ଭୁବନେଶ୍ୱରରୁ ଜବତ ହେଲା ଚୋରା ସୁନା!

0 672

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ରାଜଧାନୀ ଭୁବନେଶ୍ୱରର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଖରୁ ଡିଆରଆଇ ବା ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ଚୋରା ସୁନା ଜବତ କରିଛି । ପ୍ରାୟ ୧୦ ତୋଳା ସୁନା ବିସ୍କୁଟ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏସବୁ ବିଦେଶରେ ତିଆରି ହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛି ।

ବିଶେଷ ସୂତ୍ରରୁ ଖବର ପାଇ ଡିଆରଆଇ ଭୁବନେଶ୍ୱର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅଫିସରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ସୁନା ବିସ୍କୁଟ ଜବତ ହୋଇଥିବା ସୂଚନା ଦେଇଛି । ଏହି ସୁନାଗୁଡିକ ବିସ୍କୁଟ ଆକାରରେ ରଖାଯାଇଥିବାବେଳେ ଏହାକୁ ସାରା ଦେଶରେ ବେଆଇନ ଭାବେ ଚାଲାଣ କରାଯିବାର ଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । କଷ୍ଟମ୍ସ ଆକ୍ଟ ୧୯୬୨ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy