ଅଗ୍ନିବୀର ନିଯୁକ୍ତି ପାଇଁ ତୁରନ୍ତ କରନ୍ତୁ ଆବେଦନ

0 1,197

ସେନାବାହିନୀରେ ଯୋଗ ଦେଇ ଦେଶ ସେବା କରିବା ସହ ନିଜ କ୍ୟାରିୟର ଗଢିବା ପାଇଁ ଏକ ଭଲ ସୁଯୋଗ ଆସିଛି । ଯେଉଁ ପ୍ରାର୍ଥୀମାନେ ଭାରତୀୟ ସେନାରେ ଯୋଗ ଦେବାକୁ ଚାହୁଁଛନ୍ତି ସେମାନେ ଅଗ୍ନିବୀର ପଦବୀ ପାଇଁ ତୁରନ୍ତ ଆବେଦନ କରନ୍ତୁ । ଅଗ୍ନିବୀର ନିଯୁକ୍ତି ୨୦୨୪ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୮ ଫେବୃଆରୀ ୨୦୨୪ରୁ ଆରମ୍ଭ ହୋଇଛି । ଉପଯୁକ୍ତ ଯୋଗ୍ୟତା ଥିବା ସମସ୍ତ ବର୍ଗର ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ୍ ୱେବସାଇଟ୍, joinindianarmy.nic.in ଭିଜିଟ୍ କରି ଅନଲାଇନରେ ଆବେଦନ ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୨୧ ମାର୍ଚ୍ଚ ୨୦୨୪ ।

ଯୋଗ୍ୟତା
ଅଗ୍ନିବୀରରେ କ୍ୟାରିୟର ଗଢିବା ପାଇଁ ଯୋଗ୍ୟତା ମଧ୍ୟରେ ରହିଛି ଅଷ୍ଟମ, ଦଶମ, ଦ୍ୱାଦଶ ଏବଂ ITI ଅଟେ । ଏହା ସହିତ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୭ ବର୍ଷରୁ ୬ ମାସରୁ କମ୍ ଏବଂ ୨୧ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ଆବେଦନ କରିବା ପୂର୍ବରୁ ସମସ୍ତ ପ୍ରାର୍ଥୀମାନେ ବିସ୍ତୃତ ଯୋଗ୍ୟତା ମାନଦଣ୍ଡ ପାଇଁ ଦିଆଯାଇଥିବା ବିଜ୍ଞପ୍ତି ଜାଣିବା ନିହାତି ଆବଶ୍ୟକ ।

ଆବେଦନ ଶୁଳ୍କ 
ଅଗ୍ନିବୀର ନିଯୁକ୍ତି ପାଇଁ ଆବେଦନ ଫର୍ମ ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରି ଅନଲାଇନ ମାଧ୍ୟମରେ ଆପଣ ପୂରଣ କରିପାରିବେ । ଆବେଦନ ସହିତ ନିର୍ଦ୍ଦିଷ୍ଟ ଶୁଳ୍କ ଜମା କରିବା ବାଧ୍ୟତାମୂଳକ ରହିଛି । ଆବେଦନ ଶୁଳ୍କ ୫୫୦ ଟଙ୍କା ଜମା ନକଲେ ଆପଣଙ୍କ ଫର୍ମକୁ ବିଚାରକୁ ନିଆଯିବ ନାହିଁ । ଆପଣ ଅନଲାଇନ ମାଧ୍ୟମରେ ଦେୟ ଜମା କରିପାରିବେ ।

ଚୟନ ପ୍ରକ୍ରିୟା
ନିଯୁକ୍ତିରେ ମନୋନୀତ ହେବା ପାଇଁ ପ୍ରାର୍ଥୀମାନଙ୍କୁ ସର୍ବ ପ୍ରଥମେ ସାଧାରଣ ପ୍ରବେଶିକା ପରୀକ୍ଷା (ଅନଲାଇନ୍) ରେ ଭାଗ ନେବାକୁ ପଡିବ । ଯେଉଁମାନେ ଏହି ପରୀକ୍ଷାରେ ନିର୍ଦ୍ଦିଷ୍ଟ କଟଅଫ୍ ମାର୍କ ପାଇବେ, ସେମାନଙ୍କୁ ଶାରୀରିକ ପରୀକ୍ଷାରେ ଅଂଶଗ୍ରହଣ କରିବେ । ପରେ ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଶେଷରେ ଡାକ୍ତରୀ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାକୁ ପଡିବ । ସମସ୍ତ ପର୍ଯ୍ୟାୟରେ ପ୍ରଦର୍ଶନ ଆଧାରରେ ଶେଷ ମେରିଟ୍ ତାଲିକା ପ୍ରସ୍ତୁତ ହେବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy