ନାଗପଞ୍ଚମୀରେ ଏହି କାମ କର, କାଳସର୍ପ ଯୋଗରୁ ମୁକ୍ତି ମିଳିବ!

Reporterspen

ନାଗ ପଞ୍ଚମୀ ୨୦୨୪: ହିନ୍ଦୁ ଧର୍ମରେ ନାଗଙ୍କର ଏକ ବିଶେଷ ମହତ୍ୱ ଅଛି । ନାଗଙ୍କ ପୂଜା ହେଉଛି ଏକ ପରଂପରା, ଯାହା ନାଗ ପଞ୍ଚମୀ ପର୍ବକୁ ବଡ ଶ୍ରଦ୍ଧାର ସହ ପାଳନ କରାଯାଏ । ପ୍ରତିବର୍ଷ ଏହି ପର୍ବ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପଂଚମୀ ତିଥିରେ ପାଳିତ ହୁଏ । ନାଗ ପଂଚମୀ ଦିନ ଭଗବାନ ଶିବଙ୍କ ସହିତ ନାଗଙ୍କର ପୂଜା କରିବାର ମହତ୍ୱ ଅଛି । ଏହି ଦିନେ ଲୋକମାନେ ନାଗ ଦେବତାଙ୍କର ପୂଜା କରନ୍ତି ଯାହା ଦ୍ୱାରା କାଳ ସର୍ପ ଯୋଗ ତଥା ସର୍ପ ଦର୍ଶନରୁ ମୁକ୍ତି ମିଳିଥାଏ ।

ନାଗ ପଞ୍ଚମୀ ପୂଜା ମୁହୂର୍ତ୍ତ

ହିନ୍ଦୁ ପଂଚାଙ୍ଗ ଅନୁଯାୟୀ ଏହି ବର୍ଷ ଶ୍ରାବଣ ନାଗ ପଂଚମୀ ୯ ଅଗଷ୍ଟ ୨୦୨୪ରେ ପଡ଼ୁଛି । ଶ୍ରାବଣ ମାସର ଶୁକ୍ଳ ପକ୍ଷ ପଂଚମୀ ତିଥି ୯ଅଗଷ୍ଟ ମଧ୍ୟରାତ୍ରି ୧୨:୩୬ ମିନିଟରେ ଆରମ୍ଭ ହୋଇ ୧୦ ଅଗଷ୍ଟ ରାତ୍ରି ୦୩:୧୪ ମିନିଟରେ ଶେଷ ହେବ ।

ନାଗ ପଞ୍ଚମୀ କାହିଁକି ପାଳନ କରାଯାଏ?

ଏହି ତିଥି ଭଗବାନ ଶିବ ଏବଂ ନାଗଙ୍କ ପୂଜା ପାଇଁ ପାଳନ କରାଯାଏ । ଏହି ଦିନ ଲୋକମାନେ ନାଗ ଦେବତାଙ୍କର ପୂଜା କରନ୍ତି ଓ ନାଗ ମନ୍ଦିରରେ ଯାଇ ସାପକୁ ଦୁଧ, ଦହି, ଫଳ ଆଦି ଚଢ଼ାନ୍ତି । କୁଣ୍ଡଳୀରେ କାଳ ସର୍ପ ଦୋଷ ଥିଲେ ତାହାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ କରାଯାଏ ।

ନାଗ ଦେବତା ଭଗବାନ ଶିବଙ୍କର ଗଳାର ସୌନ୍ଦର୍ଯ୍ୟକୁ ବଢ଼ାନ୍ତି । ହିନ୍ଦୁ ଧର୍ମରେ ନାଗ ପଂଚମୀର ବିଶେଷ ମହତ୍ୱ ରହିଛି । ପୌରାଣିକ କାଳରୁ ସାପମାନଙ୍କୁ ଦେବତା ଭଳି ପୂଜା କରାଯାଏ । ଏପରି ଧାରଣା ରହିଛି ଯେ ନାଗଙ୍କ ପୂଜା କରିବା ଦ୍ୱାରା ସାପମାନଙ୍କର ଦଶାର ଭୟ ସମାପ୍ତ ହୋଇଯାଏ ।

ନାଗ ପଞ୍ଚମୀ ପୂଜାର ଲାଭ

ଭଗବାନ ଭୋଳାନାଥଙ୍କ ଗଳାରେ ମଧ୍ୟ ନାଗ ଦେବତା ଗୁଡାଇ ହୋଇଥାନ୍ତି । ଧାର୍ମିକ ଧାରଣା ଅନୁଯାୟୀ, ନାଗ ପଞ୍ଚମୀ ଦିନ ନାଗ ଦେବତାଙ୍କର ଆରାଧନା କରିଲେ ଭକ୍ତମାନେ ତାଙ୍କର ଆଶୀର୍ବାଦ ପାଆନ୍ତି ଓ ବିଭିନ୍ନ ପ୍ରକାରର ଶୁଭ ଫଳ ମିଳିଥାଏ ।

ଏପରି ଧାରଣା ରହିଛି ଯେ ଏହି ଦିନେ ନାଗ ଦେବତାଙ୍କ ପୂଜା କରିଲେ ଘରକୁ ସୁଖ ଓ ସମୃଦ୍ଧି ଆସେ । ଏଥର ନାଗ ପଞ୍ଚମୀର ପର୍ବ ବିଶେଷ ଯୋଗରେ ପାଳିତ ହେବ । ଏହି ଯୋଗମାନଙ୍କରେ ନାଗ ପଞ୍ଚମୀର ପର୍ବ ପାଳନ କଲେ ସମସ୍ତ ପ୍ରକାରର ସଂକଟ ଦୂର ହୋଇଯାଏ ।

ନାଗ ପଞ୍ଚମୀ ଦିନେ ନାଗ ଦେବତା ଏବଂ ଶିବଙ୍କର ପୂଜା କଲେ ସର୍ପଦଶା ଓ ଅକାଳ ମୃତ୍ୟୁର ଭୟ କମିଯାଏ । ଏହାସହିତ ଭଗବାନ ଶିବଙ୍କର ପୂଜା କଲେ ଗ୍ରହ ଦୋଷ ଦୂର ହୋଇଯାଏ । ବିଶେଷତଃ କାଳ ସର୍ପ ଦୋଷରୁ ମୁକ୍ତି ପାଇବା ପାଇଁ ନାଗ ପଂଚମୀ ଦିନ ଶ୍ରେଷ୍ଠ ମନାଯାଏ । ନାଗଙ୍କୁ ଧନର ରକ୍ଷକ ବୋଲି କୁହାଯାଏ । ନାଗ ଦେବତାଙ୍କର ପୂଜା କଲେ ବହୁତ ଧନ ଓ ଐଶ୍ୱର୍ଯ୍ୟ ମିଳିଥାଏ ।

ନାଗ ପଞ୍ଚମୀ ପୂଜା ବିଧି

ନାଗପଞ୍ଚମୀ ଦିନେ ସକାଳୁ ଶୀଘ୍ର ଉଠି ସ୍ନାନ କରନ୍ତୁ, ଏହା ସହିତ ଭଗବାନ ଶିବଙ୍କୁ ସ୍ମରଣ କରନ୍ତୁ । ଯଦି ନାଗ ପଂଚମୀର ବ୍ରତ କରୁଛନ୍ତି, ତେବେ ବ୍ରତର ସଙ୍କଳ୍ପ ନିଅନ୍ତୁ । ଏହା ପରେ ଚୌକୀରେ ମାଟି କିମ୍ବା ଧାତୁର ନାଗ-ନାଗିନୀଙ୍କ ପ୍ରତିମାର କ୍ଷୀର ଦ୍ୱାରା ଅଭିଷେକ କରନ୍ତୁ । ତାଙ୍କୁ ଫଳ, ଫୁଲ, ମିଠା ଆଦି ଅର୍ପଣ କରନ୍ତୁ । ଧୂପ-ଦୀପ ଦିଅନ୍ତୁ । ଶେଷରେ ନାଗ ପଂଚମୀ ଆରତୀ କରନ୍ତୁ । ଯଦି କୁଣ୍ଡଳୀରେ କାଳସର୍ପ ଦୋଷ ଥାଏ, ତେବେ ଶିବଲିଙ୍ଗରେ ଚାନ୍ଦିର ନାଗ-ନାଗିନୀଙ୍କ ଜୋଡ଼ା ଅର୍ପଣ କରନ୍ତୁ । ଏହା ଦ୍ୱାରା କାଳସର୍ପ ଦୋଷର ପ୍ରଭାବରୁ ମୁକ୍ତି ମିଳେ ।

କାଳସର୍ପ ଦୋଷ

କାଳସର୍ପ ଦୋଷ ଦୂର କରିବା ପାଇଁ ନାଗପଂଚମୀରେ ନାଗଙ୍କ ପୂଜା ଅତି ଲାଭକାରୀ ବୋଲି କୁହାଯାଏ । କାଳସର୍ପ ଦୋଷ ଦୂର କରିବା ପାଇଁ ମହାମୃତ୍ୟୁଞ୍ଜୟ ସର୍ପଗାୟତ୍ରୀ ଜପ କିମ୍ବା ତ୍ରୟମ୍ବକେଶ୍ୱର ଆଦି ତୀର୍ଥ ସ୍ଥାନରେ ସର୍ପ ପୂଜା କରିବା ରିତି ରହିଛି । ଜ୍ୟୋତିଷୀମାନଙ୍କ କହିବା ଅନୁଯାୟୀ, ସର୍ପ ଦୋଷରେ ପୀଡ଼ିତ ବ୍ୟକ୍ତି ନାଗ ପଂଚମୀରେ ଚାଂଦି କିମ୍ବା ତମ୍ବାର ସାପ ଜୋଡ଼ା ନେଇ ଶିବଲିଙ୍ଗରେ ଚଢ଼ାନ୍ତୁ । “ଓଁ ନମଃ ଶିବାୟ” କିମ୍ବା “ମହାମୃତ୍ୟୁଞ୍ଜୟ ମନ୍ତ୍ର” ଜପ କରନ୍ତୁ । ଏହା ସହିତ ସର୍ପ ଗାୟତ୍ରୀ ଜପ କରନ୍ତୁ ଯାହା କାଳସର୍ପ ଦୋଷରୁ ମୁକ୍ତି ଦେଇଥାଏ ।

ପ୍ରତ୍ୟାଖାନ: ଏଠାରେ ଦିଆଯାଇଥିବା ସୂଚନା କେବଳ ଧାରଣା ଏବଂ ତଥ୍ୟରେ ଆଧାରିତ । କୌଣସି ସୂଚନା କିମ୍ବା ଧାରଣାକୁ ପ୍ରୟୋଗ କରିବା ପୂର୍ବରୁ ସମ୍ବନ୍ଧିତ ବିଶେଷଜ୍ଞଙ୍କର ମତ ନିଅନ୍ତୁ ।


Reporterspen