Crime News: ଭୁବନେଶ୍ୱର (ରିପୋଟର୍ସ ପେନ୍) : ଟଙ୍କା ପାଇଁ ପ୍ରେମିକଙ୍କୁ ଅପହରଣ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଆଜି ପ୍ରେମିକା ସହିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳର ରାକେଶ ବାରିକ, ଜଗତସିଂପୁରର ଶ୍ୟାମ ସୁନ୍ଦର ସାହୁ, ଭରତପୁରର ଶିବରାମ ବେହେରା, କେନ୍ଦୁଝରର ଆକାଶ ପରିଡା ଓ ପ୍ରେମିକ ଝାରଖଣ୍ଡର ପ୍ରପ୍ତିି ଶର୍ମା । ପୁଲିସ ଏମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି ।
ଅଭିଯୋଗ ଅନୁଯାୟୀ, ଝାଡ଼ଖଣ୍ଡ ଅଂଚଳର ଯୁବତୀ ପ୍ରପ୍ତିି ଶର୍ମାଙ୍କ ସହିତ ଝାଡ଼ପଡ଼ା ମହାବୀର ନଗରରେ ରହୁଥିବା ଯୁବକ ସୋମନାଥ ସ୍ୱାଇଁଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା । ସୋମନାଥ ଏବଂ ତାଙ୍କର ପ୍ରେମିକା ଲିଭ ଇନ୍ରେ ରହୁଥିଲେ । ଏହାରି ମଧ୍ୟରେ ଯୁବତୀ ତାଙ୍କ ପାର୍ଟନରଙ୍କ ଚରିତ୍ରକୁ ନେଇ ସନ୍ଦେହ କରିଥିଲେ । ଏଥି ପାଇଁ ସେ ପ୍ରେମିକଙ୍କ ଠାରୁ ସଂପର୍କ କାଟିବା ନିଷ୍ପତି ନେଇଥିଲେ । କିନ୍ତୁ ସଂପର୍କ କାଟିବା ପୂର୍ବରୁ ଟଙ୍କା ହଡ଼ପ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।
ପ୍ରେମିକଙ୍କ ଠାରୁ ଟଙ୍କା ଆଣିବା ପାଇଁ ନିଜ ଭଉଣୀଙ୍କ ପ୍ରେମିକଙ୍କୁ ମଧ୍ୟ ବ୍ୟବହାର କରିଥିଲେ । ଏଥି ପାଇଁ ସେ ଅନ୍ୟ ୩ ଜଣ ଯୁବକଙ୍କ ସହଯୋଗ ନେଇଥିଲେ । ଶେଷରେ ପ୍ରେମିକଙ୍କୁ ଅପହରଣ କରିନେଇଥିଲେ । ଏହା ପରେ ୧୦ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖି ଏକ ଭଡ଼ା ଘରେ ରଖି ନିର୍ଯାତନା କରିଥିବା ଅଭିଯୋଗ ହୋଇଥିଲା । ତେବେ ୧୨ ଘଂଟାର ଅପରେସନ ପରେ କମିସିନରେଟ୍ ପୁଲିସ ମାଷ୍ଟର ମାଇଣ୍ଡ ଯୁବତୀ ଓ ଅନ୍ୟ ୪ ଜଣ ଯୁବକଙ୍କୁ ଗିରଫ କରିଛି ।
ପୁଲିସ କମିସନରଦଙ୍କ ସୂଚନ ଅନୁଯାୟୀ, ମଙ୍ଗଳବାର ରାତି ୧୦ଟାରେ ଝାରପଡ଼ା ଅଂଚଳର ସୋମନାଥ ସ୍ୱାଇଁ ନାମକ ଜଣେ ଯୁବକ ନିଖୋଜ ଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା । ସୋମନାଥଙ୍କ ନିଖୋଜ ନେଇ ତାଙ୍କ ଭଉଣୀ ଥାନାରେ ଅଭିଯୋଗ ଆଣିଥିଲେ । ପୁଲିସ ମାମଲା ରୁଜୁ କରି ସୋମନାଥଙ୍କୁ ଉଦ୍ଧାର କରିବାକୁ କମ୍ ସମୟ ମଧ୍ୟରେ ୩ଟି ଟିମ୍ ଗଠନ କରିଥିଲା । ମୋବାଇଲ ଡ଼ାଟା, ଲୋକଙ୍କର ସାହାଯ୍ୟ ଓ ପୂର୍ବ ଘଟଣାବଳୀକୁ ଆଧାର କରି ପୁଲିସ ଖୋଜିବା ଆରମ୍ଭ କରି ଦେଇଥିଲା । ରାତିସାରା ଅଭିଯାନ ପରେ ସଫଳତା ହାସଲ କରିଥିଲା ।
ପୁଲିସ ପକ୍ଷରୁ ପ୍ରଥମେ ଯୁବତୀଙ୍କୁ କୁହାଯାଇଥିଲା ଯେ, ପଇସା ଦେବା ପାଇଁ ବ୍ୟବସ୍ଥା କରୁଛୁ । ତଥାପି ସେମାନେ ସନ୍ଦେହ କରି ଆମ ପାଖକୁ ଆସିନଥିଲେ । ପୁଲିସ ସମସ୍ତ ବୁଦ୍ଧି ଲଗାଇ ସକାଳୁ ସମ୍ ହସପିଟାଲ ନିକଟରେ ଏକ ହୋଟେଲରୁ ୫ଜଣ ଅପହରଣକାରୀଙ୍କୁ ଗିରଫ କରିବା ସହ ସୋମନାଥଙ୍କୁ ଉଦ୍ଧାର କରିଥିଲା ।