ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚିବ ବିଦ୍ୟୁତ୍ : ଶକ୍ତି ମନ୍ତ୍ରୀ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚିବ ବିଦ୍ୟୁତ୍। ଆଜି ଦ୍ଵିତୀୟ ଦିନ ବିଧାନସଭାରେ ଏଭଳି ଘୋଷଣା କରିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ବିଧାନସଭାରେ କଂଗ୍ରେସ ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ଖାଲି ସେତିକି ନୁହେଁ, ସବୁ ଘରକୁ ବିଜୁଳି ଯୋଗାଇ ଦେବା ପାଇଁ ୪୧୫କୋଟି ଟଙ୍କା ସମସ୍ତ ଡିସକମମାନଙ୍କୁ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ବିଦ୍ୟୁତକରଣ ହୋଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଅନ୍ୟପଟେ ଆଜି ବିଧାନସଭାର ଦ୍ୱିତୀୟ ଦିନ। ଏହି ଦ୍ୱିତୀୟ ଦିନରେ ମଧ୍ୟ ଗୃହରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ ହୋ ହଲ୍ଲା ସହ ନାରାବାଜି ଦେଇଛନ୍ତି। ଏମିତିକି ଗୃହର ମଧ୍ୟଭାଗକୁ ବିଧାୟକମାନେ ଆସିଥିଲେ। କଂଗ୍ରେସ ବିଧାୟକ ତାରା ବାହିନୀପତି ଦୁଇହାତ ହଲାଇ ଆଗରେ ଜନଜାତିଙ୍କ ସୁରକ୍ଷା ଦାବି କରୁଥିବା ବେଳେ ବିଧାୟକମାନେ ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏଥିସହ ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରି ଗୃହରେ ହୋହଲ୍ଲା କରିଥିଲା ବିଜେଡି। ଏ ନେଇ ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ୪ଟା ଯାଏ ଗୃହମୁଲତବୀ ଘୋଷଣା କରିଛନ୍ତି।


Reporterspen