ମିଳୁନାହାନ୍ତି ଦକ୍ଷ ସଚିବ, ଅବସର ପରେ ଗାଦି ମାଡ଼ି ବସିଛନ୍ତି ଦାଶରଥି!

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସରକାରୀ ଚାକିରୀ ଲାଗି ଏକ ନିର୍ଦ୍ଧିଷ୍ଟ ବୟସସୀମା ନିର୍ଦ୍ଧାରଣ କରାଯାଇଛି । କାରଣ ଏହି ବୟସ ପରେ ଜଣେ ବ୍ୟକ୍ତି ସୁସ୍ଥ ମସ୍ତିଷ୍କ ଓ ଶାରିରୀକ ଭାବେ ଫିଟ୍ ରହିନଥାଏ । ତେଣୁ ସରକାର ତାଙ୍କୁ ଚାକିରୀରୁ ଅବସର ଦେଇ ପେନ୍‌ସନ୍ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ ଏବେ କିଛି ଅଫିସର କ୍ଷମତା ଲୋଭରେ ବଡବଡିଆ ଓ ରାଜନେତାଙ୍କୁ ହାତବାରିସି କରି ଅବସର ପରେ ବି ଗାଦି ମାଡି ବସୁଛନ୍ତି । ଏହି ତାଲିକାରେ ବିଧାନସଭା ସଚିବ ଦାଶରଥି ଶତପଥିଙ୍କ ନାଁ ସର୍ବାଗ୍ରେ ରହିଛି । ତେବେ ପ୍ରଶ୍ନ ଉଠୁଛି, ବିଧାନସଭାକୁ ଜଣେ ଦକ୍ଷ ଅଫିସର ମିଳୁନାହାଁନ୍ତି ନା ଦାଶରଥି ପୂର୍ବ ସରକାରଙ୍କ ଆନୁଗତ୍ୟ ଲାଭ କରି ଗାଦି ମାଡି ବସିଛନ୍ତି?

ଜଣେ ଓଏସଏସ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଦାଶରଥି ଶତପଥି ଏବେ ପଦୋନ୍ନତି ପାଇ ଆଇଏଏସ ଅଫିସର ହୋଇଛନ୍ତି । ୨୦୧୯ ମସିହାରେ ତତକଳୀନ ବିଜେଡି ସରକାର ତାଙ୍କୁ ବିଧାନସଭା ସଚିବ ଭାବେ ଅବସ୍ଥାପିତ କରିଥିଲା । ସେହି ପଦବୀରେ ଥିବା ବେଳେ ୨୦୨୩ରେ ତାଙ୍କ ଚାକିରୀ କାର୍ଯ୍ୟକାଳ ଶେଷ ହୋଇଥିଲା । ପରେ ସରକାରଙ୍କ ଆନୁଗତ୍ୟ ଲାଭ କରି ଆଉ ଗୋଟିଏ ବର୍ଷ ପାଇଁ ଚାକିରୀ ଅବଧି ବଢାଇବାରେ ସଫଳ ହୋଇଥିଲେ । ଏହି ସମୟରେ ସେ ବିଜେଡି ସରକାର କଥାରେ ଉଠବସ୍ ହୋଇଥିଲେ । ପରେ ତାଙ୍କର ଆନୁଗତ୍ୟକୁ ଦେଖି ତତକଳୀନ ସରକାର ପୁଣି ଥରେ ତାଙ୍କ ଚାକରୀ କାଳ ବୃଦ୍ଧି କରିଥିଲେ ।

ଏବେ ସରକାର ବଦଳି ଥିଲେ ମଧ୍ୟ ସେ ବିଧାନସଭା ସଚିବ ପଦ ମାଡି ବସିଛନ୍ତି । କୁହାଯାଉଛି, ଶ୍ରୀଶତପଥି ଜଣେ ଦକ୍ଷ ଓ ଅଭିଜ୍ଞ ଅଫିସର । ତାଙ୍କ ଭଳି ଅଫିସର ବୋଧହୁଏ ଓଡ଼ିଶା ପ୍ରଶାସନିକ ସେବାରେ କେହି ନାହାଁନ୍ତି । ତେଣୁ ସରକାର ଅବସର ପରେ ମଧ୍ୟ ତାଙ୍କୁ ବିଧାନସଭା ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ନୂଆ ସରକାର ତାଙ୍କୁ ବଦଳି କରିବା ସମ୍ଭାବନା ଥିବାରୁ ସେ କିଛି ହାତଗଣତି ସାମ୍ବାଦିକଙ୍କୁ ହାତବାରିସି କରି ବିଜେପି ସରକାର ସହ ସାଲିସ କରିବାକୁ ଉଦ୍ୟମ କରୁଛନ୍ତି ।

ଅଭିଯୋଗ ହେଉଛି, ଶ୍ରୀ ଶତପଥି ଏବେ ବି ବିଜେଡି ସରକାରଙ୍କ ଆନୁଗତ୍ୟକୁ ଭୁଲି ପାରିନାହାନ୍ତି । ଏବେ ବି ବିଜେଡି ନେତାଙ୍କ ଫୋନ ଆସିଲେ ସିଟ୍‌ରୁ ଠିଆ ହୋଇ ସରୁନମସ୍କାର ପକାଇ ସବୁକାମ ତତ୍‌କ୍ଷଣାତ କରିଦେଉଛନ୍ତି । ପ୍ରିୟାପ୍ରୀତି ତୋଷଣରେ ମିଡ଼ିଆ ପାସ୍ ବାଣ୍ଟିବା ହେଉ କିମ୍ବା ଅନ୍ୟ କିଛି କାମ ଏବେ ବି ସେ ସବୁ ବିଜେଡି ନେତାଙ୍କ କଥାରେ କରୁଛନ୍ତି । ଏଥିସହିତ ବିଧାନସଭା ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅବସ୍ଥାପିତ ଥିବାରୁ ସେ ବ୍ୟକ୍ତିଗତ ନିଜର ସ୍ୱାର୍ଥ ହାସଲ କରି ବେଶ ଲାଭବାନ ହେଉଛନ୍ତି । ବିଶେଷ କରି ସେ ସଚିବ ପଦରେ ରହି ସାମ୍ବାଦିକ ଓ ଲେଖକଙ୍କୁ ଚାପ ପକାଇ ନିଜେ ଜଣେ ସାହିତ୍ୟିକ ହେବାର ସୌଭାଗ୍ୟ ହାତେଇବାକୁ ଚେଷ୍ଠା କରୁଛନ୍ତି । ଯଦି ଏହି ଅଫିସର ସତ ହୁଏ, ତେବେ ଏହା ସାଂଘାତିକ । ଏଣୁ ଏଦିଗରେ ବିଜେପି ସରକାର ଦୃଷ୍ଟି ହେବା ସହ ବୟସାଧିକ କାରଣରୁ ଶ୍ରୀଶତପଥି ସଠିକ ଢଙ୍ଗରେ କାମ କରିପାରୁଛନ୍ତି କି ନାହିଁ, ତାହା ତର୍ଜମା କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।


Reporterspen

Leave a Reply