ବେଗୁନିଆ: ବିରୋଧୀଙ୍କୁ ମାତ ଦେବେ ପ୍ରବୋଧ!

0 548

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଧାନସଭା ଆସନରୁ ଏଥର ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବାକୁ ଦଳ ଏକ ପ୍ରକାର ନିଷ୍ପତ୍ତି ନେଇଛି । ଏହିକ୍ରମରେ ଏହି ତାଲିକାରେ ଦୁଇଜଣଙ୍କ ନାଁ ରହିଛି । କଂଗ୍ରେସ ଛାଡି ବିଜେଡିକୁ ଯାଇଥିବା ପ୍ରଦୀପ ସାହୁ ଓ ସରକାରୀ କର୍ମଚାରୀ ପ୍ରବୋଧ ଦାଶ । ଏମାନଙ୍କ ମଧ୍ୟରୁ କିଏ ବିରୋଧୀଙ୍କୁ ମାତ ଦେବ, ତାହାକୁ ନେଇ ଦଳରେ ତର୍ଜମା ଚାଲିଛି ।

ଏକ ଆକଳନ ଅନୁସାରେ, ବେଗୁନିଆରେ ବିଜେଡିର ଭୋଟ ସଂଖ୍ୟା ୭୪ ହଜାର ରହିଛି । କଂଗ୍ରେସର ୫୪ ହଜାର ଓ ବିଜେପିର ୨୭ ହଜାର ଭୋଟ ରହିଛି । ଯଦି ଦଳ ପ୍ରଦୀପ ସାହୁଙ୍କୁ ଟିକେଟ ଦିଏ, ତେବେ ମୂଳ ବିଜେଡି ଭୋଟରୁ ପ୍ରାୟ ୩୦ ହଜାର ଭୋଟ ହ୍ରାସ ପାଇବ । ଏଥିସହିତ କଂଗ୍ରେସରୁ ମାତ୍ର ୧୦ରୁ ୧୫ ହଜାର ଭୋଟ ବିଜେଡି ଖାତାକୁ ଆସିପାରେ । ଯଦି ସେଠାରୁ କଂଗେସ ଓ ବିଜେପି ମଜବୁତ ପ୍ରାର୍ଥୀ ଦିଏ, ତେବେ ପ୍ରଦୀପଙ୍କ ସହ କଡା ଟକ୍କର ହେବା ନିଶ୍ଚିତ । ସେହିପରି କଂଗ୍ରେସରୁ ପ୍ରଦୀପଙ୍କ ଖାତାକୁ ଆସିବାକୁ ଥିବା ୧୫ ହଜାର ଭୋଟ ସାଂସଦ ଖାତାକୁ ଯିବା ନେଇ ସନ୍ଦେହ ରହିଛି ।

ସେପଟେ ଯଦି ପ୍ରବୋଧ ଦାସଙ୍କ କଥାକୁ ବିଚାର କରାଯାଏ, ତେବେ ସେ ପ୍ରତ୍ୟେକ୍ଷ ରାଜନୀତିରେ ନୂଆ ହୋଇଥିବାରୁ ବିରୋଧର ଶୀକାର ହେବା କମ୍ ସମ୍ଭାବନା ରହିଛି । ତେଣୁ ମୂଳ ବିଜେଡିର ସବୁତକ ଭୋଟ (୭୪ ହଜାର) ବିଜେଡି ଖାତାକୁ ଆସିବ । ଏହାବାଦ କଂଗ୍ରେସର ପ୍ରାୟ ୧୦ ହଜାର ଭୋଟ ବିଜେଡି ଖାତାକୁ ଆସିପାରେ । ଏ ସମସ୍ତ ଭୋଟ ମଧ୍ୟ ସାଂସଦ ପ୍ରାର୍ଥୀଙ୍କ ଖାତାକୁ ଯିବା ନିଶ୍ଚିତ । କାରଣ ଜଣେ ନୂଆ ଓ ନିର୍ବିବାଦୀୟ ଚେହେରା ଭାବେ ଲୋକେ ତାଙ୍କୁ ଗ୍ରହଣ କରିବେ । ତାଙ୍କ କଥା ଉପରେ ଭରସା କରି ବିଜେଡିକୁ ପୁଣି ବହୁଜନମତରେ ବିଜୟ କରିବାକୁ ଚାହିଁବେ ।

ଏହାଛଡା ଯଦି ଦଳ ପୁଣି ଥରେ ରାଜେନ୍ଦ୍ର ସାହୁଙ୍କୁ ପ୍ରାର୍ଥୀ କରେ, ତେବେ ସେ ବିରୋଧର ଶୀକାର ହେବା ପ୍ରାୟ ନିଶ୍ଚିତ । ଏଥିସହିତ ମୂଳ ବିଜେଡି ଭୋଟରୁ ୩୦ ହଜାରରୁ ଅଧିକ ଭୋଟ ବିଜେପି ଖାତାକୁ ଯିବା ସମ୍ଭାବନା ରହିଛି । ତେଣୁ ଦଳ ଏସବୁ ଆକଳନକୁ ନେଇ ତର୍ଜମା କରୁଛି । ତର୍ଜମା କରିବା ପରେ ଦଳ ଏମାନଙ୍କ ମଧ୍ୟରୁ ଜଣକୁ ଟିକେଟ ଦେବ ବୋଲି ଜଣାପଡିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy