ଭିଣୋଇ ହତ୍ୟାକାରୀ ଶାଳକ ଗିରଫ

0 289

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭିଣୋଇକୁ ହତ୍ୟା କରିଥିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଶାଳକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ନନ୍ଦନକାନନ ଥାନା କଲ୍ୟାଣପୁରର ପ୍ରୀତମ ବେହେରା ଓରଫ ପଦିଆ (୨୫) । ପୁଲିସ ତା ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ୨୦୧୮ ମସିହାରେ ବାବାଜୀ ବେହେରା କଲ୍ୟାଣପୁରର ଭିକାରୀ ବେହେରାଙ୍କ ଜଣେ ସୁନୀତା ସେହେରାଙ୍କୁ ବିବାହ କରିଥିଲେ । ସେମାନଙ୍କର ୪ ବର୍ଷର ଗୋଟିଏ ପୁଅ ଅଛି । ଅଧିକାଂଶ ସମୟରେ ବାବାଜୀ ବେହେରା ମଦ୍ୟପାନ କରୁଥିବାରୁ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପର ମଧ୍ୟରେ ଝଗଡା କରନ୍ତି । ସୁନୀତା ବେହେରା ଗୃହିଣୀ ଥିବା ବେଳେ ବାବଜୀ ବେହେରା ଶ୍ରମିକ ଭାବେ କାମ କରୁଛନ୍ତି ।

ଗତ ୨୦ ତାରିଖ ସନ୍ଧ୍ୟାରେ ସବୁଦିନ ପରି ଘରେ ସୁନିତା ଓ ବାବାଜୀ ମଧ୍ୟରେ ଝଗଡା ଲାଗିଥିଲା । ଏହି ସମୟରେ ଶାଳକ ପଦିଆ ସେଠାରେ ପହଞ୍ଚି ଭିଣୋଇକୁ ଆକ୍ରମଣ କରିଥିଲା । ଆକ୍ରମଣରେ ବାବାଜୀ ଗୁରୁତର ଆହତ ହୋଇଥିଲେ । ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏନେଇ ବାବାଜୀଙ୍କର ଭାଇ ଟୁକୁନା ମହାଭୋଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ ଆଜି ଅଭିଯୁକ୍ତ ପଦିଆକୁ ମଞ୍ଚେଶ୍ୱର ରେଳଷ୍ଟେସନ ନିକଟରୁ ଗିରଫ କରିଥିଲା ।ଅଧିକ ଅନୁସନ୍ଧାନ ଚାଲିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy