engineering student: ଇଞ୍ଜିନିୟରିଂ ଛାତ୍ର ମୃତ୍ୟୁକୁ ନେଇ ରାଜନୀତି କରୁଛି ଝାରଖଣ୍ଡ

Reporterspen

ଭୁବନେଶ୍ୱର (ରିପୋଟର୍ସ ପେନ୍‌) (engineering student) : ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କ (engineering student) ସନ୍ଦେହଜନକ ମୃତ୍ୟୁକୁ ନେଇ ପଡୋଶୀ ରାଜ୍ୟ ଝାରଖଣ୍ଡରେ ରାଜନୀତି ଆରମ୍ଭ ହୋଇଛି । ଘଟଣାକୁ ଅତିରଞ୍ଜିତ କରିବା ସହ ଓଡ଼ିଶାର ଏକ ପ୍ରତିଷ୍ଠିତ କଲେଜକୁ ବଦନାମ କରିବାକୁ ହୀନଉଦ୍ୟମ କରାଯାଉଛି । ଏପରିକି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନିଆଁରେ ଘିଅ ଢାଳିବା ସଦୃଶ୍ୟ ଟ୍ୱିଟକରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଚୋର ଧରିଛି ।

ଗତ ୧୩ ତାରିଖରେ ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରଙ୍କ ତଥା ରାଂଚିର ଯୁବକ ଅଭିଶେକ ରବିଙ୍କ ରକ୍ତାକ୍ତ ଶରୀର କଲେଜ କାମ୍ପସରୁ ମିଳିଥିଲା। ତୁରନ୍ତ ତାଙ୍କୁ କ୍ୟାମ୍ପସର ମେଡିକାଲ ଟିମ୍ ସହାୟତାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ଆତ୍ମହତ୍ୟା ବୋଲି ସନ୍ଦେହ ହେଉଥିଲେ ବି ମୃତକଙ୍କ ପରିବାର ରାଗିଙ୍ଗ ଯୋଗୁଁ ଅଭିଶେକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

୧୦ ତାରିଖରେ ହଷ୍ଟେଲରେ ଆଡମିସନ୍ ନେଇଥିଲେ ଅଭିଶେକ। କିନ୍ତୁ ସେହି ହଷ୍ଟେଲରେ ଥିବା ସମସ୍ତ ଛାତ୍ର ରାଞ୍ଚିର ଓ ସମସ୍ତେ ପ୍ରଥମ ବର୍ଷ ଛାତ୍ର ଥିଲେ। ପ୍ରଶ୍ନ ଉଠିଛି, ଅଭିଶେକଙ୍କୁ ରାଗିଙ୍ଗ୍ କରିବା ପ୍ରଶ୍ନ ଉଠିଲା କେଉଁଠି? ଅଭିଶେକଙ୍କ ମୃତ୍ୟୁ ପଛରେ ତାଙ୍କ ପରିବାରର ହାତ ନାହିଁ ତ? ପୁଅର ଜନ୍ମଦିନ ପାଳନ କରୁନଥିବା ପରିବାର ପୁଅକୁ ମାନସିକ ନିର୍ଯାତନା ଦେଉନଥିଲେ ତ? ପରିବାରର ନିର୍ଯାତନା ସହି ନ ପାରି ଛାତରୁ ଡେଇଁ ପଡ଼ିଛନ୍ତି କି ଅଭିଶେକ? ସମ୍ପର୍କୀୟା ଭଉଣୀଙ୍କ ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ରାଜନୀତି ନିଆଁକୁ ତେଜୁଥିବା ସମ୍ପୃକ୍ତ ଭଉଣୀଙ୍କର କି ସ୍ବାର୍ଥ ରହିଛି?

