ପୋଲିସର ଚଢାଉ ପରେ ୫ ଡ୍ୟାନ୍ସବାରକୁ ନୋଟିସ

0 1,037

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରର ୫ଡାନ୍ସ ବାରକୁ ଅବକାରୀ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କଟକ ରୋଡରେ ଥିବା ପେଣ୍ଟାଗନ, ଆଲିଶାନ, ମହାନ୍ତି ବାର, ଏକାମ୍ର ବାର, ଦିପାଳି ବାରକୁ ଏହି କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ନିୟମ ଉଲଙ୍ଘନ କରି ଟଙ୍କା ଉଡାଉଥିବା ନେଇ ପ୍ରମାଣ ପାଇଛି ଅବକାରୀ ବିଭାଗ । ପୋଲିସ ଚଢ଼ାଉ ପରେ ଏବେ ନାଇଟ କ୍ଳବ୍‌, ପବ୍ ଉପରେ ଜୋରଦାର ଚଢାଉ ହେବ । ଆଇନ୍ ଉଲଙ୍ଘନ କରୁଥିଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ । ଆବଶ୍ୟକ ସ୍ଥଳେ ଲାଇସେନ୍ସ ରଦ୍ଦ ହେବ । ଗତକାଲି ବିଳମ୍ବିତ ରାତିରେ ମଧ୍ୟ ବିଭିନ୍ନ ବାର ଓ ପବ୍ ରେ ଚଢ଼ାଉ କରାଯାଇଛି । ଆଗକୁ ମଧ୍ୟ ବେଫିକର ଭାବେ ରାତିତମାମ ଚାଲୁଥିବା ବାର ଓ ପବ୍‌ରେ ଚଢ଼ାଉ ଜାରି ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ପୂଜା ଆସୁଥିବାବେଳେ କମିଶନରେଟ ପୋଲିସ ଆକ୍ସନ ମୁଡରେ ନଜର ଆସିଛି । ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡିକ ଉପରେ ଚଢା ଉ କରୁଛି କମିଶନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ୍ । ରାଜଧାନୀର କଟକ ରୋଡ୍‌, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱରଶ୍ୱର, ପଟିଆ ଇନଫୋସିଟିର ଅଞ୍ଚଳର ବିଭିନ୍ନ ପବ୍ ଓ ନାଇଟ୍ କ୍ଲବ ଉପରେ ଚଢାଉ କରାଯାଇଛି ।

ରାତି ସାଡେ ଗୋଟାଏ ଯାଏ ଅନୁମତି ଥିଲେ ମଧ୍ୟ କେତେକ ପବ୍ ଓ ନାଇଟ୍ କ୍ଲବ ବେଆଇନ ଭାବେ ବିଳମ୍ବିତ ରାତି ଯାଏ ଖୋଲା ରହୁଥିବା ଦେଖିବାକୁ ମିଳିଛି । ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏସବୁ ରୋକିବାକୁ କମିଶନରେଟ ପୁଲିସ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି । ଏନଫୋର୍ସମେଣ୍ଟ ଟିମ୍ ଦୈନିକ ବେଆଇନ ଭାବେ ବିଳମ୍ବିତ ରାତିଯାଏ ଚାଲୁଥିବା ବାର୍ ଓ ପବ୍ ଗୁଡିକ ଉପରେ ଚଢାଉ କରୁଥିବା ଦେଖିବାକୁ ମିଳିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy