ବୁଲୁ ଓ ବଣୁଙ୍କୁ ଭାରି ପଡିବେ ବାଉ

0 849

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗୋଳିଆ ହେଲାଣି ଭଦ୍ରକ ରାଜନୀତି । ଏଠି ଟିକେଟ ଏକ । ଆଶାୟୀ ଅନେକ । ଖାଲି ଆଶାୟୀଙ୍କ କଥା ନୁହେଁ, ଏଠି ଜନମତ ବି ବଦଳିଛି । ଆଉ ପୁରୁଣା ନୁହେଁ, ଏଥର ନୂଆ ନୁହଁ ସପକ୍ଷରେ ରହିଛନ୍ତି ଭୋଟର ।

ଚର୍ଚ୍ଚା ହେଉଛି, ଭଦ୍ରକ ବିଧାନସଭା ଆସନ ପାଇଁ ଆବଶ୍ୟକ ରହିଛି ଏକ ନୂଆମୁହଁ । ଏକଥା ଆମେ ଏଥିପାଇଁ କହୁଛୁ ଯେ, ଭଦ୍ରକର ବିଧାୟକ ସଞ୍ଜୀବ ମଲ୍ଲିକ ଏବଂ ପୂର୍ବତନ ବିଧାୟକ ଯୁଗୋଳ କିଶୋରଙ୍କ ପୁଅ ଅସୀତ ପଟ୍ଟନାୟକଙ୍କ ମଧ୍ୟରେ ବିଜେଡି ଟିକେଟକୁ ନେଇ ବଢି ଚାଲିଛି ଟଣାଓଟରା । ଯାହାର ଫଳ ଭୋଗୁଛି ଦଳ । ଭଦ୍ରକରେ ପ୍ରଥମଥର ପାଇଁ ପୌର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ହୋଇଥିଲେ । ଶଙ୍ଖକୁ ଭାଙ୍ଗି ଭଦ୍ରକ ସହରରେ ଗଡିଥିଲା ସାଇକେଲ । ଯାହାର ପ୍ରଚ୍ଛଦପଟ୍ଟ ଖଳନାୟକ ଥିଲେ ଅସୀତ ପଟ୍ଟନାୟକ ଓରଫ ବୁଲୁ । ବୁଲୁଙ୍କ ସାହାସରେ ଭଦ୍ରକ ମ୍ୟୁନସିପାଲଟିରେ ବିଜୁ ଜନତା ଦଳର ଯୁବ ଚେହେରା ଥିବା ଜାନୁ ବିଜେଡିର ବିଧାୟକଙ୍କୁ ବିରୋଧ କରି ସ୍ୱାଧିନ ଭାବେ ତାଙ୍କ ସ୍ତ୍ରୀକୁ ଜିତାଇଥିଲେ ।

ଏମିତିକି ବେପାରୀ କହି ଭଦ୍ରକର ବିଧାୟକଙ୍କୁ ନାନା ପ୍ରକାର ତାତ୍ସଲ୍ୟ କରିଥିଲେ । ଆଉ ସେବେଠୁ ବିଜୁ ଜନତା ଦଳ ପାଇଁ ଅଡୁଆ ବଢିଛି । ଏମିତି ନୁହେଁ କି ଭଦ୍ରକ ବିଧାୟକଙ୍କର ସମର୍ଥକ ନାହାନ୍ତି । ଭଦ୍ରକର ୩୬ ପଞ୍ଚାୟତରୁ ପାଖାପାଖି ୨୮ରୁ ଅଧିକ ପଞ୍ଚାୟତରେ ସଞ୍ଜୀବଙ୍କ ଦବଦବା ରହିଛି । ଏପଟେ ୩୦ ମ୍ୟୁନସିପାଲଟି ୱାର୍ଡରୁ ପାଖାପାଖି ୨୩ରୁ ଅଧିକ ୱାର୍ଡରେ ଦଖଲ ରହିଛି ଅସିତଙ୍କର । ଏଭଳି ପରିସ୍ଥିତିରେ ଦଳ ଯଦି ଭଦ୍ରକରେ ନୂଆ ମୁହଁ ନ ଦିଏ ତେବେ ଏହି ଦୁଇ ନେତାଙ୍କ ଭିତରୁୁ କେହି ଜଣେ ଦଳକୁ ଅଡୁଆରେ ପକାଇବା ଏକ ପ୍ରକାର ନିଶ୍ଚିତ ।

ତେଣୁ ଭଦ୍ରକରେ ଲୋକେ ଏବେ ନୂଆ ମୁହଁ ସନ୍ଧାନରେ । ଆଉ ନୂଆ ମୁହଁ ଭାବରେ ଭଦ୍ରକରେ ପ୍ରଥମେ ଜ୍ୟୋତି ପ୍ରକାଶ ମହାନ୍ତିଙ୍କ ନାଁ ହିଁ ଆସୁଛି । କାରଣ ଜ୍ୟୋତି ବିଗତ ଦିନରେ କଂଗ୍ରେସ ଦଳର ଦୁଇ ଛାମୁଆ ସଂଗଠନ ଛାତ୍ର ଓ ଯୁବର ନେତୃତ୍ୱ ନେବା ସହ ଜିଲ୍ଲା ଯୁବ କଂଗ୍ରେସ ସଭାପତିି ଥିଲେ । ଏପରିକି ୨୦୧୪ ମସିହାରେ ସେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ ହାତେଇବାରେ ମଧ୍ୟ ସଫଳ ହୋଇଥିଲେ । ଜଣେ ସ୍ୱାଧିନତା ସଂଗ୍ରାମୀ ପରିବାର ପିଲା, ଉଚ୍ଚ ଶିକ୍ଷିତ ଯୁବକ ଏବଂ ଗତ ୫ ବର୍ଷ ଧରି ନବୀନ ବାବୁଙ୍କ ବିକାଶମୁଖି ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ଠାରୁ ନେଇ ବିଜୁ ଜନତା ଦଳର ସଂଗଠନ ଭିତରେ ରହି କାର୍ଯ୍ୟ କରି ଆସୁଛନ୍ତି । ସେଥିପାଇଁ ଭଦ୍ରକର ଲୋକେ କହିଲେଣି ଏଥର ବୁଲୁ ଓ ବଣୁଙ୍କୁ ଭାରି ପଡିବେ ବାଉ । ତେବେ ଦେଖାଯାଉ ଦଳ କାହାକୁ ଟିକେଟ ଦେଇ କେଉଁ ନେତାଙ୍କୁ କେମିତି ମ୍ୟାନେଜ କରୁଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy