Crime news: ରାଜା ଚକ୍ର ଗିରଫ, ଭୁବନେଶ୍ୱର ନେତା ନେଇଛନ୍ତି ଟଙ୍କା

Reporterspen

Crime news: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ବିଜେଡି ନେତା ସୌମ୍ୟଶଙ୍କର ଓରଫ୍ ରାଜା ଚକ୍ର ଗିରଫ । ହୋଇଛନ୍ତି । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରାଜାକୁ ଗିରଫ କରିଛି । ଆଜି ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ରାଜା ଚକ୍ର ଠାରୁ ଭୁବନେଶ୍ୱରର ଜଣେ ପ୍ରଭାବଶାଳୀ ନେତା ବିପୁଳ ଟଙ୍କା ନେଇଥିବା ଜଣାପଡିଛି ।

କ୍ରକ୍ରାଇମବ୍ରାଞ୍ଚଏଡିଜି କହିଛନ୍ତି, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ରାଜା ଚକ୍ରକୁ ଗିରଫ କରାଯାଇଛି । ରାଜାଙ୍କର ୪୨ଟି ବଡ଼ ଗାଡ଼ି ଜବତ କରାଯାଇଛି । କେନ୍ଦୁଝରରେ ଥିବା ୨ ପ୍ଲାଂଟ ସିଜ୍ କରାଯାଇଛି । ଆକାଉଂଟରେ ଥିବା ୨୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି ।

ରାଜା ଚକ୍ରଙ୍କ ଏଜେନ୍ସି ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା । ଏହି ଆୟ ଏହାଠାରୁ ଅଧିକ ବି ହୋଇପାରେ । ତେବେ ଅଡିଟ୍ ହେଲେ ସବୁ ସ୍ପଷ୍ଟ ହେବ । ପାରିପାର୍ଶ୍ୱିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ରାଜା ଦର୍ଶାଇଥିଲା । କିନ୍ତୁ କୌଣସି ପାରିପାର୍ଶ୍ୱିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି ବୋଲି କ୍ରାଇମବ୍ରାଂଚ ଏଡିଜି କହିଛନ୍ତି ।

ମା’ କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯ କୋଟି ଟଙ୍କା ପେମେଂଟ ହୋଇଥିବା ଦର୍ଶାଯାଇଥିବା ବେଳେ ତଦନ୍ତରେ ଜଣାପଡ଼ିଛି ଯେ ତାକୁ କୌଣସି ତେଲ ଦିଆଯାଇନାହିଁ । ରାଜା ଚକ୍ର ଗାଡ଼ିକୁ ଏସବୁ ତେଲ ଦିଆଯାଇଛି । ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ଟଙ୍କା ବଣ୍ଟା ଯାଇଛି । ତେବେ ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଂଟାଯାଇଛି ବୋଲି କ୍ରାଇମବ୍ରାଂଚ କହିଛି ।

ଉଲ୍ଲେଖଥାଉ କି, ରାଜା ଚକ୍ର ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ଚଳାଇଥିଲା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା । ହାଇକୋର୍ଟ ଏହି ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ । କେବଳ ରାଜା ନୁହେଁ, ରାଜାର ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଥିଲେ । ଏହାସହ ରାଜାକୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ । ରାଜା ଚକ୍ରକୁ ଗିରଫ ନେଇ ଥିବା ସମସ୍ତ ପ୍ରତିବନ୍ଧକ ହଟିବା ପରେ ଆଜି ତାକୁ ଗିରଫ କରାଯାଇଛି । ପ୍ରଥମେ ରାଜାକୁ ଉଠାଇ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ । ପରେ କ୍ରାଇମବ୍ରାଂଚ ରାଜାକୁ ଗିରଫ କରିଥିଲା ।

ଅନ୍ୟପକ୍ଷରେ ରାଜା ଠାରୁ ବହୁ ନେତା ମୋଟା ଅଙ୍କର ଟଙ୍କା ନେଇଥିବା ଜଣାପଡିଛି । ଏଥିରେ ଭୁବନେଶ୍ୱରର ଜଣେ ଟାଣୁଆ ନେତା ନିର୍ବାଚନ ସମୟରେ ବିପୁଳ ପରିମାଣର ଟଙ୍କା ଆଣିଥିଲେ । ରାଜା ଟଙ୍କାରେ ସେ ନିର୍ବାଚନ ଲଢିଥିବା କୁହାଯାଉଛି । ତେବେ କିଏ ସେ ନେତା, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅପରପକ୍ଷରେ ରାଜା ଚକ୍ର ମାମଲାରେ ପୂର୍ବତନ କେନ୍ଦୁଝର ଜିଲ୍ଲା ଏସପି ଓ ଜିଲ୍ଲାପାଳ ସାମିଲ ଥିବା ବିଜେଡି ନେତା ବଦ୍ରିନାରାୟଣ ପାତ୍ର ଏକ ଟିଭି ଚାନେଲକୁ କହିବା ପରେ ଏହାକୁ ନେଇ ତୁମ୍ବିତୋଫାନ ଆରମ୍ଭ ହୋଇଛି ।


Reporterspen
!-- afp header code starts here -->