ସ୍ୱାଧୀନତା ଦିବସରେ ପାଟକୁରାର ଦୁଇ ପ୍ରତିଭା ସମୀକ୍ଷା ଓ ଶୁଭଲଷ୍ମୀ ସମ୍ବର୍ଦ୍ଧିତ

0 328

ପାଟକୁରା, (ରିପୋଟର୍ସ ପେନ୍‌):– କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତ ଅଧିନ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ତରଫରୁ ସ୍ବାଧିନତା ଦିବସ ଅବସରରେ ଏକ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

ସକାଳେ ଜାତୀୟ ପତାକା ଉତ୍ତୋଳନ ଓ ପରେ ପରିଚାଳନା ଟ୍ରଷ୍ଟି ଡ.ରୁଦ୍ର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଓଡ଼ିଶା ପ୍ରଶାସନିକ ସେବା ରେ ସଫଳତା ପାଇଥିବା ବସନ୍ତପୁର ଗ୍ରାମର ମନୋଜ ମହାପାତ୍ର ଏବଂ ସଂଯୁକ୍ତା ମହାପାତ୍ରଙ୍କ ସୁକନ୍ୟା ସମୀକ୍ଷା ମହାପାତ୍ର ଓ ନିଟରେ ସଫଳତା ପାଇଥିବା ନରଡା ଗ୍ରାମର ବ୍ରଜ କିଶୋର ସାହୁ ଏବଂ କୁନିଲତା ପୃଷ୍ଟି ଙ୍କ ସୁକନ୍ୟା ଶୁଭଲକ୍ଷ୍ମୀ ସାହୁଙ୍କୁ ବରିଷ୍ଠ ସାମ୍ବାଦିକ ନିଳୟକାନ୍ତ ମହାପାତ୍ର ଏବଂ ଛୋଟ ପରଦା ର ଅଭିନେତା ମୁକ୍ତିକାନ୍ତ ମହାପାତ୍ର ମାନପତ୍ର ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବା ବେଳେ ଅଦୈତ ସ୍ମାରକୀ ଟ୍ରଷ୍ଟ ତରଫରୁ ପ୍ରତ୍ୟକଙ୍କୁ ଦଶହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥିଲା ।

ଅତିଥିମାନେ ଉଭୟ ପ୍ରତିଭାଙ୍କ ଉତ୍ତରୋତ୍ତର ଉନ୍ନତି କାମନା ସହ ଉଜ୍ବଳ ଭବିଷ୍ୟତ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ଆଶିଷ ମହାନ୍ତି , ରବୀନ୍ଦ୍ର ମହାପାତ୍ର ଓ ସାମ୍ବାଦିକ ଦୀପକ କୁମାର ମହାପାତ୍ର ଆଶ୍ରୀର୍ବଚନ ଦେବାପରେ ସଭା ସାଙ୍ଗ କରାଯାଇଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy