Cyclone Dana: ଇଆରଏସଏସ୍ ଟିମ୍ ମହତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଇଥିଲା

Reporterspen

Cyclone Dana: ରାଜ୍ୟରେ ବାତ୍ୟା” ଦାନା” ର ପ୍ରକୋପ ସମୟରେ ଜରୁରୀ କାଳୀନ ସହାୟତା କେନ୍ଦ୍ର (ERSS) ଟିମ ମହତ୍ତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା। ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ରାଜ୍ୟ ଜରୁରୀକାଳୀନ ସେବା ସଂଚାଳନ କେନ୍ଦ୍ର ( SERC) ଦ୍ୱାରା ପରିଚାଳିତ ଯାନ ସହାୟତାରେ ସ୍ଥାନୀୟ ପୋଲିସ ମିଶି ଅନେକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାରେ ନିୟୋଜିତ ଥିଲା ତଥା ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲା।

ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜରୁରୀ କାଳୀନ ସହାୟତା କେନ୍ଦ୍ର (ERSS )କାର୍ଯ୍ୟାଳୟକୁ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକମାନେ ଫୋନ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରୁଥିଲେ। ଘର ଉପରେ ଗଛ ଉପୁଡିଯିଵା, ବିଦ୍ୟୁତ ଖୁଣ୍ଟ ଉପୁଡିଯିବା, ଆଶ୍ରୟସ୍ଥଳୀକୁ ଲୋକମାନେ ନ ଯିବା, ଆଶ୍ରୟସ୍ଥଳୀରେ ଲୋକଙ୍କ ମଧ୍ୟରେ ପାଟି ତୁଣ୍ଡ,ରୋଗୀଙ୍କୁ ଆମ୍ବୁଲାନ୍ସ ସହାୟତା, ପୋଲିସ ସହାୟତା, ଅଗ୍ନିଶମ ସେବା, ଗଛ ଉପୁଡିବା ଯୋଗୁଁ ରାସ୍ତା ଅବରୋଧ ଭଳି ସହାୟତା ନିମନ୍ତେ ଏହି ଫୋନ କଲ ଗୁଡିକ ଉଦ୍ଦିଷ୍ଟ ଥିଲା।

ERSS କର୍ତ୍ତୃପକ୍ଷ ମଧ୍ୟ 24 ଘଣ୍ଟା ସେବା ସେବା ପ୍ରଦାନ କରିବାରେ ବ୍ୟସ୍ତ ରହିଥିଲେ। ଜିଲ୍ଲାର ଜଜୁରୀକାଳୀନ ସହାୟତା ଅଧିକାରୀ କିମ୍ବା ସ୍ଥାନୀୟ ଥାନାକୁ ଘଟଣା ସମ୍ପର୍କରେ ତୁରନ୍ତ ଅବଗତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଉଥିଲେ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ଶ୍ରୀ ଦୟାଲ ଗଙ୍ଗୱାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ” ଦାନା” କୁ ସାମ୍ନା କରିବା ଏବଂ ଏଥିରୁ ଅସହାୟଙ୍କୁ ମୁକୁଳାଇବା ଅଭିଯାନ ଜାରି ରହିଥିଲା। ଏହା ବାତ୍ୟା ସାରିବା ପରେ ଲୋକଙ୍କୁ ଘରେ ପହଞ୍ଚାଇଵା କାର୍ଯ୍ୟ ମଧ୍ୟ ହେଉଥିଲା।

ଉଲ୍ଲେଖଯୋଗ୍ୟ ଯେ, ବାତ୍ୟା ଦାନାର ପ୍ରକୋପ ଆରମ୍ଭ ହେବାଠାରୁ 26 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମୋଟ 3005ଟି ଫୋନ କଲ ERSS କାର୍ଯ୍ୟାଳୟକୁ ଆସିଥିଲା। ସେଥିମଧ୍ୟରୁ ସର୍ବାଧିକ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରୁ ଆସିଥିଲା।


Reporterspen
!-- afp header code starts here -->