child murder in Delanga: ବାପା ସହ ବିବାଦ, ପୁଅକୁ ମାରି ଫିଙ୍ଗିଦେଲା!

Reporterspen

child murder in Delanga: ଭୁବନେଶ୍ୱର,ଡେଲାଙ୍ଗ (ରିପୋଟର୍ସ ପେନ୍‌): ଡେଲାଙ୍ଗ ଥାନା ସୁଜନପୁର ପଞ୍ଚାୟତର ରତନପୁର ଗାଁର ୧୧ବର୍ଷର ନାବାଳକ ଆର୍ଶିବାଦ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇଛି । ନାବାଳକକୁ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗି ଦିଆଯାଇଥିଲା । ଘଟଣାର ୬ଦିନ ପରେ ଅର୍ଥାତ ଗତକାଲି ରାତିରେ ଭୁବନେଶ୍ୱର ପୋଲିସ ଏହା ଉପରୁ ପରଦା ଉଠାଇଛି । ପୁରୀ ପୋଲିସର ବିଫଳତା ଓ ମନ୍ଥର ତଦନ୍ତକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ତେବେ ବାବା ସହ ବ୍ୟବସାୟିକ ବିବାଦ ଯୋଗୁଁ ନାବାଳକ ପୁଅକୁ ହତ୍ୟା କରିଥିବା ଅଭିଯୁକ୍ତ ପ୍ରଭାକର ସାହୁ ଓରଫ ବାପି ସ୍ୱିକାର କରିଛି ।

ସୂଚନା ଅନୁସାରେ, ଗତ ୧୪ ତାରିଖ ଅପରାହ୍ଣରେ ରତନପୁରର ମାନସ ସାହୁଙ୍କ ୧୧ ବର୍ଷିର ପୁଅ ଆର୍ଶିବାଦ ଗାଁ ପିଲାଙ୍କ ସହ ପଡିଆରେ କ୍ରିକେଟ ଖେଳୁଥିଲା । ଏହି ସମୟରେ ବାପି ସେଠାକୁ ଯାଇ ତା’ସହ କଥା ହୋଇଥିଲା । ପରେ ବର୍ଷା-ପବନ ଆସିବାରୁ ସେ ଘରକୁ ଫେରୁ୍‌ଥିଲା । ଗାଁ ଦାଣ୍ଡରୁ ବାପି ତାକୁ ଡାକିନେଇଯାଇଥିଲା । ସଂନ୍ଧ୍ୟା ହେବା ପରେ ବାପି ତାକୁ ହତ୍ୟା କରି ରାତିରେ ପାଇଖାନା ଟାଙ୍କିରେ ଫିଙ୍ଗି ଫେରାର ହୋଇଯାଇଥିଲା । ଥାନାରେ ଅଭିଯୋଗ ହେବା ପରେ ପୋଲିସ ଓ ଅଗ୍ନିଶମବାହିିନୀ ଘଟଣାସ୍ଥଳରେର ପହଞ୍ଚି ଛାନଭିନ କରିଥିଲା । ମାତ୍ର କିଛି ସୁଫଳ ମିଳିନଥିଲା ।

ଆର୍ଶିବାଦ ନିଖୋଜ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ହଠାତ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ପୋଲିସକୁ ଏକ ଖବର ମିଳିଥିଲା । ଗୋଟିଏ ଜାଗାରେ ପିଲା ନିଖୋଜ ଓ ଜାମିନ ସମ୍ପର୍କରେ ଦୁଇ ଜଣ ବ୍ୟକ୍ତି କଥା ହେଉଥିବା ସୂଚନା ମିଳିବା ପରେ ଭୁବନେଶ୍ୱର ସ୍ପେଶାଲ ସ୍କାଡ ତୁରନ୍ତ ସେଠାରେ ଚଢାଉ କରିଥିଲା । ଦୁଇ ବ୍ୟକ୍ତିଙ୍କୁ ହେପାଜତକୁ ନେଇ ଜେରା କରିଥିଲା । ଜେରା ବେଳେ ସେ ଅଭିଯୁକ୍ତ ବାପିର ଶଶୁର ବୋଲି ଜଣାପଡିଥିଲା । ବାପି ଗୋଟିଏ ଶିଶୁକୁ ଅପହରଣ କରିଥିବା ସ୍ପଷ୍ଟ ହୋଇଥିଲା । ପରେ ପୁରୀ ପୋଲିସକୁ ଅବଗତ କରିବା ସହ ସ୍ପେଶାଲ ସ୍କ୍ୱାଡ ବାପିକୁ ଧରିବାକୁ ଟାଙ୍ଗି ଯାଇଥିଲା । ସେଠାରୁ ବାପିକୁ ହେପାଜତକୁ ନେବା ସହ ଘଟଣାର ରହସ୍ୟ ଖୋଲିଥିଲା ।

ଅପରପକ୍ଷରେର ଏହି ହତ୍ୟାକାଣ୍ଡ ପଛରେ ବ୍ୟବସାୟୀକ ବିବାଦ ଥିବା ଅଭିଯୁକ୍ତ କହିଛି । ଅଭିଯୁକ୍ତ କହିବାନୁସାରେ, ଅଭିଯୁକ୍ତ ବାପି ଏକ ଦୋକାନ କରିଥିଲା । ଦୋକାନର ବ୍ୟବସାୟ ଠିକଠାକ ଚାଲୁଥିଲା । ହେଲେ ମୃତ ଶିଶୁର ବାପା ମାନସ ତାଙ୍କ ଦୋକାନ ପାଖରେ ଆଉ ଏକ ଦୋକାନ ଖୋଲିଥିଲେ । ଫଳରେ ମାନସର ବ୍ୟବସାୟ ବଢିଥିଲା ଓ ବାପିର ବ୍ୟବସାୟ ବୁଡି ଯାଇଥିଲା । ଏହାକୁ ନେଇ ସେ ମନେ ମନେ ମାନସ ଉପରେ ପ୍ରତିଶୋଧ ନେବାକୁ ଯୋଜନା କରିଥିଲା । ଏହି କାରଣରୁ ସେ ନାବାଳକକୁ ହତ୍ୟା କରିଥିବା କହିଛି । ମାତ୍ର ପୋଲିସ ଏହାକୁ ସହଜରେ ବିଶ୍ୱସକୁ ନେଉନାହିଁ । ଅଧିକ ପଚରାଉଚରା ଜାରି ରହିଛି ।

ସେପଟେ ଡେଲାଙ୍ଗ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି । ଲୋକେ କହିଛନ୍ତି, ଯଦି ପୋଲିସ ଠିକ୍ ସମୟରେ ଠିକ୍ ତଦନ୍ତ କରିଥାନ୍ତା, ହୁଏତ ଏଭଳି ଘଟଣା ଘଟିନଥାନ୍ତା । ପୋଲିସ ଘଟଣାକୁ ହାଲକା ଭାବେ ନେଇଥିଲା । ୪ଦିନ ପରେ ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିଲା । ଯଦି ତା’ ପରଦିନ ଏଭଳି କରିଥାନ୍ତା, ହୁଏତ କିଛି ସୁଫଳ ମିଳିଥାନ୍ତା । ଅପରିପକ୍ୱ ପୋଲିସ ଅଫିସରଙ୍କ ଯୋଗୁଁ ଏଭଳି ଏକ ଘଟଣା ଘଟିଥିବା ଲୋକେ କହିଛନ୍ତି ।


Reporterspen
!-- afp header code starts here -->