ମୂଷାଟିକିରି ହାଇସ୍କୁଲର ୧୯୯୧ ବ୍ୟାଚର ବନ୍ଧୁ ମିଳନ

0 442

ଭୁବନେଶ୍ୱର/ଯାଜପୁର, (ରିପୋଟର୍ସ ପେନ୍‌): ଯାଜପୁର ଜିଲ୍ଲା ବଡଚଣା ବ୍ଲକ ମୂଷାଟିକିରି ହାଇସ୍କୁଲର ୧୯୯୧ ମ୍ୟାଟ୍ରିକ୍ ବ୍ୟାଚର ଏକ ବନ୍ଧୁ ମିିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୂଷା ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନିରାଡମ୍ବର ଭାବେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ପୁରାତନ ଛାତ୍ରଙ୍କ ସମେତ ଶିକ୍ଷକ/ଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ପାଠପଢାର ଦୀର୍ଘଦିନ ପରେ ବନ୍ଧୁମାନେ ଏକତ୍ର ହୋଇଥିବାରୁ ସମସ୍ତେ ଏକ ପ୍ରକାର ଭାବବିହ୍ୱଳ ହୋଇପଡିଥିଲେ । ପିଲା ବେଳର ସେହି ପୁରୁଣା କଥାକୁ ମନେ ପକାଇଥିଲେ । ପାଠପଢା ପରେ କିଏ ଭୁବନେଶ୍ୱରରେ ରହୁଛି ତ ଆଉ କିଏ ରାଜ୍ୟ ବାହାରେ ଅବସ୍ଥାପିତ ଅଛି । ସମସ୍ତଙ୍କୁ ଏକତ୍ର କରିବା ଲାଗି ସହପାଠୀଙ୍କ ଉଦ୍ୟମ ଓ ସୋସିଆଲ ମିଡ଼ିଆକୁ ସବୁ ଶ୍ରେୟ ଦିଆଯାଇଥିଲା । ତେବେ ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡ଼ିଆ ଯୋଗାଯୋଗର ମୁଖ୍ୟ ମାଧ୍ୟମ ସାଜିଥିବାରୁ ଏହାର ଅପବ୍ୟବହାର ନକରିବାକୁ ଆଗାମୀ ପୀଢିଙ୍କୁ ସଚେତନ କରିବାକୁ ବନ୍ଧୁ ମିଳନରେ ମତପ୍ରକାଶ ପାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୁରାତନ ଶିକ୍ଷକ ଶ୍ରୀଯୁକ୍ତ ସୁରମୋହନ ମହାପାତ୍ର, ଦୁର୍ଯ୍ୟୋଧନ ପ୍ରତିହାରି, ବ୍ରଜକିଶୋର ମହାପାତ୍ର, ଦୁର୍ଯ୍ୟୋଧନ ରାଉତ, ଦୁଃଖିରାମ ଜେନା, ନାରାୟଣ ସାହୁ, ରାଖାଲ ଚନ୍ଦ୍ର ଜେନା, ଶିକ୍ଷୟିତ୍ରୀ ଖୁଲଣା ସୁନ୍ଦରୀ ରାଉତ ଉପସ୍ଥିତ ଥିଲେ । ସେହିପରି ୧୯୯୧ ବ୍ୟାଚର ମଳୟ ମହାପାତ୍ର, ସତ୍ୟାନନ୍ଦ ମହାପାତ୍ର, ଶେଖର ମହାପାତ୍ର, ମାତନ ପ୍ରଧାନ, ଆରତୀ ନନ୍ଦ, କବିତା ଦାସ, ଶଶିରେଖା ବେହେରା, ସୁବାଶ ମଲ୍ଲିକ, ଅଜୟ ଦାସ, ମନୋଜ ମହାପାତ୍ର, ଅଞ୍ଜନା ମହାପାତ୍ର, ଯୋଗୀ ଅରୁଣ ନାଥ, ପ୍ରଦୀପ କର, ଶ୍ୟାମଲେନ୍ଦୁ ବଳ, ସମର ମହାପାତ୍ର, ସୁବାସ ମହାପାତ୍ର, ଧନେଶ୍ୱର ମହାପାତ୍ର, ମିଲନ ମହାପାତ୍ର, ଦିବ୍ୟଲୋଚନ ମହାପାତ୍ର, ଜ୍ୟୋତିଶଙ୍କର ବାରିକ, ଗୋବିନ୍ଦ ବେହେରା ଓ ଖଗେଶ୍ୱର ଦାସ ସେମାନଙ୍କ ପରିବାର ସହ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy