ଭିନ୍ନକ୍ଷମ ବିଦ୍ୟାଳୟରର ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କ ତଦନ୍ତ ନିର୍ଦ୍ଦେଶ

0 167

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବାଲେଶ୍ଵର ଜିଲ୍ଲାର ମିଶନ୍ କମ୍ପାଉଣ୍ଡ ଭିନ୍ନକ୍ଷମ ବିଦ୍ୟାଳୟଟି ବିଭିନ୍ନ ଅବ୍ୟବସ୍ଥା ନେଇ ଗତି କରୁଥିବା ନେଇ ଅଭିଯୋଗ ହୋଇଛି। ଏଠାରେ ଦୃଷ୍ଟିହୀନ,ବଧିର, ମାନସିକ ଅନଗ୍ରସର ୮୬ ଛାତ୍ର ଛାତ୍ରୀ ମାନେ ରହି ପାଠ ପଢ଼ୁଛନ୍ତି। ବିଦ୍ୟାଳୟ ଟି ୧୯୮୭ ମସିହା ଠାରୁ ଓଡ଼ିଶା ରାଜ୍ୟ ସରକାର ଙ୍କ ଠାରୁ ସରକାରୀ ଅନୁଦାନ ପାଉଥିବା ବେଳେ ଆଜି ପର୍ଯ୍ୟନ୍ତ ସେଠାରେ ପିଲା ମାନେ ଶୋଇବା ପାଇଁ ହଷ୍ଟେଲରେ ଖଟ ଟିଏ ନାହିଁ କିମ୍ବା ବିଛଣା ଟିଏ ନାହିଁ ଭିନ୍ନକ୍ଷମ ପିଲାମାନେ ତଳେ ମସିଣା ପକାଇ ଶୋଉଛନ୍ତି।

ବିଦ୍ୟାଳୟ ରେ ଦୃଷ୍ଟିହୀନଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଥମ ରୁ ଅଷ୍ଟମ ଯାଏଁ ସର୍ବମୋଟ ୮ ଶ୍ରେଣୀ ପାଇଁ ୩ ଟି କ୍ଲାସ୍ ରୁମ୍ ଥିବା ବେଳେ ବଧିର ମାନଙ୍କ ପାଇଁ ୯ ଶ୍ରେଣୀ ପାଇଁ ପାଞ୍ଚଟି ଶ୍ରେଣୀ ଗୃହ ଓ ମାନସିକ ଅପାରଗ ୪ ଗୋଟି ଶ୍ରେଣୀ ପାଇଁ ୨ ଗୋଟି ଗୃହ ରେ କିପରି ପାଠ ପଢା ହେଉଛି ତାହା ତଦନ୍ତ ସାପେକ୍ଷ। ବାସ୍ତବରେ ବିଦ୍ୟାଳୟ ରେ ସର୍ବମୋଟ ୮୫ ରୁ ୮୭ ଛାତ୍ର ଛାତ୍ରୀ ରହି ପାଠ ପଢୁଥିବା ବେଳେ ୧୨୬ ପିଲା ରହୁଥିବା ଦର୍ଶାଇ ସରକାର ଙ୍କ ଠାରୁ ଅନୁଦାନ ନେଉଥିବା ଜଣାପଡିଛି। ଉକ୍ତ ବିଦ୍ୟାଳୟର ଆବଶ୍ୟକ ଛାତ୍ର ସଂଖ୍ୟା ନ ଥିବାରୁ ଅନୁଦାନ ମାର୍ଗଦର୍ଶିକା ଧାରା ୧୩(ମ) ଅନୁଯାଇ ଅନୁଦାନ ବନ୍ଦ ରହିବା ନିୟମକୁ ଉଲଘଂନ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।

ବିଦ୍ୟାଳୟ ରେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଦୃଷ୍ଟିହୀନ ବ୍ରେଲି ଶିକ୍ଷକ ନାହାନ୍ତି ଯାହା ଫଳରେ ଦୃଷ୍ଟିହୀନ ପିଲା ମାନେ ପାଠ ପଢିବାରେ ଅସୁବିଧା ହେଉଛି।ଦୃଷ୍ଟିହୀନ ସଙ୍ଗୀତ ଶିକ୍ଷକ ବଦଳରେ ଦୃଷ୍ଟିବାନ ଶିକ୍ଷକ ରଖିବା ସରକାର ଙ୍କ ପତ୍ର ସଂଖ୍ୟା ୪୫୬ ତା ୧୩/୮/୧୫ କୁ ଭଙ୍ଗ କରୁଛି। ଅନୁଦାନ ମାର୍ଗଦର୍ଶିକା ତା ୬/୬/୨୨ ରିଖ ଧାରା ୧୦ (a) (ii) ଅନୁଯାଇ ଆୟକର ଧାରା ୧୨ A ରେ ଉକ୍ତ ଅନୁଷ୍ଠାନ ଅନୁଦାନ ପାଇବ ନିମନ୍ତେ ପଞ୍ଜୀକୃତ ହୋଇ ନଥିବା ଆରଟୀ ଆଇ ଏକ୍ଟ ରୁ ସୂଚନା ମିଳିଛି।ଏହା ବ୍ୟତୀତ ଉକ୍ତ ଅନୁଷ୍ଠାନଟି ଜାତୀୟ ନ୍ୟାସ ସହିତ ପଞ୍ଜୀକୃତ ହୋଇନାହିଁ। ୨୦୨୦ ମାର୍ଚ୍ଚ ମାସ ରେ ଓଡ଼ିଶା ରାଜ୍ୟ ସରକାର ଙ୍କ ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗ ଠାରୁ ଚିଠି ସଂଖ୍ୟା ୨୮୬୫ ରେ ଦୁଇ ଲକ୍ଷ ଦଶ ହଜାର ଟଙ୍କା ପ୍ରତି ବିଦ୍ୟାଳୟ ରେ କଂପ୍ୟୁଟର କିଣିବା ଓ ଅନ୍ୟାନ୍ୟ ଆସବା ପତ୍ର କିଣିବା ପାଇଁ ଅନୁଦାନ ଦେଇଥିଲେ।

କିନ୍ତୁ ବିଦ୍ୟାଳୟ ରେ ଆଜି ସୁଦ୍ଧା ନାଁ କଂପ୍ୟୁଟର ଅଛି ନା ଆନୁସଂଗିକ ଉପକରଣ ଅଛି କିଛି ବି ନାହିଁ। ସେ ଅଭିଯୋଗ ହୋଇଛି। ବିଦ୍ୟାଳୟ ଠାରୁ ଭିନ୍ନକ୍ଷମ ଛାତ୍ରୀ ନିବାସ ର ଦୂରତା ପ୍ରାୟ ୨ କିଲୋମିଟର ଦୂର। ଭିନ୍ନକ୍ଷମ ଛାତ୍ରୀମାନେ ଦିନ କୁ ଦୁଇ ଥର ଖର ଓ ବର୍ଷ।ରେ ଗହଳି ପୂର୍ଣ୍ଣ ରାସ୍ତା ଦେଇ ଯିବା ଆସିବା କରିବା ଦ୍ୱାରା ବହୁ ଅସୁବିଧା ପରିଲକ୍ଷିତ ହେଉଛି। ଛାତ୍ର।ବାସ ଓ ବିଦ୍ୟାଳୟ ରେ ଆବଶ୍ୟକ ଶୌଚାଳୟ ଓ ଗାଧୋଇବା ଘର ନଥିବାରୁ ଛାତ୍ର ଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ନାହିଁ। ହଷ୍ଟେଲ ମେଣ୍ଟେନାସ୍ ପଇସା ଇତ୍ୟାଦି ପରିଚାଳନା କମିଟି ସଠିକ୍ ବିନିଯୋଗ ନ କରିବା ଅଭିଯୋଗକୁ ନେଇ ମାନ୍ୟବର ମହାମହିମ ରାଜ୍ୟପାଳ ତା ୨୨.୦୮.୨୦୨୩ ରେ ବାଲେଶ୍ଵର ଜିଲ୍ଲାପାଳ ଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy