ମଳଦ୍ୱାରରେ ଆଣୁଥିଲେ ୪କିଲୋ ସୁନା, ୪ ଗିରଫ

0 392

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଛି ୩ କେଜିରୁ ଅଧିକ ସୂଚନା। ଜବତ ସୁନାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ। ଦୁବାଇରୁ ଭୁବନେଶ୍ୱର ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ ମୋଟ ୩ କେଜି ୭୭ ଗ୍ରାମର ତରଳ ସୁନା ଜବତ ହୋଇଛି। ଏମାନେ ମଳଦ୍ୱାରରେ ତରଳ ସୁନାକୁ କ୍ୟାପସୁଲ ମାଧ୍ୟମରେ ରଖି ଚାଲାଣ କରୁଥିବା ବେଳେ କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଏହାକୁ ଜବତ କରିଛି।

ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ ଅଧିକାରୀମାନେ ଦୁବାଇରୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଆସିଥିବା ୪ ଜଣ ଯାତ୍ରୀଙ୍କୁ ପ୍ରଥମେ ଚିହ୍ନଟ କରିଥିଲେ । ସେମାନେ ୬ ତାରିଖରେ ଏଠାକୁ ଆସିଥିଲେ । ସେମାନଙ୍କୁ ଅଟକ ରଖି ପଚରା ଉଚରା କରାଯାଇଥିଲା । ଏହି ସମୟରେ ଜଣାପଡ଼ିଥିଲା ଯେ, ଏହି ୪ ଜଣ ତରଳ ସୁନାର ଚୋରା ଚାଲାଣ ପାଇଁ ଉଦ୍ୟମ କରୁଥିଲେ ।

ଏହି ସୁନାକୁ ସେମାନେ କ୍ୟାପସୁଲ ମାଧ୍ୟମରେ ନିଜ ମଳଦ୍ୱାରରେ ରଖି ଦୁବାଇରୁ ଆଣିଥିବା ଗୁଇନ୍ଦା ଆଗରେ ମାନିଥିଲେ । ତଦନ୍ତ ବେଳେ ୧୨ଟି କ୍ୟାପସୁଲରେ ଥିବା ତରଳ ସୁନାକୁ ଜବତ କରାଯାଇଛି । କ୍ୟାପସୁଲ ମଧ୍ୟରୁ ମୋଟ ୩.୭୭ କେଜିର ସୁନା ମିଳିଛି । ଏହାର ମୂଲ୍ୟ ୨.୭୯ କୋଟି ହେବ ବୋଲି ଗୁଇନ୍ଦା ସୂଚନା ଦେଇଛି । ପରେ କଷ୍ଟମ ଆକ୍ଟ ୧୯୬୨ ଆଧାରରେ ସମସ୍ତଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy