍ତଫାର କାରଣ ବବି ଦାସ ବ୍ୟକ୍ତିଗତ କାରଣ ବୋଲି ଲେଖିଥିବା ବେଳେ ରାଜନୈତିକ ମାହୋଲ ଏବେ ବେଶ୍ ସରଗରମ ରହିଛି।


Reporterspen