ଗତ ସେପ୍ଟେମ୍ବର ୧୩, ୨୦୨୪ ତାରିଖରେ ଠାରେ ଘଟିଥିବା ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ। ଏହା ଏକ ଅସ୍ୱାଭାବିକ ଘଟଣା ଓ ଏହା ପୋଲିସ୍ ଦ୍ୱାରା ତଦନ୍ତାଧୀନ ଅଛି। ଘଟଣା ଘଟିବା ସଂଗେ ସଂଗେ କ୍ୟାମ୍ପସ୍‌ରେ ଥିବା ମେଡିକାଲ୍ ଟିମ୍ ଦ୍ୱାରା ଛାତ୍ରଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ପହଂଚାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସଂକ୍ରାନ୍ତରେ ପୋଲିସ ତଦନ୍ତ କରୁଛି | ଛାତ୍ରଙ୍କର ଶବକୁ ବ୍ୟବଚ୍ଛେଦ ପାଇଁ ପୋଲିସ୍ ଦ୍ୱାରା ଭୁବନେଶ୍ୱର ଏମ୍ସକୁ ନିଆଯାଇଥିଲା ଓ ବ୍ୟବଚ୍ଛେଦ ପୋଲିସ ଓ ଛାତ୍ରଙ୍କର ପିତାମାତାଙ୍କ ଉପସ୍ଥିତିରେ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଏ ମଧ୍ୟରେ କିଛି ମନ୍ତବ୍ୟ ପ୍ରକାଶ ପାଇଛି ଯାହା ଛାତ୍ର ଜଣଙ୍କୁ ରାଗିଙ୍ଗ୍ କରାଯାଇଥିବାରୁ ସେ ଏପରି ପଦକ୍ଷେପ ନେଲେ ବୋଲି ଇଙ୍ଗିତ କରୁଛି। ଏହା ସଂପୂର୍ଣ୍ଣ କପୋଳକଳ୍ପିତ ଓ ଭିତିହୀନ। କାରଣ ଛାତ୍ରଙ୍କୁ ଏକ ହଷ୍ଟେଲ୍‌ରେ କୋଠରୀ ଯୋଗାଇ ଦିଆଯାଇଥିଲା। ଯେଉଁଠାରେ କେବଳ ୧ମ ବର୍ଷର ଛାତ୍ର ରହୁଥିଲେ। ତାଙ୍କ ସହ ତଥା ନିକଟବର୍ତୀ କୋଠରୀ ଗୁଡ଼ିକରେ କେବଳ ଝାଡ଼ଖଣ୍ଡରୁ ଆସିଥିବା ୧ମ ବର୍ଷର ଛାତ୍ରମାନେ ରହୁଥିଲେ।

ଏହି ଛାତ୍ର ସେପ୍ଟେମ୍ବର ୧୦, ୨୦୨୪ରେ କଲେଜରେ ଯୋଗ ଦେଇଥିଲେ ଓ ପରର୍ବତୀ ସମୟରେ ଅନ୍ୟମାନଙ୍କ ଠାରୁ ଦୂରତ୍ୱ ରକ୍ଷା କରୁଥିଲେ। ତାଙ୍କର ସେହି ସମୟର ମାନସିକ ସ୍ଥିତି ବିଷୟରେ କଲେଜ କର୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନଥିଲା। ଏ ବିଷୟଟି ଅନୁସନ୍ଧାନସାପେକ୍ଷ।

ପୋଲିସ ପକ୍ଷରୁ ମଧ୍ୟ ଏହି ଛାତ୍ରଙ୍କୁ ରାଗିଙ୍ଗ୍ ହୋଇଥିବାର ସୂଚନା ମିଳି ନାହିଁ ବୋଲି ଗଣମାଧ୍ୟମକୁ କୁହାଯାଇଛି। ଏହିପରି ଉଦ୍ଦେଶ୍ୟ ପ୍ରଣୋଦିତ ଅପପ୍ରଚାର ଦୁଃଖଦାୟକ କାରଣ ଏହାଦ୍ୱାରା ଦେଶର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜକୁ ଅଯଥାରେ ବଦନାମ କରିବାକୁ ଅପଚେଷ୍ଟା କରାଯାଉଛି। ଏହିପରି ଉଦ୍ୟମରୁ ବିରତ ରହିବାକୁ କଲେଜ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି ।


Reporterspen