ଆନନ୍ଦପୁର ଓ ସୋନପୁରରେ ପିକ୍‍ନିକ ବସ୍‍ ଦୁର୍ଘଟଣା: ୧୭ ଆହତ

0 72

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପିକ୍‍ନିକ୍‍ ସାରି ଫେରୁଥିବାବେଳେ ଦୁଇଟି ପୃଥକ ଘଟଣାରେ ଦୁଇଟି ପିକ୍‍ନିକ୍‍ ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାଦ୍ୱାରା ୧୭ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମ ଘଟଣା ଆସିଛି ସୋନପୁରରୁ। ଏଠାରେ ୭ ଜଣ ପିଲା ଆହତ ହୋଇଛନ୍ତି। ବସ୍‍ଟି କୋରାପୁଟର ଦେଓମାଳିରୁ ଫେରୁଥିଲା। ଖମ୍ବଶିରପାଲିରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪୫ଜଣ ଛାତ୍ରଛାତ୍ରୀ ରହିଥିଲେ। ତିନିଜଣ ଗୁରୁତର ଭାବେ ଆହତ ହୋଇଥିବାରୁ ସେମାନଙ୍କୁ ବୁର୍ଲା ହସ୍‍ପିଟାଲ୍‍ ନିଆଯାଇଛି। 

ସେହିପରି ଜାତୀୟ ରାଜପଥ ୨୦ ଉପରେ ଏକ ଟ୍ରକ ଭୋର ସମୟରେ ବାଲେଶ୍ୱରକୁ ଫେରୁଥିବା ଏକ ପିକ୍‍ନିକ୍‍ ବସ୍‍କୁ ଧକ୍କା ଦେଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟସ୍ଥ ଧକୋଠାଠାରେ ଏହି ଦୁର୍ଘଟଣେ ଘଟିଛି। ଏହି ବସ୍‍ ରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଥିଲେ। ସେମାନଙ୍କ ଭିତରୁ ଡ୍ରାଇଭରଙ୍କୁ ମିଶାଇ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପ୍ରଦାନ କରାଯାଉଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy