Diwali 2024: ଆଜି ଆଲୋକର ପର୍ବ ଦୀପାବଳି, ଉତ୍ସବମୁଖର ଗାଁ ଠୁ ସହର

Reporterspen

Diwali 2024: ଆଜି ଆଲୋକର ପର୍ବ ଦୀପାବଳି।  ଏନେଇ ଉତ୍ସବ ମୁଖର ଗାଁ ଠୁ ସହର। ଭଳିକି ଭଳି ରଙ୍ଗୀନ୍ ଆଲୋକମାଳାରେ ସଜେଇ ହୋଇଛି ପୂରା ଘର ଓ ବିଭିନ୍ନ ଅନୁଷ୍ଠାନ। ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି। ଦୀପାବଳି ସାଙ୍ଗକୁ ସାରା ଦେଶରେ ଆରମ୍ଭ ହୋଇଛି ମା କାଳୀଙ୍କ ପୂଜା। ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ରଙ୍ଗୀନ ଆଲୋକ ମାଳା ସଦୃଶ ତୋରଣ ପୂଜା ମଣ୍ଡପକୁ ବେଶ ଆକର୍ଷିତ କରୁଛି।

ସେପଟେ,  ଆଜିର ଦିନରେ ପିତୃପୁରୁଷଙ୍କ ସ୍ମରଣ କରି ବଡ଼ ବଡିଆ ଡକା ହେବ । ସେପଟେ କାର୍ତ୍ତିକ ମାସ ଅମାବ୍ୟାସା ତିଥି ଯୋଗୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଏଥର ଟୁଇନ ସିଟିରେ ରାତି ୯ ଟା ପରେ ଫୁଟାଇ ପାରିବେନି ବାଣ । ତେବେ ଦୀପାବଳି ଅବସରରେ ଦେଶ ତଥା ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣେଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ।

ହିନ୍ଦୁ ପରମ୍ପରାରେ ଏହି ପର୍ବର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଭାବେ ଅନ୍ଧକାରକୁ ବିବେଚନା କରାଯାଇଥାଏ। ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ  ଘରକୁ ଆଲୋକମାଳାରେ ସଜାଇ  ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି।  ଅନ୍ଧକାର ଏବଂ ନକାରାତ୍ମକ ଶକ୍ତି ଉପରେ ବିଜୟ ହାସଲ କରିବାକୁ ଆଲୋକର ଆବଶ୍ୟକତା ପଡ଼େ । ତେଣୁ ଅମାବାସ୍ୟାର ଅନ୍ଧକାରକୁ ଦୂର କରିବା  ପାଇଁ ଘରକୁ ଆଲୋକମାଳାରେ ସଜାଯାଏ ।

ଦୀପାବଳିରେ ଦେବୀ ପୂଜା
ଦୀପାବଳିରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ। ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳି ମା କାଳୀଙ୍କ ପୂଜା କରାଯାଏ। କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ। ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ। ସେହିପରି ଭାରତର ଅନ୍ୟାନ୍ୟ ଅଂଶରେ ଦୀପାବଳୀ ଲକ୍ଷ୍ମୀ ପୂଜାର ସମୟ। ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ। ଏହା ଏହି ସବୁ ଅଞ୍ଚଳରେ ଏକ ମୁଖ୍ୟ ପର୍ବ ରୂପେ ପାଳିତ ହୁଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶାଙ୍କ ପୂଜା କରାଯାଏ।


Reporterspen
!-- afp header code starts here -->