ମଧୁବାବୁଙ୍କ ଜନ୍ମପୀଠରେ କାର୍ତ୍ତିକ ପାଣ୍ଡିଆନ

0 89

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଉତ୍କଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିବସ ଅବସରରେ 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଅପରାହ୍ନରେ ମଧୁବାବୁଙ୍କ ଜନ୍ମପୀଠ କଟକ ଜିଲ୍ଲାର ସତ୍ୟଭାମାପୁର ଯାଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ମଧୁବାବୁଙ୍କ ଜନ୍ମପୀଠରେ କରାଯାଇଥିବା ସଂଗ୍ରହାଳୟ ପରିଦର୍ଶନ କରିଥିଲେ ଏବଂ ଗ୍ରାମବାସୀଙ୍କ ସହ ମଧୁବାବୁଙ୍କ ମହାନତା ବିଷୟରେ ଆଲୋଚନା କରିଥିଲେ।

ମଧୁବାବୁଙ୍କ ଜନ୍ମପୀଠର ବିକାଶ କାମ ଏବଂ ସତ୍ୟଭାମାପୁର ଯୁବସମାଜ ପାଇଁ ଏକ ପ୍ରେରଣା ସ୍ଥଳ ପାଲଟିଥିବାରୁ ସେମାନେ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ 5T ଅଧ୍ୟକ୍ଷ ଗତ ବର୍ଷ ସତ୍ୟଭାମାପୁର ଯାଇଥିଲେ ଏବଂ ପରେ ମୁଖ୍ୟମନ୍ତ୍ରୀ 5T ଉପକ୍ରମରେ 23 କୋଟି ଟଙ୍କାର ବ୍ୟୟ ଅଟକଳରେ ମଧୁ ବାବୁ ଜନ୍ମପୀଠ ଓ ସଂଗ୍ରହାଳୟର ବିକାଶ ପ୍ରକଳ୍ପ ମଂଜୁର କରିଥିଲେ। ଓଡ଼ିଆ ଜାତିର ଏହି ମହାନ ଐତିହ ପୀଠ ଆଜି ସମଗ୍ର ଓଡିଶାର ଗୌରବ ପାଲଟିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy