ସିମୁଳିଆ: ଯୁବନେତାଙ୍କ ଆର୍ବିଭାବ, କଂଗ୍ରେସର କ୍ରେଜ୍ ବଢୁଛି

0 1,568

ଭୁବନେଶ୍ୱର/ବାଲେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ଦୀର୍ଘଦିନ ହେଲା କ୍ଷମତାରୁ ଦୂରରେ ଥିବା କଂଗ୍ରେସ ଧିରେ ଧିରେ ମଜବୁତ ହେବାରେ ଲାଗିଛି । ଦଳରେ ତୁଙ୍ଗନେତା ସକ୍ରିୟ ହେବା ଓ ଯୁବନେତାଙ୍କୁ ପ୍ରାଧାନ୍ୟ ଦିଆଯିବା ଫଳରେ ରାଜ୍ୟରେ କଂଗ୍ରେସର ଶକ୍ତ ହେବାରେ ଲାଗିଛି । ବିଶେଷ କରି ବାଲେଶ୍ୱର ଜିଲ୍ଲା ସିମୁଳିଆରେ ଯୁବନେତା ତଥା ସମାଜସେବୀ ହିମାଂଶୁ ଶେଖର ବେହେରା କଂଗ୍ରେସରେ ସକ୍ରିୟ ହେବା ଯୋଗୁଁ ସେଠାରେ ଦଳର କ୍ରେଜ୍ ବଢିବାରେ ଲାଗିଛି । ଯଦି ଏହି କ୍ରେଜ୍ ନିର୍ବାଚନ ପର୍ଯ୍ୟନ୍ତ ବଳବତ୍ତର ରୁହେ, ତେବେ କଂଗ୍ରେସ ସିମୁଳିଆ ବିଧାନସଭା ଆସନ ହାତେଇବା ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

୨୦୨୪ ସଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ଏବେ ଠାରୁ ଅଙ୍କକଷା ଆରମ୍ଭ ହେଲାଣି । ବିଶେଷ କରି ପ୍ରମୁଖ ୩ ରାଜନୈତିକ ଦଳ ନିଜ ସପକ୍ଷରେ ଜନମତ ସଂଗ୍ରହ କରିବାରେ ଲାଗିପଡିଲେଣି । ଶାସକ ବିଜେଡି ନବୀନଙ୍କ ସ୍ୱଚ୍ଛ ଛବି ଓ ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ମନ ଜିଣିବାକୁ ଭରପୂର ପ୍ରୟାସ କରୁଥିବା ବେଳେ ବିରୋଧି ବିଜେପି କେନ୍ଦ୍ର ସରକାରଙ୍କ ସଫଳତାର ଗୁଣଗାନ କରୁଛି । ଏସବୁ ଭିତରେ କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଜନସମର୍ଥନ ହାସଲ କରିବାକୁ ଚେଷ୍ଠା କରୁଛି ।

ରାଜନୈତିକ ଦୃଷ୍ଟି କୋଣରୁ ବାଲେଶ୍ୱର ଜିଲ୍ଲାର ବେଶ ଗୁରୁତ୍ୱ ରହିଛି । ବିଗତ ଦିନରେ ଶ୍ରୀକାନ୍ତ ଜେନା କଂଗ୍ରେସ ଟିକେଟରୁ ବିଜୟୀ ହୋଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ । ତେବେ ଏବେ ରାଜ୍ୟରେ କଂଗ୍ରେସ ସଂଗଠନ ଦୁର୍ବଳ ଥିବା ବେଳେ ସିମୁଳିଆରେ ଜଣେ ଯୁବ ଓ ସ୍ୱାଭିମାନୀ ନେତାଙ୍କ ଆର୍ବିଭାବ କର୍ମୀ ଙ୍କ ମହଲରେ ନୂଆ ଉତ୍ସାହ ଓ ଉଦ୍ଦିପନା ଆଣିଦେଇଛି । ଖଇରା ଅଞ୍ଚଳର ଯୁବ, ଦକ୍ଷ ଓ ଦୃଢ ସଂଗଠକ ତଥା ସମାଜସେବୀ ହିମାଂଶୁ ଶେଖର କଂଗ୍ରେସରେ ସାମିଲ ହୋଇଛନ୍ତି । ଯଦିଓ ସେ ପୂର୍ବରୁ ରାଜନୀତିରେ ନ ଥିଲେ, ହେଲେ ଏବେ ସେ ପୁରାମାତ୍ରାରେ ସକ୍ରିୟ ହୋଇଉଠିଛନ୍ତି । ଲୋକଙ୍କ ସୁଖ-ଦୁଃଖରେ ସାମିଲ ହେବା ସହ ସମାଜ ମଙ୍ଗଳ କାମରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ତାଙ୍କର ଦକ୍ଷତା, ସମାଜସେବା ଓ ସଗଠନରେ ଯୁବକମାନେ ଆକର୍ଷିତ ହୋଇ କଂଗ୍ରେସକୁ ଦୃଢ କରିବାକୁ ଆଗେଇ ଆସିଛନ୍ତି ।

ଏପରିକି ସେ ଏବେଠାରୁ କଂଗ୍ରେସ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି । ଗାଁ ଗାଁ ବୁଲି ସେ କଂଗ୍ରେସକୁ ସୁଦୃଢ କରିବାକୁ ଅଣ୍ଟା ଭିଡିଛନ୍ତି । କୁହାଯାଉଛି, ସ୍ୱାଧିନତାର ଦୀର୍ଘ ବର୍ଷ ପରେ କଂଗ୍ରେସ ଜଣେ ଉଦୀୟମାନ ‘ମାଟି ପୁଅ’କୁ ପାଇଛି, ଯିଏ ଆସନ୍ତା ନିର୍ବାଚନରେ କଂଗ୍ରେସକୁ ବିପୁଳ ବିଜୟ ଦେବାରେ ସହାୟକ ହେବେ । ଏହି ଯୁବ ସମାଜ ସେବୀ କଂଗ୍ରେସ ପ୍ରାର୍ଥୀ ହେବା ନେଇ ବେଶ ଆଲୋଚନା ମଧ୍ୟ ହେଉଛି । ଏପରିକି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ତାଙ୍କ ସହ ସଭାରେ ଯୋଗ ଦେବା କଂଗ୍ରେସକର୍ମୀଙ୍କୁ ଆହୁରି ଉତ୍ସାହିତ କରିଛି । ତେବେ ଦେଖାଯାଉ, ହିମାଂଶୁ ଶେଖରଙ୍କର ଏଭଳି ପ୍ରୟାସ କଂଗ୍ରେସକୁ କେତେ ଫାଇଦା ଦେଉଛି?

ଅନ୍ୟପକ୍ଷରେ ହିମାଂଶୁ ଶେଖରଙ୍କ ପ୍ରଚାର ଓ ଲୋକ ସମର୍ଥନ ଦେଖି ବିରୋଧି ବିଜେଡି ଓ ବିଜେପି ଏବେ ଚିନ୍ତାରେ ପଡିଯାଇଛନ୍ତି । ତାଙ୍କୁ ମାତ୍ ଦେଇ କିପରି ଲୋକଙ୍କୁ ନିଜ ସପକ୍ଷରେ ନେବେ, ସେଥିପାଇଁ ସେମାନେ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି । ତେବେ ଦେଖା ଯାଉ ସ୍ୱାଭିମାନ ମାଟିର ପୁଅକୁ ଟକ୍କର ଦେବାକୁ ବିରୋଧି କି ପ୍ରକାର ଯୋଜନା କରୁଛି ।

ଉଲ୍ଲେଖଥାଉ କି, ୨୦୦୪ରେ କଂଗ୍ରେସ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡା ବିଜୟୀ ଲାଭ କରିଥିଲେ । ଏହା ପରଠାରୁ ସେ ପ୍ରାୟ ୧୦ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ତେଣୁ ଚଳିତ ଥର ନୂଆଁମୁହଁକୁ କଂଗ୍ରେସ ପ୍ରାର୍ଥୀ କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy