ରାଜନୀତି ନୁହେଁ, ମୁଁ ସେବା କରିବାକୁ ଚାହେଁ : ସିଦ୍ଧାର୍ଥ

0 6,357

ଭୁବନେଶ୍ୱର/କେନ୍ଦ୍ରାପଡା,(ରିପୋଟର୍ସ ପେନ୍‌): ଅନେକ ଲୋକ ସେବା କରିବା ନାଁରେ ରାଜନୀତିକୁ ଆସନ୍ତି । କ୍ଷମତା ମିଳିବା ପରେ ସେମାନେ ବଦଳି ଯାଆନ୍ତି ଓ ନିଜ ସ୍ୱାର୍ଥ ହାସଲ କରିବା ଆରମ୍ଭ କରନ୍ତି । ସେତେବେଳେ ସେମାନେ ଭୋଟ ଦେଇଥିବା ଲୋକଙ୍କୁ ଭୂଲି ଯାଆନ୍ତି ଏବଂ ୫ବର୍ଷ ପରେ ପୁଣି ସେମାନଙ୍କୁ ମନେ ପକାନ୍ତି । ଏହାକୁ ହୀନ ରାଜନୀତି କୁହାଯାଏ । ହେଲେ ମୁଁ ସେ ହୀନ-ରାଜନୀତି ନୁହେଁ, ଲୋକଙ୍କୁ ପ୍ରକୃତ ସେବା କରିବାକୁ ଚାହେଁ ବୋଲି କଂଗ୍ରେସର ଯୁବନେତା ଓ ଆଶାୟୀ ସାଂସଦ ପ୍ରାର୍ଥୀ ସିଦ୍ଧାର୍ଥ ସ୍ୱରୂପ ଦାସ କହିଛନ୍ତି ।

ବୁଧବାର କେନ୍ଦ୍ରପଡା ସ୍ଥିତ ‘କଂଗ୍ରେସ ଭବନ’ ଠାରେ ଆୟୋଜିତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଳାପ ବେଳେ ଶ୍ରୀ ଦାସ କହିଛନ୍ତି, ମୁଁ ଛାତ୍ର ଜୀବନରୁ ରାଜନୀତିକୁ ଆସିଛି । ରାଜନୀତି କରି କ୍ଷମତାକୁ ଉପଭୋଗ କରିବା କିମ୍ବା ଲୋକଙ୍କ ଟଙ୍କାରେ ବ୍ୟାଙ୍କ ବାଲାନ୍ସ କରିବା ମୋର ଉର୍ଦ୍ଦେଶ୍ୟ ନୁହେଁ । ଲୋକମାନେ କିପରି ସାହାଯ୍ୟ-ସହଯୋଗ ପାଇବେ, ସରକାରୀ ଯୋଜନା ତାଙ୍କ ପାଖରେ ପହଞ୍ଚିବ ଓ କେନ୍ଦ୍ରାପଡ଼ାର ବିକାଶ କିପରି ସଠିକ ଢଙ୍ଗରେ ହୋଇପାରିବ, ଏହା ହିଁ ମୋର ମୂଳ ଉଦ୍ଦେଶ୍ୟ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ସହଯୋଗରେ ସେ କେନ୍ଦ୍ରାପଡାର ବିକାଶ କରିବାକୁ ସଂକଳ୍ପ କରିଛନ୍ତି ।

ଉଲ୍ଲେଖଥାଉ କି, ବିଜେପି ଓ ବିଜେଡି ହାତ ମିଶାଇଥିବା ଜଣାପଡିବା ପରେ କେନ୍ଦ୍ରାପଡାରେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢିଛି । ବିଜେପି ଓ ବିଜେଡି ଦଳର ଶହଶହ କର୍ମୀ ଏବେ କଂଗ୍ରେସରେ ସାମିଲ ହେବାରେ ଲାଗିଛନ୍ତି । ଯୁବନେତା ସିଦ୍ଧାର୍ଥ କଂଗ୍ରେସକୁ ଆସିବା ପରେ ଏହି କ୍ରେଜ୍ ଅଧିକ ବଢିଯାଇଛି । କଂଗ୍ରେସର ପୁରୁଣା ନେତା ଓ କର୍ମୀ ଦଳକୁ ଫେରୁଥିବା ବେଳେ ତୃଣମୂଳସ୍ତରରୁ ଦଳକୁ ମଜବୁତ କରିବାକୁ ପ୍ରୟାସ ଚଳାଇଛନ୍ତି । ବିଶେଷ କରି ମହାମାରୀ କରୋନା ସମୟରେ ଶ୍ରୀଦାସଙ୍କ ଜନସେବା ତାଙ୍କୁ ଆଜି ଘରେ ଘରେ ପରିଚିତ କରାଇପାରିଛି ।

ମହାମାରୀ କରୋନା ସମୟରେ ଯେତେବେଳେ ଭିଟାମିନ ‘ସି’ ଅଭାବରୁ ଲୋକେ ଆକ୍ରାନ୍ତ ହେଉଥିଲେ । ସେତେବେଳେ ଡାକ୍ତରମାନେ ଲେମ୍ବୁପାଣି ପିଇବାର ପରାମର୍ଶ ଦେଉଥିଲେ । ଲେମ୍ବୁର ଚାହିଦା ବଢିଯାଇଥିଲା ଯାହାଫଳରେ ଆବଶ୍ୟକୀୟ ଲେମ୍ବୁ ବଜାରରେ ମିଳୁ ନଥିଲା । ସେତେବେଳେ ଶ୍ରୀଦାସ ନିଜ ଜୀବନକୁ ବାଜି ଲଗାଇ ବଜାରରୁ ଚଢା ଦରରେ ଲେମ୍ବୁ କିଣି ମାଗଣାରେ କେନ୍ଦ୍ରାପଡା ସମେତ ଭୁବନେଶ୍ୱର, ଯାଜପୁର, କଟକ, ଜଗତସିଂପୁରର ଘରେ ଘରେ ଲେମ୍ବୁ ଯୋଗାଇଥିଲେ । ସ୍ୱରାଜ ଅଭିଯାନ ସଂଗଠନ ଜରିଆରେ ସେ ଘରେ ଘରେ ଲେମ୍ବୁ କାର୍ଯ୍ୟକ୍ରମ କରି ଲେମ୍ବୁ ଗଛ ବାଣ୍ଟି ସମଗ୍ର ଅଞ୍ଚଳରେ ପ୍ରଶଂସା ସାଉଁଟିବା ସହ ସାଧାରଣ ଜନତାଙ୍କ ନିକଟତର ହେବାରେ ଲାଗିଛନ୍ତି ।

ଆସନ୍ତା ୨୦୨୪ ନିର୍ବାଚନରେ ସେ କଂଗ୍ରେସ ଟିକେଟରୁ କେନ୍ଦ୍ରାପଡା ସାଂସଦ ଭାବେ ଲଢିବାକୁ ମନସ୍ଥିର କରିଛନ୍ତି । ଦଳ ମଧ୍ୟ ତାଙ୍କୁ ଟିକେଟ ଦେବାକୁ ପ୍ରତିଶ୍ରୁତି ଦେଇଛି । ତେଣୁ ସେ ଏବେ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖକୁ ଯାଉଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର କିପରି ଲୋକଙ୍କୁ ପ୍ରତାରଣା କରୁଛନ୍ତି, ତାହା ଲୋକଙ୍କୁ ଜଣାଇବା ସହ କଂଗ୍ରେସକୁ ସମର୍ଥନ କରିବାକୁ ନିବେଦନ କରୁଛନ୍ତି । ଜନସାଧାରଣଙ୍କ ଆର୍ଶିବାଦ ରହିଲେ ସେ କ୍ଷମତା ଆସି ଲୋକଙ୍କ ସେବା କରିବେ ବୋଲି ଆଶା ପ୍ରକଟ କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy