ଶ୍ରୀମନ୍ଦିରରେ ଭକ୍ତ ପାଇବେ ମାଗଣା ମହାପ୍ରସାଦ : ପୃଥୀରାଜ ହରିଚନ୍ଦନ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ମାଗଣା ମହାପ୍ରସାଦ ବିତରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଦାତାଙ୍କ ସହ ଯୋଗାଯୋଗ କରାଯାଉଛି । ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ ପରେ ରୂପରେଖ ପ୍ରସ୍ତୁତ ହେବ । ଦେଶ ବିଦେଶରୁ ଆସୁଥିବା ଜଗନ୍ନାଥ ଭକ୍ତଙ୍କ ପାଇଁ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ନିର୍ମାଣ କରାଯିବ ।

ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ରଥ ସେବା ସମ୍ମାନ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ବଡ଼ ବୟାନ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ଗଣତି ମଣତି, ପୁରୀବାସୀଙ୍କ ଜମିଜମା ସମସ୍ୟା, ଅଧପନ୍ତରିଆ ପ୍ରକଳ୍ପର ଆରମ୍ଭ ନେଇ ମଧ୍ୟ ଆଇନମନ୍ତ୍ରୀ ରାଜ୍ୟ ସରକାରଙ୍କ ଯୋଜନା ସଂପର୍କରେ ମତ ରଖଇଛନ୍ତି ।

ପ୍ରତ୍ୟେକ ଦିନ ପ୍ରାୟ ଏକରୁ ଦେଢ଼ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସୁଥିବା ବେଳେ ପର୍ବପର୍ବାଣୀ ଦିନରେ ଦୁଇ ଅଢେଇ ଲକ୍ଷ ଭକ୍ତ ଆସିଥାନ୍ତି। ସେମାନଙ୍କୁ କିଭଳି ଭାବରେ ମାଗଣା ମହାପ୍ରସାଦ ଯୋଗାଇ ଦିଆଯାଇପାରିବ ସେନେଇ ରୂପରେଖ ଦେବାକୁ ପ୍ରଚେଷ୍ଟା ଚାଲିଥିବା ବେଳେ ବିଭିନ୍ନ ଦାତାଙ୍କ ସହ ଆଲୋଚନା ମଧ୍ୟ ଚାଲିଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସୁରେଶ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବେଳେ ଏହି ବ୍ୟବସ୍ଥା ଲାଗୁ କରିଥିଲେ।

ଏଥି ପ୍ରତି ଜନ ସମର୍ଥନ ବଢିବାରୁ ଶ୍ରୀମନ୍ଦିର ପ୍ରଶାସନ ମାଗଣା ମହାପ୍ରସାଦ ସେବାକୁ ବୃହତ ଆକାରରେ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏଥି ନିମନ୍ତେ ଶେଷଥର ୨୦୧୮-୧୯ ଆର୍ଥିକ ବଜେଟରେ ଦେଢ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ମାତ୍ର କୋଭିଡ୍ ପରଠୁ ଆଉ ଭକ୍ତଙ୍କୁ ମାଗଣା ମହାପ୍ରସାଦ ଦିଆଯାଉନି।


Reporterspen