ମହିଳା କୁମ୍ଭୀର ଖାଇଦେଲା, ଭିଡ଼ିଓ ଭାଇରାଲ ଦେଖନ୍ତୁ

0 482

ଯାଜପୁର, (ରିପୋଟର୍ସ ପେନ୍‌): ଯାଜପୁର ଜିଲ୍ଲା ବରୀରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଧୋଇବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ଖାଇଦେଲା । ଏହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ବରୀ ବ୍ଲକ ଅମଠପୁର ପଞ୍ଜାୟତ ପାଲଟପୁର ଗାଁରେ ଅନାମ ଜେନାଙ୍କ ପତ୍ନୀ ଜ୍ୟୋସ୍ନାରାଣୀ ଆଜି ସକାଳେ ବିରୂପା ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଏକ କୁମ୍ଭୀର ତାଙ୍କୁ ପାଣିକୁ ଟାଣି ନେଇଥିଲା । କିଛି ବାଟ ଟାଣି ନେବା ପରେ ଏକ କୂଳରେ ତାଙ୍କୁ ଖାଇବାକୁ ଲାଗିଲା । ଏଭଳି ଅଭାବନୀୟ ଦୃଶ୍ୟ ଲୋକେ ଦେଖୁଥିଲେ ମଧ୍ୟ କିଛି କରିବାର ଉପାୟ ପାଇନଥିଲେ ।

https://youtube.com/shorts/vr-PRaDAwZ0?feature=share

ଖବରପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଜ ଜୀବନକୁ ବାଜି ଲଗାଇ ମହିଳାଙ୍କୁ ଉଦ୍ଧାର କରିବାକୁ ଚେଷ୍ଠା କରିଥିଲେ । କିଛି ସମୟରେ ମହିଳାଙ୍କ କ୍ଷତାକ୍ତ ଶବ ଉଦ୍ଧାର କରିଥିଲେ । ଏଭଳି ଦୃଶ୍ୟକୁ ଲୋକେ ଭିଡ଼ିଓ କରି ଭାଇରାଲ କରିବା ପରେ ଘଟଣାକୁ ନେଇ ଲେକେ ଭୟଭୀତ ହୋଇପଡିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy