ରୋମାଞ୍ଚକର ମ୍ୟାଚ: ସୁପର ଓଭରରେ ଭାରତ ଜିତିଲା

Reporterspen

ନୂଆଦିଲ୍ଲୀ: ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଶେଷ ଟି-୨୦ ମ୍ୟାଚ୍‌ରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରି ସିରିଜକୁ ପୋଛି ନେଇଛି । ଏହି ମ୍ୟାଚ ପାଲେକେଲେରେ ଖେଳାଯାଇଥିଲା । ୧୯ତମ ଓଭରରେ ରିଙ୍କୁ ସିଂ ଓ ୨୦ତମ ଓଭରରେ ସୂର୍ଯ୍ୟକୁମାର ଯାଦବ ପ୍ରତ୍ୟେକ ଦୁଇଟି ୱିକେଟ୍ ନେଇ ମ୍ୟାଚକୁ ଓଲଟାଇ ଦେଇଥିଲେ ।

ଆଜି ବର୍ଷା ଯୋଗୁଁ ଟସ୍ ବିଳମ୍ବ ହୋଇଥିଲା । ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । କଷ୍ଟସାଧ୍ୟ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୯ ୱିକେଟ୍ ହରାଇ ୧୩୭ ରନ୍ ସଂଗ୍ରହ କରିଥିଲା । ଗିଲ ୩୯ ରନ୍ ଏବଂ ରିୟାନ୍ ପାରାଗ ୨୬ ରନ୍ ସ୍କୋର କରିଥିଲେ । ଶେଷରେ ସୁନ୍ଦର ୨୫ ରନର ଇନିଂସ ଖେଳିଥିଲେ । ମହେଶ ତେକ୍ଷାନା ତିନୋଟି ୱିିକେଟ୍ ନେଇଥିଲେ ।

ଟାର୍ଗେଟକୁ ପିଛା କରିବା ବେଳେ ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲା । ମେଣ୍ଡିସ୍ ଏବଂ ନିସଙ୍କା ଏକାଠି ୫୮ ରନ୍ ଭାଗିଦାରୀ କରିଥିଲେ । ୧୦୦ ସ୍କୋର ପର୍ଯ୍ୟନ୍ତ ଶ୍ରୀଲଙ୍କା କେବଳ ଗୋଟିଏ ୱିକେଟ୍ ହରାଇଥିଲା, କିନ୍ତୁ ୧୧୦ ରେ ଦ୍ୱିତୀୟ ୱିିକେଟ୍ ଏବଂ ୧୧୭ରେ ତୃତୀୟ ଏବଂ ଚତୁର୍ଥ ୱିିକେଟ୍ ହରାଇଥିଲା ।

୧୩୨ ରେ ପହଂଚିବା ବେଳକୁ ଶ୍ରୀଲଙ୍କାର ୮ ୱିକେଟ୍ ଖସିଯାଇଥିଲା । କୁସାଲ ମେଣ୍ଡିସ ୪୩ ରନ ଏବଂ କୁସାଲ ପେରେରା ୪୬ ରନ ସ୍କୋର କରିଥିଲେ । ରିଙ୍କୁ ସିଂ ଏବଂ ସୂର୍ଯ୍ୟକୁମାର ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇ ମ୍ୟାଚ୍ ସୁପର ଓଭରକୁ ନେଇଥିଲେ ।

ସୁପର ଓଭର
ସୁପର ଓଭରରେ ଭାରତ ୱାଶିଂଟନ୍ ସୁନ୍ଦରଙ୍କ ଉପରେ ଭରସା କରିଥିଲା । ସେ ସୁପରରେ ଭାରତ ପାଇଁ ଚାରିଟି ବଲ ବୋଲିଂ କରିଥିଲେ । ପ୍ରଥମଟି ୱାଇଡ ଥିଲା । ଦ୍ୱିତୀୟ ବଲରେ ଗୋଟିଏ ରନ୍ ହୋଇଥିଲା । ପରବର୍ତ୍ତୀ ଦୁଇଟି ବଲରେ ଦୁଇଟି ୱିକେଟ୍ ଖସିଯାଇଥିଲା । ଜିତିବା ପାଇଁ ଭାରତକୁ ତିନି ରନ୍ ସ୍କୋର କରିବାକୁ ଟାର୍ଗେଟ ଥିଲା । ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମାନ ଗିଲ ବ୍ୟାଟିଂ କରିବାକୁ ଆସିଥିଲେ । ସୁପର ଓଭରର ପ୍ରଥମ ବଲରେ ଯାଦବ ଏକ ଚୌକା ମାରି ଭାରତକୁ ବିଜୟ କରିଥିଲେ । ଏହି ମ୍ୟାଚ ସହ ଭାରତ ଟି-୨୦ ସିରିଜକୁ ୩-୦ରେ ପୋଛି ନେଇଛି ।


Reporterspen

Leave a Reply