ଆଉ ଚାଇନା ସ୍ମାର୍ଟ ମିଟର ମିଳିବ ନାହିଁ, ସରକାର ଏହି ପଦକ୍ଷେପ ନେଇଛନ୍ତି

0 267

ନୂଆଦିଲ୍ଲୀ,: ମଙ୍ଗଳବାର ଦିନ କେନ୍ଦ୍ର ସରକାର କହିଛନ୍ତି ଯେ ସ୍ମାର୍ଟ ମିଟର ଏବଂ ୱେଲଡିଂ ରଡର ଗୁଣବତ୍ତା ପାଇଁ ନିୟମ ଜାରି କରାଯାଇଛି । ଏହାଦ୍ୱାରା ଦେଶରେ ଖରାପ ଗୁଣବତ୍ତା ମିଟର ଆମଦାନୀ ହ୍ରାସ ପାଇବ । ଏହି ପରିପ୍ରେକ୍ଷୀରେ ଜୁଲାଇ ୧୪ ରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (DPIIT) ଦ୍ୱାରା ଏକ ବିଜ୍ଞପ୍ତି ଜାରି ହୋଇସାରିଛି ।

ନୂତନ ନିୟମ କ’ଣ?
ନୂତନ ନିୟମ ଅନୁଯାୟୀ, ଏହିପରି ଉତ୍ପାଦଗୁଡିକ ଉତ୍ପାଦନ, ବିକ୍ରୟ ଏବଂ ଆମଦାନୀ ହୋଇପାରିବ ନାହିଁ, ଯାହାର ବିଏସ୍ ଅର୍ଥାତ୍ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡର ଚିହ୍ନ ନାହିଁ । ଏହା ସହିତ ବିଏସ୍ ମାର୍କ ବିନା ଉତ୍ପାଦର ବିକ୍ରୟ ବନ୍ଦ ହୋଇଯିବ ।

ନିୟମ ଭାଙ୍ଗିଲେ ଜେଲଦଣ୍ଡ
ନୂତନ ନିୟମ ପ୍ରଣୟନ ପରେ, ବିଏସ୍ ମାର୍କ ବିନା ଉତ୍ପାଦ ଉତ୍ପାଦନ, ବିକ୍ରୟ ଏବଂ ସଂରକ୍ଷଣ ବିଆଇଏସ୍ ଆକ୍ଟ ୨୦୧୬ ଅନୁଯାୟୀ ନିଷେଧ ହେବ । ଯଦି କେହି ଏହା କରନ୍ତି, ତେବେ ବିଏସ୍ ଆକ୍ଟ ଅନୁଯାୟୀ, ପ୍ରଥମ କ୍ଷେତ୍ରରେ, ଦୁଇ ଲକ୍ଷ ଟଙ୍କା ଜୋରିମାନା କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।

ଯଦି ଦ୍ୱିତୀୟ ଥର ଧରାପଡନ୍ତି, ଅତିକମରେ ୫ ଲକ୍ଷ ଟଙ୍କା ଜରିମାନା କିମ୍ବା ଦ୍ରବ୍ୟର ମୂଲ୍ୟର ୧୦ ଗୁଣ ଜୋରିମାନା ଲଗାଯିବ ।

ନୂତନ ନିୟମ କେବେ ପ୍ରଯୁଜ୍ୟ ହେବ?
ଅଧିକାରୀଙ୍କ ତରଫରୁ କୁହାଯାଇଛି ଯେ, ବିଜ୍ଞପ୍ତି ପ୍ରକାଶ ପାଇବା ଦିନ ଠାରୁ ୬ମାସ ମଧ୍ୟରେ ସ୍ମାର୍ଟ ମିଟର ଏବଂ ୱେଲଡିଂ ରଡ ଏବଂ ଇଲେକ୍‌ଟ୍ରୋଡ ପାଇଁ ଦୁଇଟି ନୂତନ କ୍ୟୁସିଓ କାର୍ଯ୍ୟକାରୀ ହେବ । DPIIT ପକ୍ଷରୁ ଇନସୁଲେଟେଡ୍ ଫ୍ଲାସ୍କ, ପାନୀୟ ଜଳ ବୋତଲ, ପ୍ଲେମ୍ ଲାଇଟର୍‌, ସ୍ମାର୍ଟ ମିଟର ଏବଂ ୱେଲଡିଂ ରଡ୍ ଭଳି କିଛି ଉତ୍ପାଦ ଉପରେ ଏକ ଗୁଣାତ୍ମକ ନିୟନ୍ତ୍ରଣ ବ୍ୟବସ୍ଥା ସ୍ଥାପନ କରିବାକୁ ଚେଷ୍ଟା କରୁଛି ।

ଉଲ୍ଲେଖଥାଉ କି, ଦେଶରେ ଚୀନ୍ ପରି ଦେଶରୁ ଖରାପ ଗୁଣାତ୍ମକ ମିଟର ଏବଂ ଉତ୍ପାଦ ଆମଦାନୀ ହେଉଛି । ଏହାକୁ ରୋକିବା ଲାଗି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy