commissionrate police: ଚେକିଂ ବେଳେ ଗାଡିରୁ ମିଳିଲା ବିଡା ବିଡା ଟଙ୍କା

Reporterspen

commissionrate police: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ନାଇଟ ବ୍ଲକିଂ ବେଳେ ଜଣେ ଯୁବକଙ୍କ ଗାଡିରୁ ବିଡା ବିଡା ଟଙ୍କା ମିଳିଛି । ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଥାନା ଓମଫେଡ ଛକ ନିକଟରୁ ଦିବ୍ୟଜ୍ୟୋତି ନାୟକ ନାମକ ଜଣେ ବ୍ୟକ୍ତିଙ୍କ କାରରୁ କମିଶନରେଟ ପୋଲିସ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରିଛି । ପୋଲିସ ତାଙ୍କୁ ଅଟକ ରଖି ଟଙ୍କା ବାବଦରେ ପଚରାଉଚରା କରୁଛି ।

ଗତକାଲି ରାତିରେ ଚନ୍ଦ୍ରଶେଖରପୁର ଥାନା ଓମଫେଡ ଛକ ନିକଟରେ ପୋଲିସ ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ କରୁଥିଲା । ଏହି ସମୟରେ ଦିବ୍ୟଜ୍ୟୋତିଙ୍କୁ କାରକୁ ପୋଲିସ ଅଟକାଇଥିଲା । ସେ ମଦ ପିଇ ଗାଡ଼ି ଚଳାଉଛନ୍ତି ନାହିଁ ଚେକିଂ କରିଥିଲା । ପୋଲିସ ଭୟରେ ସେ ଖସି ପଳାଇବାକୁ ଚେଷ୍ଠା କରୁଥିବା ବେଳେ ବ୍ୟାରିକେଡରେ ଧକ୍କା ହୋଇଥିଲା । ପରେ ସଂପୃକ୍ତ ପୋଲିସ ଗାଡି ଯାଞ୍ଚ କରିବା ବେଳେ ବ୍ୟକ୍ତି ଜଣଙ୍କ ମଦ ପିଇ ଗାଡ଼ି ଚଳାଉଥିବା ଜଣାପଡ଼ିଥିଲା ।

ପରେ ତାଙ୍କ କାରରୁ ୪ ଲକ୍ଷ ୭୭ ହଜାର ଟଙ୍କା ପୋଲିସ ଜବତ କରିଥିଲା । ଦିବ୍ୟଜ୍ୟୋତି ଏତେ ଟଙ୍କା କେଉଁଠି ଆଣିଲେ ଓ କୁଆଡେ ନେଉଥିଲେ, ସେନେଇ ପୋଲିସ ତାଙ୍କୁ ପଚରାଉଚରା କରୁଛି । ଏଥିସହ ଗାଡ଼ି ଓ ଟଙ୍କାକୁ ଜବତ କରି ଘଟଣାର ତଦନ୍ତ କରୁଛି ।


Reporterspen