Cyclone Dana: ୧୦୦ରୁଉର୍ଦ୍ଧ୍ୱ ଗଛକାଟି ରାସ୍ତା ସଫା କଲେ ଅଗ୍ନିଶମ ଟିମ୍‌

Reporterspen

Cyclone Dana: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଗୁରୁବାର ଅପରାହ୍ଣ ୪ ଘଟିକା ୩୦ ମିନଟ୍‌ି ସୁଦ୍ଧା ବାତ୍ୟା ‘ଦାନା’ର ସଫଳ ମକୁବିଲା ପାଇଁ ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ତୟାର ରହିଛି । ବାତ୍ୟା ଆସନ୍ନ ଜିଲ୍ଲାଗୁଡିକରେ ମୃତୟନ ହୋଇଥିବା କର୍ମଚାରୀମାନେ ବାତ୍ୟାର ପ୍ରଭାବରେ ବର୍ଷା ଓ ପବନ ଦ୍ୱାରା ଭାଙ୍ଗି ପଡିଥିବା ବା ଉପୁଡି ପଡିଥିବା ଗଛ ଗୁଡିକୁ ଯଥାକ୍ରମେ ଘର ଉପରୁ କିମ୍ବା ରାସ୍ତାକୁ ଅବରରାଧ କରଥିିବା ଗଛ ଗୁଡିକୁ କାଟି ସଫା କରି ରାସ୍ତାକୁ ଗମନାଗମନ ଯୋଗ୍ୟ ଓ ଘର ଗୁଡିକୁ ବିପଦମୁକ୍ତ କରିଥିଲେ ।

ଉକ୍ତ କାର୍ଯ୍ୟରେ ସନ୍ଧ୍ୟା ୪.୩୦ ମିନିଟ୍ ସୁଦ୍ଧା ହସ୍ତଗତ ହୋଇଥିବା ବିବରଣୀ ଅନୁସାରର ସମୁଦାୟ ୧୦୦ରୁଉର୍ଦ୍ଧ୍ୱ ଗଛକାଟି ରାସ୍ତା ସଫା କରାଯାଇଥିଲା ଓ ୩୦ରୁ ଉର୍ଦ୍ଧ୍ୱ ଘରକୁ ବିପଦ ମୁକ୍ତ କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜନଗର ବକ୍ଲର ତାଳଚୁଆ ଠାରେ ଅଗ୍ନିଶମ ଉଦ୍ଧାରକାରୀ ଟିମ୍ ଦ୍ୱାରା ଶେଖ ରାଡୋ (ବୟସ-୨୬) ନାମକ ଜଣେ ଗର୍ଭବତୀ ମହିଳାଙ୍କୁ ପାଣି ଘେରରୁ ଉଦ୍ଧାର କରି ବାତ୍ୟା ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବରର ସ୍ଥାନାନ୍ତରତି କରାଯାଇଥିଲା ।

ଏତଦ୍ ବ୍ୟତୀତ କଟକ, ପୁରୀ, ଭୁବରନଶ୍ୱରର ତଳିଆ ଜଳ ପ୍ଳାବିତ ସମ୍ଭାବୟ ଅଂଚଳ ମାନଙ୍କରର ଜଳ ନଷ୍କିାସନ ନମିିତ୍ତ ଉଚ୍ଚ କ୍ଷମତା ସଂପୂର୍ଣ୍ଣ ପଂପ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି । ରାଜ୍ୟର ପ୍ରଭାବିତ ଅଂଚଳର ଜନସାଧାରଣମାନଙ୍କୁ ବାତ୍ୟା ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକୁବିଲା ନିମନ୍ତେ ତୁରନ୍ତ ନକିଟସ୍ଥ ଅଗ୍ନିଶମ କେନ୍ଦ୍ରକୁ ଖବର ଦେବା ଲାଗି, ପରାମର୍ଶ ଦିଆଯାଇଅଛି ।

ଏଥିନିମନ୍ତେ ଅଗ୍ନିଶମ ଏବଂ ଜରୁରୀକାଳୀନ ନିର୍ଦ୍ଦେଶାଳୟ ଠାରେ ବାତ୍ୟା ସଂକ୍ରାନ୍ତିୟ ନିୟନ୍ତ୍ରଣ କକ୍ଷ (୦୬୭୧-୨୩୦୩୧୦୧) ଖୋଲା ଯାଇ ପରିସ୍ଥିତି ଉପରର ତୀକ୍ଷ୍ଣ ନଜର ରଖାଯାଇଛି ।


Reporterspen