ଭୁବନେଶ୍ୱର, (ରିପୋଟର୍ସ ପେନ୍): ମାଲିକଙ୍କ ଝିଅକୁ ଏକତରଫା ପ୍ରେମ ନିବେଦନ କରିବା ସହ ହତ୍ୟା ଧମକ ଦେବା ଘଟଣାରେ ଖାରବେଳନଗର ଥାନା ପୁଲିସ ଡ୍ରାଇଭରକୁ ଗିରଫ କରିଛି । ଗିରଫ ଡ୍ରାଇଭର ଜଣଙ୍କ ହେଲେ ଖାରବେଳନଗର ଥାନା ୟୁନିଟ-୯ ସୁଦର୍ଶନ ବସ୍ତିର ଆଲୋକ ରଞ୍ଜିତ(୩୦) । ତା’ଠାରୁ ପୁଲିସ ଗୋଟିଏ ମୋବାଇଲ ଫୋନ ଜବତ କରିବା ସହ ରବିବାର ଦିନ କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଚଳିତ ବର୍ଷ ଗତ ଏପ୍ରିଲ ମାସରୁ ନିଜ କାର ଚାଳକ ଭାବେ ନିଯୁକ୍ତ କରିଥିଲେ । କିଛି ସପ୍ତାହ ପରେ ଅଭିଯୁକ୍ତ ତାଙ୍କୁ ଏକତରଫା ପ୍ରେମକରିବା ସହିତ ତାଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲେ । ଅଭିଯୁକ୍ତର ଉଦ୍ଦେଶ୍ୟ ଜାଣିବା ପରେ ପୀଡ଼ିତା ଏହି ବିଷୟରେ ନିଜ ବାପାଙ୍କୁ ଜଣାଇଥିଲେ । ପିଡ଼ିତାଙ୍କ ବାପା ଅଭିଯୁକ୍ତଙ୍କୁ ତାଗିଦ କରିବା ସହ ସହିତ ଚାକିରିରୁ ବହାର କରିବାକୁ କହିବାରୁ ସେ ଉତକ୍ଷିପ୍ତ ହୋଇ ପିଡ଼ିତାଙ୍କୁ ଅସ୍ରାଭ୍ୟ ଭାଷାରେ ଗଳିଗୁଲଜ କରିଥିଲେ ଓ ତାଙ୍କ ସହିତ ଥିବା ଫଟୋଗୁଡିକୁ ଭାଇରାଲ କରିବାର ଧମକ ଦେଇଥିଲେ ।
ଏନେଇ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସହିତ ଏକ ବିଶେଷ ସୂତ୍ରରୁ ଖବରପାଇ ରବିବାର ଦିନ ଅଭିଯୁକ୍ତଙ୍କୁ ୟୁନିଟ ୯ ଅଞ୍ଚଳରୁ କାବୁ କରିଥିବା ବେଳେ ତାଙ୍କ ମୋବାଇଲ ଫୋନଟିକୁ ଜବତ କରିଛନ୍ତି । ପଚରାଉଚରା ବେଳେ ଅଭିଯୁକ୍ତମାନେ ନିଜ ଦୋଷ ସ୍ୱୀକାର କରିଥିଲେ ଓ ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଖାରବେଳନଗର ଥାନାରେ ଚାରୋଟି ଆପରାଧିକ ମାମଲା ଥିବାର ଜଣପଡିଛି ।