ଏୟାରଟେଲ୍ ଭୁବନେଶ୍ୱରରେ ରିଟେଲ୍ ଷ୍ଟୋରକୁ ଦୁଇଗୁଣ କରିଛି

0 1,063

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାରତୀ ଏୟାରଟେଲ ଭାରତର ଅନ୍ୟତମ ଅଗ୍ରଣୀ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ, ଆଜି ଘୋଷଣା କରିଛନ୍ତି ଯେ ଭୁବନେଶ୍ୱର ସହରରେ 4ଟି ନୂଆ ନେକ୍ସଟ ଜେନ୍ କମ୍ପାନି ମାଲିକାନାଭୁକ୍ତ ଷ୍ଟୋର୍ ଆରମ୍ଭ କରାଯାଇଛି।  ଏହି ନୂଆ ଷ୍ଟୋରଗୁଡ଼ିକ ଝାରପଡ଼ା, ଶିରିପୁର, ଡିଷ୍ଟ୍ରିକ୍ଟ ସେଣ୍ଟର ଏବଂ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଖୋଲାଯାଇଛି ଯାହାକି ଏୟାରଟେଲର ରିଟେଲ୍ ଉପସ୍ଥିତିକୁ ସୁଦୃଢ଼ କରିବା ସହିତ ଗ୍ରାହକଙ୍କୁ ଅପ୍ରତୀମ ସେବା ଅନୁଭୂତି ପ୍ରଦାନ କରିବ। ଏହି ଷ୍ଟୋର ମଧ୍ୟ ପୋର୍ଟଫୋଲିଓ ବ୍ୟାପୀ ଏୟାରଟେଲର କଟିଙ୍ଗ ଏଜ୍ ଟେକ୍ନୋଲୋଜି ପ୍ରଦର୍ଶନ କରିବ।

ଗ୍ରାହକଙ୍କ ପାଇଁ ଉତ୍କର୍ଷତା ଆଣି ଦେବା ସହ ଗ୍ରାହକଙ୍କ ଜୀବନକୁ ଜିଣିବା ପାଇଁ ପରିକଳ୍ପିତ, ଏହି ପାଖାପାଖି ଷ୍ଟୋରଗୁଡ଼ିକ ଏୟାରଟେଲ୍ ପ୍ରଦାନ କରୁଥିବା ସମୁଦାୟ ରେଞ୍ଜ ସହିତ ଏକ୍ସଟ୍ରିମ୍, ଏକ୍ସସେଫ୍, 5ଜି ପ୍ଲସ୍ ଇତ୍ୟାଦି ପ୍ରଦର୍ଶନ କରିବ। ଏହାର ଲକ୍ଷ୍ୟ ହେଉଛି ଅପ୍ରତୀମ ସେବା ଅନୁଭୂତି ପ୍ରଦାନ କରିବା, ଷ୍ଟୋରର କର୍ମଚାରୀମାନଙ୍କୁ ‘ଏୟାରଟେଲ୍ ଫ୍ରେଣ୍ଡସ୍’ ଭାବରେ ସୂଚିତ କରାଯାଉଛି ଏବଂ ସେମାନଙ୍କୁ ମୋବାଇଲ୍, ବ୍ରଡବ୍ୟାଣ୍ଡ ଏବଂ ଡିଟିଏଚ୍ ସମେତ ଏୟାରଟେଲ୍‌ର ପୋର୍ଟଫୋଲିଓ ବ୍ୟାପୀ ସମସ୍ତ ପ୍ରଶ୍ନର ଉତ୍ତର ଦେବା ପାଇଁ ଓ ସମସ୍ୟା ସମାଧାନ କରିବା ପାଇଁ ତାଲିମ ପ୍ରଦାନ କରାଯାଇଛି।

ଏହି ସମ୍ପ୍ରସାରଣ ଉପରେ ମନ୍ତବ୍ୟ ଦେଇ ବାଲାଜୀ ଆର୍ -ସିଓଓଓଡ଼ିଶା, ଭାରତୀ ଏୟାରଟେଲ୍ କହିଛନ୍ତି ‘‘ମୁଖ୍ୟତଃ ଗ୍ରାହକମାନଙ୍କର ଆଗ୍ରହ ଆମକୁ ଏୟାରଟେଲ୍‌ର ଓଡ଼ିଶା ରାଜ୍ୟରେ ବ୍ୟାପକ ରିଟେଲ୍ ସମ୍ପ୍ରସାରଣ ପାଇଁ ପ୍ରେରିତ କରିଛି। ଗ୍ରାହକଙ୍କର ସମସ୍ତ ଆବଶ୍ୟକତା ପାଇଁ ଏହି ୱାନ ଷ୍ଟପ୍ ସପ୍, ଏହି ଆଖପାଖ ଷ୍ଟୋରଗୁଡ଼ିକ ବ୍ୟାପକ ରେଞ୍ଜ, ମୋବାଇଲ୍‌, ବ୍ରଡବ୍ୟାଣ୍ଡ, ଡିଟିଏଚ୍ ସମେତ ବିସ୍ତୃତ ସର୍ଭିସ୍ ରେଞ୍ଜ ପ୍ରଦାନ କରିବା। ଓଡ଼ିଶା ରାଜ୍ୟ ଆମ ପାଇଁ ଆମର ମୁଖ୍ୟ ଧ୍ୟାନର କେନ୍ଦ୍ର ହୋଇ ରହିଥିବା ବଜାର ଏବଂ ଆମ୍ଭେମାନେ ଏହି ବଜାରରେ ନିବେଶ ଜାରି ରଖିବୁ।’’

ଏୟାରଟେଲ୍ ଏହାର ଅଫଲାଇନ୍ ଉପସ୍ଥିତିକୁ ଗତ କିଛି ବର୍ଷ ହେଲା ବୃଦ୍ଧି କରିବାରେ ଲାଗିଛି ଯାହାକି ଦେଶରେ ଏହାର ରିଟେଲ୍ ଉପସ୍ଥିତିକୁ ସୁଦୃଢ଼ କରୁଛି। ସମ୍ପ୍ରତି ଏହି କମ୍ପାନିର ଜାତୀୟସ୍ତରରେ 1500ଟି ଷ୍ଟୋର ରହିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy