ବ୍ୟାଙ୍କ ଆଗରୁ ୩ଲକ୍ଷ ଝାମ୍ପି ନେଲେ

0 425

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅପରାଧ ରୋକିବାକୁ କମିଶନରେଟ ପୋଲିସ ଯେତିକି ଉଦ୍ୟମ କରୁଛି, ଲୁଟେରାମାନେ ସେତିକି ସକ୍ରିୟ ହେବାରେ ଲାଗିଛନ୍ତି । କମିଶନରେଟ ପୋଲିସକୁ ଚକମା ଦେଇ ଅପରାଧୀମାନେ ଗୋଟିକ ପରେ ଗୋଟିଏ ଲୁଟପାଟ୍ କରୁଥିବା ବେଳେ ଆଜି ଖଣ୍ଡଗିରି ଥାନା ଅଞ୍ଚଳରୁ ଏକ ବ୍ୟାଙ୍କ ଆଗକରୁ ୩ଲକ୍ଷ ଟଙ୍କେ ଝାମ୍ପି ନେବା ଚିନ୍ତାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଏୟାରଫିଲ୍ଡ ଥାନା ଭୀମଟାଙ୍ଗିରର ମନୋଜ ଲେଙ୍କା ଶନିବାର ଦିନ ୪ଟା ସମୟରେ ଜାଗମରା ନୂଆ ରୋଡରେ ଥିବା କାନାଡା ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ । ବ୍ୟାଙ୍କରୁ ୩ ଟଙ୍କା ଉଠାଇବା ପରେ ବ୍ୟାଗରେ ରଖି ଘରକୁ ଫେରୁଥିଲେ । ବ୍ୟାଙ୍କ ସମ୍ମୁଖରେ ତାଙ୍କ ସାଙ୍ଗ ଦେଖା ହେବାରୁ ସେ ତାଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ ଅନ୍ୟ ମନସ୍କ ହୋଇ ଟଙ୍କା ବ୍ୟାଗକୁ ବାଇକ ଆଗରେ ଟଙ୍ଗାଇ ଦେଇଥିଲେ ।

ଏତିକି ବେଳେ ଏକ ନମ୍ବର ବିହୀନ କଳା ରଙ୍ଗର ପଲସର ବାଇକରେ ଦୁଇ ଯୁବକ ଆସି ଟଙ୍କା ବ୍ୟାଗକୁ ନେଇ ଦ୍ରୁତ ବେଗରେ ପଳାଇଥିଲେ । ସ୍ଥାନୀୟ ଲୋକେ ହୋହଲ୍ଲା କରିଥିଲେ ମଧ୍ୟ ଅପରାଧୀମାନଙ୍କୁ କେହି ଅଟକାଇନଥିଲେ । ଏନେଇ ମନୋଜ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି । ହେଲେ ଅପରାଧୀଙ୍କୁ ଠାବ କରିବାକୁ ସକ୍ଷମ ହୋଇପାରିନାହିଁ ।

ତେବେ ଏହି ଗୋଟିଏ ଘଟଣା ନୁହେଁ ଖଣ୍ଡଗିରି ଥାନା ଅଞ୍ଚଳରେ ଲୁଟ୍‌ପାଟ୍‌, ହାଣାକଟା ଭଳି ଅପରାଧ ବଢିବାରେ ଲାଗିଛି । ପୋଲିସ ଅପରାଧ ରୋକିବା ପରିବର୍ତ୍ତେ ନିଜ ସ୍ୱାର୍ଥ ହାସଲ କରିବାରେ ଅଧିକ ସମୟ ଦେଉଥିବା ଅଭିଯୋଗ ହେଉଛି । ରାଜଧାନୀର ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ସାମାନ୍ୟତମ ଧାରଣା ନଥିବା ଅଫିସରଙ୍କ ଯୋଗୁଁ ଏଭଳି ଅପରାଧ ବଢୁଥିବା ସାଧାରଣରେ ଅଭିଯୋଗ ହେଉଛି । ପୋଲିସ କମିଶନର ଏଦିଗରେ ଧ୍ୟାନ ନଦେଲେ ଆଗକୁ ପରିସ୍ଥିତି ଉଦବେଗଜନକ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy