ପିପିଲି ଟୋଲ ଗେଟ୍‌ରେ ଗୁଳି ମାଡ

0 1,474

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ଭୋରୁ ପିପିଲି ଟୋଲଗେଟ୍ ନିକଟରେ ଗୁଳିମାଡ ହୋଇଛି । ଟୋଲ ପ୍ଲାଜା କର୍ମଚାରୀଙ୍କ ସହ ପାଟିତୁଣ୍ଡ ପରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳିମାଡ କରିଥିଲେ । ଏହି ଘଟଣା ପରେ ପୋଲିସ ଅଭିଯୁକ୍ତଙ୍କୁ ପିଛା କରି ନିମାପଡା ନିକଟରୁ ୩ ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।

ସୂଚନା ଅନୁସାରେ, ଆଜି ଭୋରୁ ଗୋଟିଏ ଧଳା ରଙ୍ଗର କାରରେ ପୁରୀ ଅଭିମୁଖେ ଯାଉଥିଲେ । କୌଣସି କାରଣରୁ ଟୋଲ ପ୍ଲାଜାରେ ଫାଷ୍ଟଟ୍ୟାଗରୁ ଟଙ୍କା କଟିନଥିଲା । ପରେ ଟୋଲ କର୍ମଚାରୀମାନେ ଗାଡି ଚାଳକଙ୍କ ଠାରୁ ଫାଷ୍ଟଟ୍ୟାଗ ଠାରୁ ଅଧିକ ଟଙ୍କା ଅସୁଲ କରିଥିଲେ । ଯାହାକୁ ନେଇ ସେଠାରେ ପାଟିତୁଣ୍ଡ ହୋଇଥିଲା । ପରିସ୍ଥିତି ବିଗିଡିବାରୁ କାରରେ ଥିବା ଜଣେ ଯୁବକ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ । ପରେ ସେମାନେ ସେଠାରୁ ପୁରୀ ଅଭିମୁଖେ ପଳାଇଯାଇଥିଲେ ।

ଖବରପାଇ ପିପିଲି ପୋଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ପିଛା କରିଥିଲେ । ପୋଲିସ ପିଛା କରୁଥିବା ଜାଣିବା ପରେ ଅଭିଯୁକ୍ତମାନେ ନିମାପଡା ଆଡକୁ ପଳାଇଯାଇଥିଲେ । ପିପିଲି ପୋଲିସ ସୂଚନା ଆଧାରରେ ନିମାପଡା, ଗୋପ, କୋଣାର୍କ, ପୁରୀ ସଦର ପୋଲିସ ଅଭିଯୁକ୍ତଙ୍କୁ ଘେରାବନ୍ଦୀ କରିଥିଲେ । ଅଭିଯୁକ୍ତମାନେ ଧରାପଡିବା ଭୟରେ କାରକୁ ଏକ ବିଲ ଭିତରେ ରଖି ଖସି ଯାଉଥିବା ବେଳେ ଗାଁ ଲୋକଙ୍କ ସହାୟତାରେ ପୋଲିସ ୩ ଜଣଙ୍କୁ କାବୁ କରିଥିଲେ । ଅନ୍ୟ ଦୁଇ ଜଣ ଏବେ ବି ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ଲାଗି ପୋଲିସ ଉଦ୍ୟମ ଚଳାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy