Durga Puja : ଧରାପୃଷ୍ଠରେ ମାଆ, ସବୁଠି ଭକ୍ତିମୟ ପରିବେଶ

Reporterspen

Durga Puja: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ମାଆ ଦୁର୍ଗା ଧରାପୃଷ୍ଠରେ ଅବତରଣ କରିଛନ୍ତି । ସବୁଠି ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଆଜି ମହାମାୟୀଙ୍କ ମହାଷ୍ଟମୀ ପୂଜା । ମଣ୍ଡପରେ ମାଆଙ୍କର ମହାଷ୍ଟମୀ ଚାଲିଥିବା ବେଳେ ପୀଠରେ ଦେବୀଙ୍କ ମହା-ନବମୀ ପୂଜା ଚାଲିଛି । ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡି ପାଠରେ କଂପୁଛି ପରିବେଷ । ଷୋଡଶ ଉପଚାରରେ ଚାଲିଛି ମାଆଙ୍କ ପୂଜା । ଚଣ୍ଡିପାଠରେ ଗଗନ ପବନ ମୁଖରିତ ହେଉଛି । ମାଆଙ୍କୁ ଦର୍ଶନ କରି ନୈବେଦ୍ୟ ଅର୍ପଣ କରୁଛନ୍ତି ।

ବିଶେଷକରି ପ୍ରସିଦ୍ଧ ଶକ୍ତିପୀଠ ଗୁଡିକରେ ଗହଳି ଦେଖିବାକୁ ମିଳୁଛି । ଦୁର୍ଗାଷ୍ଟମୀ ବ୍ରତ ପାଳନ କରୁଥିବା ଭକ୍ତମାନେ ଉପବାସରେ ରହି ମାଆଙ୍କ ଦର୍ଶନ କରୁଛନ୍ତି । ସୂର୍ଯ୍ୟପୂଜା ସହ ସକଳ କର୍ମ ଶେଷ ପରେ ଷୋଡ଼ଶ ଉପଚାର ରେ ଦେବୀ ଦୁର୍ଗାଙ୍କ ପୂଜା ହେଉଛି । ଏହାପରେ ସଂଧି ପୂଜା ଆରମ୍ଭ ହେବ । ଏଥିପାଇଁ ପ୍ରତ୍ୟକ ପୂଜା ମଣ୍ଡପରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳୁଛି । ହାତରେ ପୂଜାଥାଳି ଧରି ମାଆଙ୍କ ନିକଟରେ ପୂଜା କରିବା ପାଇଁ ଭକ୍ତ ଅପେକ୍ଷା କରିଛନ୍ତି ।

ସେପଟେ ଦୁର୍ଗା ପୂଜାକୁ ନେଇ ଟ୍ୱିନ ସିଟି ଭୁବନେଶ୍ୱର-କଟକ ଉତ୍ସବମୁଖର ହୋଇଛି । ଏନେଇ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ପୂଜାରେ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ୪୦ ଜଣ ମହିଳା ପୋଲିସଙ୍କୁ ନେଇ ଶକ୍ତିବାହିନୀ ଟିମ୍ ଗଠନ କରାଯାଇଛି । ଏହି ସ୍ପେଶାଲ ଟିମ୍ ୨୦ଟି ବାଇକ୍ ଧରି ପୂଜା ମଣ୍ଡପ ବୁଲିବା ସହ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା ବୁଝିବେ ।


Reporterspen