ରାଜଧାନୀରୁ ଶିଶୁ ଚୋରି, ପୋଲିସର ତଦନ୍ତ ଜାରି

Reporterspen

ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଗତକାଲି ରାତିରେ ରାଜଧାନୀ ଭୁବନେଶ୍ୱର ରେ ଦୃର୍ବୁତ୍ତ ମାନେ ଏକ ଅନ୍ଧୁଣି ମା ଠାରୁ ଏକ ଦେଢ଼ ବର୍ଷ ବୟସର ଶିଶୁ ପୁତ୍ରକୁ ଚୋରି କରି ନେଇଛନ୍ତି । ଏନେଇ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଘଟଣାରୁ ଜଣାପଡିଛି ଯେ, ଅନ୍ଧୁଣୀ ମା’ ଟି ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳା ଓ ସବୁଦିନ ତାର ଗୋଟିଏ ପାଂଚ ବର୍ଷ ବୟସ ର ଝିଅ ଓ ଦେଢ଼ ବର୍ଷ ବୟସର ପୁଅ କୁ ସାଙ୍ଗରେ ନେଇ ରାମମନ୍ଦିର ନିକଟରେ ଭିକ୍ଷା ବୃତ୍‌ତି କରି ଚଳେ । ସେ ନୀଳାଦ୍ରି ବିହାର ସ୍ଥିତ କନ୍ୟାଶ୍ରମ ଠାରେ ଗୋଟିଏ ଛୋଟ ଘରେ ରୁହେ । ସବୁଦିନ ଭିକ୍ଷା ବୃତିରୁ ଯାହା ମିଳେ ସେଥିରେ ଏହି ତିନି ପ୍ରାଣୀ ପ୍ରତିପାଳିତ ହୁଅନ୍ତି । ଗତ କାଲି ରାତିରେ ବର୍ଷା ହେବାରୁ ଆନ୍ଧୁଣୀ ମା ଟି ଘରକୁ ଯାଇ ନପାରି ରାମ ମନ୍ଦିର ନିକଟରେ ତାର ପିଲାଙ୍କୁ ଧରି ଶୋଇ ପଡ଼ିଥିଲା । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍‌ତ ତାର ପୁଅ ଟିକୁ ଚୋରିକରି ନେଇଯାଇଛି ।

ବହୁ ଖୋଜାଖୋଜି କରିବାପରେ ପିଲାଟିକୁ ନପାଇବାରୁ ମହିଳା ଜଣକ ଖାରବେଳ ନଗର ଥାନାରେ ଏତଲା ଦେଇଛନ୍ତି । ପୋଲିସ ଏହି ଏତଲା କୁ ପଞ୍ଜୀକୃତ କରି ପିଲାଟିକୁ ଖୋଜୁଛନ୍ତି । ଖବର ପାଇ ରୁଚିକା ସମାଜ ମଙ୍ଗଳ ସଂଗଠନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ବେଣୁଧର ସେନାପତିଙ୍କ ର୍ନିେଦ୍‌ଦଶ କ୍ରମେ କର୍ମକର୍ତ୍‌ତା ହରପ୍ରିୟା ପତି ଓ ଅଜୟ କୁମାର ମହାରଣା ପୋଲିସର ତଲାସୀ କାର୍ଯ୍ୟରେ ସହାୟତା କରିଛନ୍ତି । ଏପର୍ଯନ୍ତ୍ ଶିଶୁଟି ମିଳିପାରି ନାହିଁ । ଆସନ୍ତା କାଲି ମଧ୍ୟ ଏହି ତଲାସୀ କରି ରହିବ ।

ମହିଳାଙ୍କ ଝିଅ ଟିକୁ କିପରି ଥଇଥାନ କରାଯିବ ସେଥିପାଇଁ ଚୁଚିକା ର୍କ୍‌ତୃପକ୍ଷ ଶିଶୁ କଲ୍ୟାଣ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।


Reporterspen
!-- afp header code starts here -->