DCP Bhubaneswar: ଡିସିପି ଭାବେ ଦାୟିତ୍ୱ ନେଲେ ପିନାକ ମିଶ, ଲୋଡିଲେ ଲୋକଙ୍କ ସହାୟତା

Reporterspen

DCP Bhubaneswar: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଗୁରୁବାର ଦିନ ନୂଆ ଡିସିପି ଭାବେ ଆଇପିଏସ୍ ଅଫିସର ପିନାକ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଡିିସିପି ପ୍ରତୀକ ସିଂଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ପୁରୀ ଏସପି ଭାବେ କାର୍ଯ୍ୟ କରୁଥିଲେ । ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ପରେ ତାଙ୍କୁ ଭୁବନେଶ୍ୱର ଡିସିପି ଭାବେ ଗୁରୁଦାୟିତ୍ୱ ହସ୍ତାନ୍ତର କରାଯାଇଛି ।

ଦାୟିତ୍ୱ ଗ୍ରହଣ ପରେ ଡିସିପି ଶ୍ରୀ ମିଶ କହିଛନ୍ତି, ଭୁବନେଶ୍ୱର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କାମ କରିବାକୁ ହେଲେ ଲୋକଙ୍କ ସହଯୋଗ ଆବଶ୍ୟକ । ଦୁର୍ଗା ପୂଜା ଆମ ପାଇଁ ବଡ ଆହ୍ୱାନ । ସୁରୁଖୁରୁରେ ପୂଜା ସରିବା ସହିତ ସୁରକ୍ଷା ଓ ନିରାପତ୍ତା ଉପରେ ଦୃଷ୍ଟି ଦେବି । ଉତ୍ତମ ସେବା ଯୋଗାଇବା ମୋର ଲକ୍ଷ୍ୟ । ପୂଜା ଥିବାରୁ ଭିଡ଼ ଭିତରେ ଫାଇଦା ନେବା ଲାଗି ବାହାର ସ୍ଥାନରୁ ଅପରାଧୀମାନେ ରାଜଧାନୀକୁ ଆସିଥାନ୍ତି । ଏଭଳି ସ୍ଥିତିରେ ସମସ୍ତେ ସତର୍କ ରହିବା ଉଚିତ ଓ ପୁଲିସ ସଜାଗ ରହିଛି ।

ସରକାର ମୋତେ ଏ ଦାୟିତ୍ୱ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଉଛି । କମିଶନରେଟ ପୋଲିସର ଯେଉଁ ସୁସ୍ଥ ପରମ୍ପରା ରହିଛି ତାକୁ ପାଥେୟ କରି ଏ ସହର ଲୋକଙ୍କୁ କିଭଳି ଶୃଙ୍ଖଳା ଓ ଉତ୍ତମ ପୋଲିସ ସେବା ଯୋଗାଇ ଦେବି ତାହାକୁ ନେଇ ଆପ୍ରାଣ ଚେଷ୍ଠା କରିବି । ଏଥିପାଇଁ ମୁଁ ରାଜଧାନୀବସୀଙ୍କ ସହାୟତା ଲୋଡୁଛି । ଆଜିଠୁ ନବରାତ୍ର ଆରମ୍ଭ ହେଉଛି, ଏହି ପୂଜା ମାହୋଲ ଶାରଦୀୟ ପୂଜା ଉତ୍ସବ କିପରି ସୁରୁଖୁରୁରେ କରାଯିବ ତାହାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଉଦ୍ୟମ କରାଯିବ ।


Reporterspen