ଶହୀଦନଗର ମେଗା ସପିଙ୍ଗ ବଜାର : ବଢୁଛି ଭିଡ, ଜମୁଛି ବେପାର

0 53

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱରର ଶହୀଦନଗର ଦୁର୍ଗାପୂଜା ମଣ୍ଡପ ପଡିଆରେ ଚାଲିଥିବା ମେଗା ସପିଙ୍ଗ ବଜାରରେ ଗ୍ରାହକ ମାନଙ୍କ ଭୀଡ ଜମିବା ସହ ଭଲ ବ୍ୟବସାୟ ହେଉଛି । ଏଠାରେ ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀ ମାନେ ଆସି ଭାଗ ନେଇଛନ୍ତି। ଏହି ବଜାର ଅପ୍ରେଲ ୧ ତାରିଖ ଠାରୁ ଚାଲି ଆସୁଛି ଓ ଆହୁରି ମାସେ ଚାଲିବା ସହ ସନ୍ଧ୍ୟା ବେଳେ ଭଲ ଭିଡ଼ ହେଉଛି ବୋଲି କହିଛନ୍ତି ପ୍ରଦର୍ଶନୀର ମୁଖ୍ୟ ଆୟୋଜକ ଅଜୟ ସାମଲ।

ସେହିପରି ଏଠାରେ ସବୁ ଘର କରଣା ଜିନିଷ ମିଳୁଛି ଭଲ ଲାଗୁଛି କିଣିବାକୁ ଆସିଛୁ ବୋଲି କହିଛନ୍ତି ଭୁବନେଶ୍ୱରର ଜଣେ ଗ୍ରାହକ । ଆମେ ସମସ୍ତ ହସ୍ତଶିଳ୍ପ ପ୍ରସ୍ତୁତ ଘରକରଣା ଜିନିଷ ଆଣିଛୁ ଏବଂ ଗ୍ରହକଙ୍କ ଭଲ ଆଦର ମିଳିବା ସହିତ ଭଲ ବ୍ୟବସାୟ ହେଉଛି ବୋଲି କହିଛନ୍ତି ସାଇ ଶ୍ରଦ୍ଧା ହସ୍ତଶିଳ୍ପ ତାଲିମ କେନ୍ଦ୍ରର ମୁଖ୍ୟ ସୁପ୍ରିୟା ସ୍ୱାଇଁ।

ସେହିପରି ଭଲ ବ୍ୟବସାୟ ହେବା ସହିତ ଗ୍ରାହାକଙ୍କର ଭଲ ଆଦର ମିଲୁଚ୍ଛି ବୋଲି କହନ୍ତି ଦୀର୍ଘ ୮ ବର୍ଷ ଧରି ପିଲା ମାନଙ୍କୁ ମ୍ୟାଜିକ ଶିଖେଇବା ସହିତ ମ୍ୟାଜିକ ସାମଗ୍ରୀ ବ୍ୟବସାୟ କରି ଆସୁଥିବା ମ୍ୟାଜିକସିଆନ ଅଜୟ ରାୟ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy